ବର୍ତ୍ତମାନ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଲାଗି ସାରିଛି । ଏହି ସୂର୍ଯ୍ୟ ଗ୍ରହଣ ସକାଳ ୭ଟା ୪ ମିନିଟରେ ଲାଗି ଦ୍ୱିପ୍ରହର ୧୨ଟା ୨୯ ମିନିଟରେ ପର୍ଯ୍ୟନ୍ତ ରହିବ । ଜ୍ୟେତିଷ ଶାସ୍ତ୍ରୀଙ୍କ କହିବା ଅନୁସାରେ, ଏହି ସୂର୍ଯ୍ୟପରାଗ ଚାରି ରାଶିର ଲୋକେ ସତର୍କ ରହିବା ନିହାତି ଆବଶ୍ୟକ । କାରଣ ସେମାନଙ୍କ ବ୍ୟାଙ୍କ ବାଲାନ୍ସ ଉପରେ ଏହାର ପ୍ରଭାବ ପଡିପାରେ । ତେବେ ଆସନ୍ତୁ ଜାଣିବା ବଳୟକାର ସୂର୍ଯ୍ୟପରାଗ କଣ ଏବଂ ଏହା କେଉଁ ରାଶି ମାନଙ୍କୁ ପ୍ରଭାବିତ କରିବ ।
ଚନ୍ଦ୍ରମା ଯେତେବେଳେ ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟରେ ଆସେ ସେତେବେଳେ ଏହି ଘଟଣାକୁ ସୂର୍ଯ୍ୟପରାଗ ହୋଇଥାଏ । ସେହି ଚନ୍ଦ୍ରମା ଯେତେବେଳେ ପୃଥିବୀ ଏବଂ ସୂର୍ଯ୍ୟ ମଧ୍ୟରେ ଆସେ ସେତେବେଳେ ଏହାକୁ ବଳୟାକୃତି ବା କଙ୍କଣାକୃତି ସୂର୍ଯ୍ୟପରାଗ କୁହାଯାଏ । ଏଥିରେ ଚନ୍ଦ୍ରମା ସୂର୍ଯ୍ୟଙ୍କୁ ସଂପୂର୍ଣ୍ଣ ଘୋଡାଇ ଦିଏ ଏବଂ ପୃଥିବୀରେ ସୂର୍ଯ୍ୟ ଏକ ଚମକୁ ଥିବା ଚୁଡି ପରି ଦେଖାଯାଏ ।
ସତର୍କ ରୁହନ୍ତୁ ଏହି ୪ ରାଶି
ମେଷ: ବର୍ଷର ପ୍ରଥମ ସୂର୍ଯ୍ୟପରାଗର ପ୍ରଭାବ ସବୁଠାରୁ ଅଧିକ ମେଷ ରାଶି ଉପରେ ପଡିବ । ଆପଣଙ୍କ କ୍ୟାରିୟରରେ ଅନେକ ବାଧା ବିଘ୍ନ ଆସିପାରେ । ଅନେକ ପ୍ରକାର ଅସୁବିଧା ଆପଣଙ୍କ ପାଖକୁ ଆସିପାରେ ଯେଉଁଥିରେ ବ୍ୟବସାୟ ବାଣିଜ୍ୟ ପ୍ରଭାବିତ ହେବ । ତେବେ ସୂର୍ଯ୍ୟପରାଗ ସମୟରେ ଆପଣ ସତର୍କ ରୁହନ୍ତୁ । କୌଣସି ବଡ ନିଷ୍ପତ୍ତି ନେବା ପୂର୍ବରୁ ଗୁରୁଜନଙ୍କ ପରାମର୍ଶ ନିଅନ୍ତୁ ।
ସିଂହ: ସୂର୍ଯ୍ୟ ସିଂହ ରାଶିର ସ୍ୱାମୀ ହୋଇଥିବାରୁ ସୂର୍ଯ୍ୟପରାଗରେ ଏହି ରାଶିର ଲୋକେ ସାବଧାନ ରହିବା ନିହାତି ଆବଶ୍ୟକ । କଠିନ ପରିଶ୍ରମ କରିବା ପରେ ମଧ୍ୟ ଆପଣଙ୍କୁ କୌଣସି ଫଳପ୍ରାପ୍ତି ହେବ ନାହିଁ । ଲୋକସଂପର୍କ ଖରାପ ହୋଇପାରେ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।
ତୁଳାରାଶି: ବର୍ଷର ପ୍ରଥମ ସୂର୍ଯ୍ୟପରାଗ ତୁଳା ରାଶିର ଲୋକମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରେ । ଆପଣଙ୍କର କୌଣସି ବ୍ୟକ୍ତିଙ୍କ ସହ ବିବାଦ ବଢିବାର ସମ୍ଭାବନା ରହିଛି । କାର୍ଯ୍ୟକ୍ଷେତ୍ରରେ ନିଜର ସହକର୍ମୀଙ୍କ ସହ ସମ୍ବନ୍ଧ ଖରାପ ହୋଇପାରେ । ତେଣୁ ଆପଣ ନିଜ କଥାବାର୍ତ୍ତା ଉପରେ ସଂଯମତା ରଖିବା ଆବଶ୍ୟକ ।
ମକର: ଏହି ସୂର୍ଯ୍ୟପରାଗ ମକର ରାଶିର ଲୋକମାନଙ୍କୁ ଅସୁବିଧାରେ ପକାଇପାରେ । ଆପଣଙ୍କ ଖର୍ଚ୍ଚ ବଢିପାରେ । ଟଙ୍କା-ପଇସାର କ୍ଷତି ହୋଇପାରେ । କିଛି ଦିନ ପାଇଁ କାହାକୁ ଧାର ଦିଅନ୍ତୁ ନାହିଁ କି କୌଣସି ସ୍ଥାନରେ ନିବେଶ କରନ୍ତୁ ନାହିଁ । ଏହି ସମୟରେ ନିଜର ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ ।