fbpx

ଆଜି ଭାରତ-ପାକିସ୍ତାନ ଫାଇନାଲ: ଜୁନିୟର ଏସିଆ କପ ହକି ୨୦୨୩ ଲଢ଼େଇ, କିଏ ଜିତିବ

Advertisement

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମ୍ୟାଚ ଦେଖିବାକୁ ବିଶ୍ୱର କ୍ରିଡ଼ାପ୍ରେମୀମାନେ ସର୍ବଦା ଉତ୍ସୁକତାର ସହିତ ଚାହିଁ ରହିଥାନ୍ତି । ତେବେ ଏସିଆ କପ ଓ ଦିନିକିଆ ବିଶ୍ୱକପରେ ଭାରତ-ପାକ ଲଢ଼େଇ ଦେଖିବାକୁ ସମସ୍ତେ ଚାହିଁ ରହିଛନ୍ତି । ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ଆଜି ପୁଣି ଥରେ ଭାରତ-ପାକ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ । ଜୁନିୟର ଏସିଆ କପ୍ ହକି ୨୦୨୩ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ମୁହାଁମୁହିଁ ହେବ ।

ଭାରତ-ପାକ୍ ମଧ୍ୟରେ ଆଜି ଏସିଆ କପର ଫାଇନାଲ ମୁକାବିଲା ଦେଖିବାକୁ ମିଳିବ । ପୂର୍ବରୁ ଉଭୟ ଟିମ୍ ୩-୩ ଥର ବିଜୟ ହାସଲ କରିଛନ୍ତି । ତେଣୁ ଯଦି ଏଥର ଭାରତ ବିଜୟ ହାସଲ କରେ, ତେବେ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ଥର ବିଜେତା ଭାବେ ବିବେଚିତ ହେବ । ଚଳିତ ଏସିଆ କପ ହକିରେ ଭାରତ ଦମଦାର ପ୍ରଦର୍ଶନ କରୁଥିବା ବେଳେ ଦକ୍ଷିଣ କୋରିଆକୁ ହରାଇ ଦଳ ଫାଇନାଲରେ ପହଞ୍ଚିଛି । ଉକ୍ତ ମୁକାବିଲାରେ ଭାରତ ଏକତରଫା ଭାବେ ୯-୧ରେ ବିଜୟ ହାସଲ କରିଥିବାରୁ ଖେଳାଳିଙ୍କ ମନୋବଳ ବୃଦ୍ଧି ପାଇଛି ।

ଅନ୍ୟପକ୍ଷରେ ପାକିସ୍ତାନ ମଧ୍ୟ ପଛରେ ପଡ଼ି ନାହିଁ । ପାକିସ୍ତାନ ମାଲେସିଆକୁ ୬-୨ରେ ହରାଇ ଫାଇନାଲରେ ପହଞ୍ଚିଛି । ଚଳିତ ଟୁର୍ଣ୍ଣାମେଣ୍ଟର ଗ୍ରୁପ ମ୍ୟାଚରେ ଦୁଇ ଟିମ ମଧ୍ୟ ପରସ୍ପରକୁ ଭେଟିଥିଲେ । ଉଭୟ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ । ଭାରତୀୟ ସମୟ ଅନୁସାରେ ଆଜି ରାତି ୯.୩୦ ସମୟରେ ଭାରତ-ପାକ୍ ପରସ୍ପରକୁ ଫାଇନାଲରେ ଭେଟିବେ । ଶେଷଥର ପାଇଁ ୨୦୧୫ରେ ମାଲେସିଆରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯାଇଥିବା ବେଳେ ଆଠବର୍ଷ ପରେ ଚଳିତ ବର୍ଷ ଜୁନିୟର ଏସିଆ କପର ଆୟୋଜନ କରାଯାଇଛି ।

Get real time updates directly on you device, subscribe now.