fbpx

ଆଜି ଜାତୀୟ ଖେଳ ଦିବସ; କାହିିଁକି ପାଳନ ହୁଏ ଏହି ଦିନ? ଜାଣନ୍ତୁ କିଏ ମେଜର ଧ୍ୟନଚାନ୍ଦ…

ଓଡ଼ିଶା ଭାସ୍କର: ମେଜର ଧ୍ୟାନଚାନ୍ଦ ବା ହକିର ଯାଦୁଗର, ଦେଶ ପ୍ରତି ବର୍ଷ ତାଙ୍କର ଜୟନ୍ତୀକୁ ଜାତୀୟ କ୍ରୀଡା ଦିବସ ଭାବରେ ପାଳନ କରିଥାଏ । ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ୨୯ ଅଗଷ୍ଟ ୧୯୦୫ରେ ଉତ୍ତରପ୍ରଦେଶର ଇଲାହାବାଦ ଜିଲ୍ଲାରେ ହୋଇଥିଲା । ଆଜି ତାଙ୍କର ୧୧୮ ତମ ଜୟନ୍ତୀ । ଆଜି ଜାତୀୟ କ୍ରୀଡା ଦିବସରେ ତାଙ୍କୁ ମନେ ପକାଉଛି ସାରା ଦେଶ । ଏଥର ଏହି ଦିବସକୁ କିଛି ଖାସ ଭାବରେ ପାଳନ କରାଯିବ, କାରଣ ବିଗତ କିଛି ମାସ ମଧ୍ୟରେ ଦେଶ କ୍ରୀଡାରେ ଆଗରେ ରହିଛି ଏବଂ ଭଲ ପ୍ରଦର୍ଶନ ମଧ୍ୟ କରିଛି । ଭାରତୀୟ ହକି ଦଳ ଏସିଆ ଚାମ୍ପିୟନ୍ସ ଟ୍ରଫି ଜିତିଛି । ସେହିପରି ନୀରଜ ଚୋପ୍ରା ଡାଇମଣ୍ଡ ଲିଗ ପରେ ୱାଲ୍ଡ ଚାମ୍ପିୟନ୍ସରେ ସ୍ୱର୍ଣ୍ଣିମ ଇତିହାସ ରଚନା କରିଛନ୍ତି । ଏହା ଛଡା ରମେଶବାବୁ ପ୍ରଜ୍ଞାନନ୍ଦା ମଧ୍ୟ ସମସ୍ତଙ୍କୁ ଗୌରବାନ୍ୱିତ କରାଇଛନ୍ତି । ତେବେ ଏହିସବୁ କୀର୍ତ୍ତିମାନ ମେଜର ଧ୍ୟାନଚାନ୍ଦଙ୍କ ପାଇଁ ବଡ଼ ଶ୍ରଦ୍ଧାଞ୍ଜଳି ବୋଲି କୁହାଯାଇପାରେ ।

ଭାରତର ଷ୍ଟାର ହକି ପ୍ଲେୟର ମେଜର ଧ୍ୟାନଚାନ୍ଦ ତାଙ୍କ ହକି ଜୀବନରେ ମୋଟ ୧,୦୦୦ ଗୋଲ କରିଛନ୍ତି । ତାଙ୍କ ଖେଳର ପ୍ରଶଂସକ କେବଳ ଭାରତରେ ସୀମିତ ନଥିଲେ । ତାଙ୍କୁ ବିଦେଶରେ ମଧ୍ୟ ତ୍ରିରଙ୍ଗା ନାମରେ ଲୋକମାନେ ଜାଣୁଥିଲେ । ସ୍ୱାଧୀନତା ପୂର୍ବରୁ ଯଦି କେଉଁଠାରେ ଭାରତର ଚର୍ଚ୍ଚା ହେଉଥିଲା ତେବେ ତାହା କେବଳ ମେଜର ଧ୍ୟାନଚାନ୍ଦଙ୍କ ପାଇଁ । ୧୯୩୬ ଅଲିମ୍ପିକ ପରେ ନିଜେ ହିଟଲର ମଧ୍ୟ ତାଙ୍କର ପ୍ରଶଂସକ ପାଲଟି ଯାଇଥିଲେ । ଏପରିକି ତାଙ୍କୁ ଜର୍ମାନୀ ନାଗରିକତା ପ୍ରଦାନ କରିବା ପାଇଁ ମଧ୍ୟ ଅଫର ମିଳିଥିଲା । କିନ୍ତୁ ସେ ଜଣେ ସଚ୍ଚା ଭାରତୀୟ ଥିଲେ । ଖେଳ ସହିତ ସେ ଜଣେ ଭାରତୀୟ ସୈନିକ ମଧ୍ୟ ରହିଥିଲେ ।

