fbpx

ଆଜି ବିଜେଡିର ୨୬ତମ ପ୍ରତିଷ୍ଠା ଦିବସ: ଗୁରୁମନ୍ତ୍ର ଦେବେ ସୁପ୍ରିମୋ

ଭୁବନେଶ୍ୱର: ସୋମବାର ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ବିଜୁ ଜନତାଦଳର ୨୬ତମ ପ୍ରତିଷ୍ଠା ଦିବସ । ସମାରୋହ ପାଇଁ ପ୍ରସ୍ତୁତି ପର୍ବ ଚୂଡ଼ାନ୍ତ ପର୍ଯ୍ୟାୟରେ । ଏହି ସମାରୋହରେ ୪୦ରୁ ୫୦ ହଜାର ନେତା ଓ କର୍ମୀଙ୍କ ସମାଗମ ହେବ । ମୁଖ୍ୟମନ୍ତ୍ରୀ ତଥା ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ସେବାରେ ପୁଣିଥରେ ନିଜକୁ ଉତ୍ସର୍ଗ କରିବା ପାଇଁ ଗୁରୁମନ୍ତ୍ରୀ ଦେବେ । ଏଥିନେଇ ପୁରୀର ତାଳବଣିଆ ପଡ଼ିଆରେ ବ୍ୟାପକ ଆୟୋଜନ କରାଯାଇଛି ।

ସୂଚନାଯୋଗ୍ୟ ଯେ ୧୯୯୭ ମସିହା ଡିସେମ୍ବର ୨୬ ତାରିଖରେ ବିଜୁ ଜନତାଦଳ ପ୍ରତିଷ୍ଠା କରାଯାଇଥିଲା । ତେବେ ଚଳିତବର୍ଷ ଏହାର ରୌପ୍ୟ ଜୟନ୍ତୀ ପାଳନ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀକ୍ଷେତ୍ରକୁ ବାଛିଥିଲେ । ୧୯୯୯ ମସିହା ମହାବାତ୍ୟାର ବିଭୀଷିକା ପରେ ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ରାଜ୍ୟ ଶାସନର ଭାର ନେଇଥିଲା ।

ରୌପ୍ୟ ଜୟନ୍ତୀରେ ରାଜ୍ୟ ବିକାଶ କ୍ଷେତ୍ରରେ ହାସଲ କରିଥିବା ମାଇଲଷ୍ଟୋନ ନେଇ ଏକ ୧୫ ମିନିଟର ଭିଡିଓ ମଧ୍ୟ ପ୍ରଦର୍ଶନ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ସମାରୋହରେ ଦଳର ସମସ୍ତ ସାଂସଦ, ବିଧାୟକ, ନେତା ଓ କର୍ମୀ ଯୋଗଦେବେ । ୧୫ ଦିନ ଧରି ସବୁ ନିର୍ବାଚନମଣ୍ଡଳୀରେ ବିଡେିର ସେବା ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବେ ନେତା ଓ କର୍ମୀ । ଏଥିସହ ବର୍ଷତମାମ ରାଜ୍ୟର ସବୁ ଜିଲ୍ଲା ଓ ବ୍ଲକରେ ୨୫ତମ ପୂର୍ତ୍ତି ଉତ୍ସବ ପାଳନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.