ଆଜି ପବିତ୍ର ହେରା ପଞ୍ଚମୀ: ଜନ୍ମବେଦିରେ ମହାପ୍ରଭୁଙ୍କ ଦର୍ଶନ ପରେ ମା ଲକ୍ଷ୍ମୀ ଭାଙ୍ଗିବେ ନନ୍ଦିଘୋଷ ରଥ

ପୁରୀ: ଶ୍ରୀମନ୍ଦିର ପରମ୍ପରା ଅନୁସାରେ ଆଜି ହେରା ପଞ୍ଚମୀ ଅନୁଷ୍ଠିତ ହେବ । ଅନେକ ଦିନ ଧରି ମହାପ୍ରଭୁଙ୍କ ସହ ମାତା ଲକ୍ଷ୍ମୀ ଭେଟ ନ ହେଇଥିବାରୁ ମାତା ଲକ୍ଷ୍ମୀ ବ୍ୟସ୍ତ ବିବ୍ରତ ହୋଇ ରୁଷିଛନ୍ତି । ମହାପ୍ରଭୁ ବଡଭାଇ ଏବଂ ଭଉଣୀଙ୍କୁ ସାଙ୍ଗରେ ନେଇ ଜନ୍ମ ବେଦିକୁ ଆସିଥିବା ବେଳେ ମାତା ଲକ୍ଷ୍ମୀଙ୍କୁ ସାଙ୍ଗରେ ଆଣି ନଥିବାରୁ ମା’ ଲକ୍ଷ୍ମୀ ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ଅଭିମାନ କରିଛନ୍ତି ।

ସେଥିଲାଗି ବିଧି ଅନୁସାରେ ମା ଲକ୍ଷ୍ମୀ ଠାକୁରାଣୀ ମହାପ୍ରଭୁଙ୍କ ଦର୍ଶନ ଲାଗି ଜନ୍ମ ବେଦି ଶ୍ରୀଗୁଣ୍ଡିଚା ମନ୍ଦିର ଯିବେ । ମା ଠାକୁରାଣୀ ସେଠାରେ ମହାପ୍ରଭୁଙ୍କ ଦର୍ଶନ କରିବେ । ମାଆ ଲକ୍ଷ୍ମୀ ସାଆନ୍ତାଣି ପ୍ରଭୁଙ୍କୁ ଦର୍ଶନ କରିବା ପରେ ଅଭିମାନ କରିଥିବା ହେତୁ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ମା ଲକ୍ଷ୍ମୀ ସାଆନ୍ତାଣି ଭାଙ୍ଗିଥାନ୍ତି । ଏହି ହେରା ପଞ୍ଚମୀ ନୀତିକାନ୍ତି ଦୃଶ୍ୟକୁ ଦେଖିବା ଲାଗି ଓଡିଶା ତଥା ବାହାରର କୋଣନୁକୋଣରୁ ବହୁତ ଭକ୍ତ ସମାଗମ ହୋଇଥାନ୍ତି ।

ସେହିପରି ହେରା ପଞ୍ଚମୀ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତ ଆରମ୍ଭ ହୋଇଯାଇଛି । ମା ଲକ୍ଷ୍ମୀଙ୍କୁ ସୃଙ୍ଗାର ବେଶ କରିବା ପାଇଁ ଅଳଙ୍କାର, ପାଟଶାଢୀରେ ପାଳିଆ ମହାଜନ କରିଥାଏ । ପରେ ପୂଜା ପଣ୍ଡାମାନେ ଭୋଗଲାଗି ନୀତି କରିଥାନ୍ତି । ଏହାର ସମାପ୍ତ ପରେ ଶ୍ରୀମନ୍ଦିରରୁ ଘଣ୍ଟା, ବାଦ୍ୟ ରୋଶଣୀ ସହ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରଭୁଙ୍କ ଦର୍ଶନ ପାଇଁ ଯାଇଥାନ୍ତି । ବିଧି ଅନୁସାରେ ମା ଠାକୁରାଣୀ ମହାପ୍ରଭୁପଙ୍କ ଦର୍ଶନ କରି ଫେରିବା ବେଳେ ଅଭିମାନରେ ନନ୍ଦିଘୋଷ ରଥକୁ ସାମାନ୍ୟ ଭାଙ୍ଗିଦେଇ ଶ୍ରୀମନ୍ଦିର ଫେରିବେ ।

Get real time updates directly on you device, subscribe now.