ନୂଆଦିଲ୍ଲୀ- ଗତ ରାତିରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଦେଶର ପ୍ରଖ୍ୟାତ ଅର୍ଥନୀତିଜ୍ଞ ମନମୋହନ ସିଂହଙ୍କ ପରଲୋକ ହୋଇଗଲା । ତାଙ୍କ ଅନ୍ତିମ ସଂସ୍କାର କିନ୍ତୁ ହେବ ନାହିଁ । ଆସନ୍ତା କାଲି ହେବ ଡ ସିଂହଙ୍କ ଶଷେକୃତ୍ୟ । ତେବେ କାହିଁକି ଆଜି ନ କରି କାଲି କରାଯାଉଛି ଏହି ଶେଷ କର୍ମ ଜାଣନ୍ତି କି?
ଆଜି କାହିଁକି ହେବନି ଅନ୍ତିମ କର୍ମ?
ମନମୋହନ ସିଂହଙ୍କ ନିଧନ ଗୁରୁବାର ହୋଇଥିବାରୁ ଆଜି ଅର୍ଥାତ୍ ଶୁକ୍ରବାର ଶେଷ କୃତ ହେବା କଥା । ହେଲେ ଏହି କର୍ମକୁ ଆସନ୍ତା କାଲି, ଅର୍ଥାତ ଶନିବାର କରିବାକୁ ନିଷ୍ପତ୍ତି ହୋଇଛି । ଏହା ପଛରେ ରହିଛି ଆମେରିକା କନକ୍ସେନ । ସ୍ୱର୍ଗତ ସିଂହଙ୍କ ଝିଅ ଆମେରିକାରେ ରହୁଛନ୍ତି । ଝିଅ ଶେଷ ଦର୍ଶନ ନ କରିବା ଯାଏଁ ହେବନି ଶେଷକୃତ୍ୟ ।
ସୂତ୍ର ମୁତାବକ, ସିଂହଙ୍କ ଝିଅ ଆମେରିକାରେ ରହୁଥିବା ବେଳେ ଶୁକ୍ରବାର ରାତିରେ ସେ ଆମେରିକାରୁ ଭାରତ ଆସିବେ । ଝିଅ ଶେଷ ଦର୍ଶନ କରିବା ପରେ ଶନିବାର ସକାଳ ୮ଟାରୁ ୧୦ଟା ମଧ୍ୟରେ କଂଗ୍ରେସ ମୁଖ୍ୟାଳୟରେ ସିଂହଙ୍କ ପାର୍ଥିବ ଶରୀରକୁ ଅନ୍ତିମ ଦର୍ଶନ ପାଇଁ ଆଣାଯିବ । ସମସ୍ତ ନେତା ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପରେ ଅନ୍ତିମ ଯାତ୍ରାରେ ସିଂହଙ୍କୁ ନିଆଯିବ ବୋଲି କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି ।
କେଉଁଠି ହେବ ଅନ୍ତିମସଂସ୍କାର?
ଦେଶର ପୂର୍ବ ପ୍ରଧାନମନ୍ତ୍ରୀ ମାନଙ୍କର ଅନ୍ତିମ ସଂସ୍କାର ରାଜଘାଟ ନିକଟରେ ହୋଇଥାଏ । ତେଣୁ ଡ ସିଂହଙ୍କ ଅନ୍ତିମ ସଂସ୍କାର ମଧ୍ୟ ସେହି ସ୍ଥାନରେ ହେବ । ଏହି କର୍ମକାଣ୍ଡରେ ସରକାର ବି ସାମିଲ ରହିବେ । ଏହି କର୍ମ ପରିବାର ଓ ସରକାରଙ୍କ ଉପରେ ନିର୍ଭର କରୁଛି । ତେଣୁ ଝିଅମାନଙ୍କ ଅନୁୁପସ୍ଥିତିରେ ଆଜି ହେଉନାହିଁ ।
ଡ ସିଂହ ବହୁ ଦିନରୁ ଅସୁସ୍ଥ ରହି ଆସୁଥିଲେ । ସେ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।