ସଞ୍ଜ ଆସିନି, ଘୋଟିଗଲା କଳା ଅନ୍ଧାର… ଦିନ ଦି ପହରେ ସାରା ଓଡ଼ିଶାକୁ ଗ୍ରାସିଲା ରାତି!

ଭୁବନେଶ୍ବର: ସମସ୍ତେ ଜାଣନ୍ତି ଯେ, ବର୍ଷକରେ ଏଭଳି ଏକ ଦିନ ରହିଥାଏ, ଯେଉଁଠାରେ ଦିନ ଛୋଟ ଏବଂ ରାତି ବଡ ହୋଇଥାଏ । ବର୍ତ୍ତମାନ ବର୍ଷ ସରିବା ପାଇଁ ଆଉ ଦିନ କେଇଟା ବାକି ରହିଥିବା ବେଳେ କେବେ ଛୋଟ ଦିନ ହେବ ତାକୁ ସମସ୍ତେ ଅପେକ୍ଷା କରି ରହିଥିଲେ । ଛୋଟ ଦିନ ସର୍ବଦା ଡିସେମ୍ବର ମାସରେ ହିଁ ହୋଇଥାଏ। ତେବେ ଆଜି ଅର୍ଥାତ ଡିସେମ୍ବର 21 ତାରିଖରେ ଦିନ ଛୋଟ ହୋଇଛି। ସବୁଦିନ ଅପେକ୍ଷା ଆଜି ସନ୍ଧ୍ୟା ଶୀଘ୍ର ହୋଇଛି। ରାଜ୍ୟରେ ଦୁଇ ଦିନ ବର୍ଷା ହେବା ଯୋଗୁଁ, ଶୀଘ୍ର ସନ୍ଧ୍ୟା ହେବା କାହାରିକୁ ଅନୁଭବ ହୋଇନାହିଁ। ତେବେ ଆଜି ଦିନ ସର୍ବାଧିକ 10 ଘଣ୍ଟା 18 ମିନିଟ 18 ସେକେଣ୍ଡ ବୋଲି କୁହାଯାଉଛି । ଏହାକୁ ଓ୍ବିଣ୍ଟେର ସୋଲେଷ୍ଟିକ ମଧ୍ୟ କୁହାଯାଇଥାଏ ।

ବର୍ଷର ଶେଷ ଦିନ ସୂର୍ଯ୍ୟ ପୃଥିବାର ଦକ୍ଷିଣ ଗୋଲାର୍ଦ୍ଧରେ ଅବସ୍ଥାପିତ କରିଥାନ୍ତି । ସୂର୍ଯ୍ୟ ଧନୁ ରାଶିରେ ପ୍ରବେଶ କରିବା ପରେ ଦକ୍ଷିଣାୟନରୁ ଉତ୍ତରାୟଣ ହେବା ପାଇଁ ଚେଷ୍ଟା କରିଥାନ୍ତି । ତେବେ ଏହି ଦିନକୁ ସବୁଠାରୁ ଭଲ ଦିନ ଭାବେ ବିବେଚନା କରାଯାଇଥାଏ । ଏହି ଦିନ ଯେଉଁ କାର୍ଯ୍ୟ କରିବେ ତାହା ସଫଳ ବୋଲି ବିବେଚନା କରାଯାଇଥାଏ । ଏହି ସମୟରେ ନକରାତ୍ମକ କାର୍ଯ୍ୟକୁ ପରିତ୍ୟାଗ କରି ସକରାତ୍ମକ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦିଆଯାଇଥାଏ । ସୂର୍ଯ୍ୟଙ୍କ ମନ୍ତ୍ର ଜପ କରିବା ଦ୍ବାରା ସବୁ କାର୍ଯ୍ୟରେ ସଫଳତା ମିଳିଥାଏ ।