ନିଜର ପାଠପଢା ସାରିବା ପରେ ୧୯୨୨ ରେ ଭାରତୀୟ ସେନାରେ ଯୋଗ ଦେଇଥିଲେ ମେଜର ଧ୍ୟାନଚାନ୍ଦ । ସେ ହକି ଖେଳ ପାଇଁ ସୁବେଦାର ମେଜର ତିୱାରୀଙ୍କ ଠାରୁ ପ୍ରେରିତ ହୋଇ ତାଙ୍କ ଠାରୁ ହକି ଖେଳ ଶିଖିଥିଲେ । ତେବେ ଖୁବ ସୁନ୍ଦର ହକି ଖେଳୁଥିବାରୁ ସେନାରେ ମଧ୍ୟ ତାଙ୍କ ପଦୋନ୍ନତି ହେବାରେ ଲାଗିଥିଲା । ତେଣୁ ୧୯୨୭ରେ ତାଙ୍କୁ ‘ଲାନ୍ସ ନାୟକ’ ଭାବରେ ନିଯୁକ୍ତ କରାଯାଇଥିଲା । ଏହା ପରେ ୧୯୩୨ରେ ନାୟକ ଏବଂ ୧୯୩୬ରେ ସୁବେଦାର ଭାବରେ ପଦୋନ୍ନତି ପାଇଥିଲେ ମେଜର ଧ୍ୟାନଚାନ୍ଦ । ଏହି ବର୍ଷ ସେ ଭାରତୀୟ ହକି ଦଳର ଟିମ ଲିଡର ଭାବରେ ଦାୟିତ୍ୱ ନେଇଥିଲେ । ସେପଟେ ଭାରତୀୟ ସେନାରେ ମଧ୍ୟ ତାଙ୍କୁ ମେଜର ରୂପରେ ପଦୋନ୍ନତି ମିଳିଥିଲା ।

ହକି ଦୁନିଆରେ ମେଜର ଧ୍ୟନଚାନ୍ଦ ଯେଉଁ ରୂପରେଖ ପ୍ରସ୍ତୁତ କରିଥିଲେ ତାହା ସମସ୍ତେ ଜାଣିଛନ୍ତି । ଏହି ମହାନ ଖେଳାଳିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ୨୦୧୨ରେ ତାଙ୍କ ଜନ୍ମଦିନକୁ ଜାତୀୟ କ୍ରୀଡା ଦିବସ ଭାବରେ ପାଳନ କରିବାକୁ ନିଷ୍ପତି ନିଆଯାଇଛି । କିନ୍ତୁ ଏହି ମହାନ ବ୍ୟକ୍ତିତ୍ୱଙ୍କୁ ସମ୍ମାନ ଦେବା ପାଇଁ ଅନେକ ବିଳମ୍ବ ହୋଇ ଯାଇଥିଲା ବୋଲି । କିନ୍ତୁ ସେବେଠାରୁ ପର୍ୟ୍ୟନ୍ତ ତାଙ୍କ ଜନ୍ମଦିନକୁ ଜାତୀୟ କ୍ରୀଡା ଦିବସ ଭାବରେ ପାଳନ କରାଯାଉଛି ।

Get real time updates directly on you device, subscribe now.