ଚନ୍ଦ୍ରମାଙ୍କ ଉଚ୍ଚ ରାଶିକୁ ଗୋଚର ଆରମ୍ଭ , ଆଜି ତୁଳା, ବୃଷ, ଧନୁ ଓ ମୀନ ରାଶିର ବ୍ୟକ୍ତିଙ୍କୁ ଶୁଭ ଫଳ ମିଳିବ

ଓଡ଼ିଶା ଭାସ୍କର: ଆଜି ଚନ୍ଦ୍ରମା ଉଚ୍ଚ ରାଶି ବୃଷରେ ଗୋଚର କରିବେ । ଯାହାଦ୍ୱାରା ଗୋରା ଯୋଗ ସୃଷ୍ଟି ହେବ । ଏହି ଯୋଗରେ ବ୍ୟକ୍ତିଙ୍କୁ ସଫଳତା ସାଙ୍ଗକୁ ବହୁ ଶୁଭ ଫଳ ମିଳିବ । ଏଥିସହ ମାନ ସମ୍ମାନ ବୃଦ୍ଧି ପାଇବ । ଚନ୍ଦ୍ରମାଙ୍କ ଚଳନ ପାଇଁ ତୁଳା, ବୃଷ, ଧନୁ ଏବଂ ମୀନ ରାଶିକୁ ବଡ଼ ସଫଳତା ମିଳିବ । ଏହି ରାଶିର ବ୍ୟକ୍ତିଙ୍କୁ ମାନ ସମ୍ମାନ ସାଙ୍ଗକୁ କ୍ୟାରିୟରକୁ ନେଇ କିଛି ଭଲ ଖବର ପ୍ରାପ୍ତି ହେବ ।

ମେଷ: କାର୍ଯ୍ୟ କ୍ଷେତ୍ରରେ ପରିବର୍ତ୍ତନ ଘଟିବ । ଲମ୍ବା ସମୟରୁ ଚାଲିଆସୁଥିବା ସମସ୍ୟାର ସମାଧାନ ହେବ । ଧନ ସମ୍ପତ୍ତି ମାମଲାରେ ଆଜିର ଦିନ ବ୍ୟକ୍ତି ଲାଭବାନ ହେବେ ।

ବୃଷ: ଆପଣଙ୍କ କାମରେ ଅଫିସରେ ଥିବା ଉଚ୍ଚାଧିକାରୀ ଆଜି ପ୍ରସନ୍ନ ହେବେ । ଆଜିର ଦିନରେ ଆପଣଙ୍କ ପାଇଁ ଯାତ୍ରାର ଯୋଗ ବନୁଛି । କାର୍ଯ୍ୟ କ୍ଷେତ୍ରରେ ମାନ ସମ୍ମାନ ମିଳିବା ସହ ଧନ ପ୍ରାପ୍ତିର ଯୋଗ ମଧ୍ୟ ରହୁଛି ।

ମିଥୁନ: ଟ୍ୟାକ୍ସ ସହ ଜଡ଼ିତ କିଛି ଅସୁବିଧା ଆଜି ଆପଣଙ୍କ ସାମ୍ନାକୁ ଆସିବ । ପୈତୃକ ସମ୍ପତ୍ତି ପାଇବା ପାଇଁ ଆଜି ଦିନ ଅନୁକୂଳ । ଖର୍ଚ୍ଚରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ । ହଠାତ୍ ଖର୍ଚ୍ଚାନ୍ତ ହେବାର ସମ୍ଭାବନା ରହିଛି ।

କର୍କଟ: ବହୁ ସଂଘର୍ଷ ପରେ ସଫଳତା ମିଳିବାର ଯୋଗ ରହିଛି । ଗୁପ୍ତ ଶତ୍ରୁଠାରୁ ସତର୍କ ରୁହନ୍ତୁ । ନିଜର ବୁଦ୍ଧି ବିବେକରେ ସବୁ ସମସ୍ୟାରୁ ବାହାରିପାରିବେ ।

