fbpx

ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୬୬ତମ ଜନ୍ମଦିବସ, ସବୁ ମହଲରୁ ଛୁଟୁଛି ଶୁଭେଚ୍ଛାର ବାର୍ତ୍ତା

Advertisement

ଓଡ଼ିଶା ଭାସ୍କର: ଆଜି ଦେଶର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ୬୬ତମ ଜନ୍ମଦିବସ ପାଳନ କରୁଛନ୍ତି । ଏହି ଅବସରରେ ଦେଶର ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସମେତ ଅନ୍ୟ ବ୍ୟକ୍ତି ବିଶେଷ ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଭଜନ ଲାଲ ଶର୍ମା ଏବଂ ଅଶୋକ ଗେହଲଟ୍ ‘ଏକ୍ସ’ ଟ୍ୱିଟ୍ କରି ରାଷ୍ଟ୍ରପତିଙ୍କ ଦୀର୍ଘାୟୁ ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ କାମନା କରିଛନ୍ତି ।

୧୯୫୮ ମସିହା ଜୁନ ୨୦ ତାରିଖରେ ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲାର ଉପରବେଡା ଗାଁରେ ଏକ ସାନ୍ତାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ଦୌପଦୀ ମୁର୍ମୁ । ସେ ୨୦୧୫ ରୁ ୨୦୨୧ ପର୍ଯ୍ୟନ୍ତ ଝାଡ଼ଖଣ୍ଡର ରାଜ୍ୟପାଳ ଥିଲେ । ୨୦୦୦ ରୁ ୨୦୦୯ ପର୍ଯ୍ୟନ୍ତ ସେ ଓଡ଼ିିଶାରେ କ୍ୟାବିନେଟ ମନ୍ତ୍ରୀ ଭାବରେ ନିଜର ଦାୟିତ୍ୱ ତୁଲାଇ ଥିଲେ । ୨୦୨୨ରେ ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ସେ ପ୍ରଥମ ଆଦିବାସୀ ଏବଂ ଦ୍ୱିତୀୟ ମହିଳା ଭାବେ ସର୍ବୋଚ୍ଚ ପଦବୀରେ ବସିଛନ୍ତି ।

Get real time updates directly on you device, subscribe now.