ସିଂହ: ବିଫଳତା ପରେ ମଧ୍ୟ ଆତ୍ମ ବିଶ୍ୱାସର ସହ ପ୍ରୟାସ ଜାରି ରଖିବେ । ଉଚ୍ଚାଧିକାରୀଙ୍କ କୃପା ଆପଣଙ୍କ ଉପରେ ବନି ରହିବ । ଅର୍ଥୀକ ଦୃଷ୍ଟିରୁ ଦିନଟି ଖୁବ୍ ଭଲରେ କଟିବ।

କନ୍ୟା: ବୁଦ୍ଧିକୁ ଭିନ୍ନ ଢଙ୍ଗରେ ଉପସ୍ଥାପନ କରିବା ଦ୍ୱାରା ସଫଳତା ପ୍ରାପ୍ତି ହେବ । ଧନ ଖର୍ଚ୍ଚ ସମୟରେ ସତର୍କ ରହିବାକୁ ପଡ଼ିବ । ରୋଜଗାରର ବଡ଼ ସୁଯୋଗ ମିଳିବ ।

ତୁଳା: କାର୍ଯ୍ୟ କ୍ଷେତ୍ରରେ ମାନ ସମ୍ମାନ ମିଳିବ । ନିବେଶ କଲାବେଳେ ସତର୍କତାର ସହ କରନ୍ତୁ । ଘରର କିଛି କାମ କରିବାକୁ ପଡ଼ିପାରେ ।

ବିଛା: ନୂଆ ଯୋଜନା ଉପରେ କାର୍ଯ୍ୟ ଆଗକୁ ବଢ଼ିବ । ଅର୍ଥୀକ ଲାଭ ଦୃଷ୍ଟିରୁ ସମୟ ବହୁତ ଅନକୂଳ ରହିବ । ମାର୍କେଟିଂ ସହ ଜଡ଼ିତ ଜାତକ ଲାଭବାନ ହେବେ ।

ଧନୁ: ରୋଜଗାରକୁ ନେଇ ଚିନ୍ତାରେ ରହିବେ । ରୋଜଗାର ବଢ଼େଇବା ଦିଗରେ ବିଚାର କରିବେ ଏବଂ ନୂଆ ଯୋଜନାମାନ ପ୍ରସ୍ତୁତ କରିବେ । ଶତ୍ରୁଙ୍କ ପାଇଁ ଧନୁ ରାଶିର ବ୍ୟକ୍ତି ଆଜି ବ୍ୟଥିତ ହେବାର ଆଶଙ୍କା ରହିଛି ।

ମକର: ନିଜ ଆବଶ୍ୟକତାକୁ ନେଇ ଉଚ୍ଚାଧିକାରୀଙ୍କ ସହ ଆଜି କଥା ହେବେ । କାର୍ଯ୍ୟକ୍ଷେତ୍ରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାରେ ଆପଣ ଆଜିର ଦିନରେ ସଫଳ ହେବେ ।

କୁମ୍ଭ: ଆର୍ଥିକ ଦୃଷ୍ଟିରୁ ଆଜି ଆପଣଙ୍କ ଦିନ ସାମାନ୍ୟ ରହିବ । ଅନ୍ୟ କଥାରେ ମୁଣ୍ଡ ପୁରାନ୍ତୁ ନାହିଁ । ନିଜ କାମରେ ବ୍ୟସ୍ତ ରହିବା ଆଜି ଆପଣଙ୍କ ପାଇଁ ଭଲ ହେବ ।

ମୀନ: ସାମାଜିକ ସମ୍ପର୍କ ବଢ଼ିବ । ଭାଇ, ଭଉଣୀଙ୍କ ସାହାଯ୍ୟରେ ଅଟକିଥିବା କାମ ପୂରା ହେବ । ଧନ ସାଙ୍ଗକୁ ମାନ ସମ୍ମାନ ମଧ୍ୟ ପ୍ରାପ୍ତି ହେବ ।