ଆଜି ହିଁ ଶେଷ ସୁଯୋଗ : ୨୦୦୦ ଟଙ୍କା ଜମା କରିବାର ଆଉ ବଢିବନି ସମୟ ସୀମା

ନୂଆଦିଲ୍ଲୀ : RBI ୨୦୦୦ ଟଙ୍କାର ନୋଟ ବଦଳିକୁ ନେଇ ଏକ ସ୍ପଷ୍ଠ ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି ଯେ, ୨୦୦୦ଟଙ୍କିଆ ନୋଟ ବଦଳାଇବା ପାଇଁ ଆଉ ସମୟ ଦିଆଯିବ ନାହିଁ । ଯଦି ଆଜି ନୋଟ ବଦଳାଇବେ ତେବେ ଆସନ୍ତା କାଲି ଠାରୁ ତାହାକୁ କେବଳ ଏକ କାଗଜ ରୂପରେ ଗଣତି କରାଯିବ । ତେବେ ରିଜର୍ଭ ବ୍ୟାଙ୍କ ସ୍ପଷ୍ଠ ଭାବରେ କହିଛି ଯେ, ୨୦୦୦ର ନୋଟ ବଦଳାଇବାର ଆଜି ହେଉଛି ଶେଷ ଦିନ । ଆଜି ହେଉଛି ଏହାକୁ ବଦଳାଇବାର ଶେଷ ସୁଯୋଗ ।

ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ୨୦୦୦ଟଙ୍କିଆ ନୋଟ ଶତ ପ୍ରତିଶତ ବ୍ୟାଙ୍କକୁ ଫେରି ନଥିବାର କୁହାଯାଉଛି । ଏବେ ପର୍ଯ୍ୟନ୍ତ ଅଳ୍ପ ପରିମାଣରେ ମାର୍କେଟରେ ୨୦୦୦ଟଙ୍କିଆ ନୋଟ ରହିଛି । ତେଣୁ ରିଜର୍ଭ ବ୍ୟାଙ୍କ ନୂଆ ସମୟଧାର୍ଯ୍ୟ କରିବେ ବୋଲି ସୂଚାନା ମିଳିଥିଲା । ଏନେଇ ରିଜର୍ଭ ବ୍ୟାଙ୍କ ANI ମାଧ୍ୟମରେ ସ୍ପଷ୍ଟ କରି କହିଛନ୍ତି ଯେ, ଏହାର ଆଉ ସମସୟସୀମା ବୃଦ୍ଧି କରାଯିବ ନାହିଁ । ଆଜି ହିଁ ୨୦୦୦ଟଙ୍କିଆ ନୋଟ ବଦଳାଇବାର ଶେଷ ତାରିଖ ଅଟେ ।

ବର୍ତ୍ତମାନ ପର୍ଯ୍ୟନ୍ତ ମାତ୍ର ୯୩% ୨୦୦୦ଟଙ୍କିଆ ନୋଟ ଜମା ହୋଇଛି ବୋଲି ସେପ୍ଟେମ୍ବର ୨କୁ ରିଜର୍ଭ ବ୍ୟାଙ୍କ ଆକଳନ କରି ସୂଚନା ଜାରି କରିଥିଲା । ଏହି ନୋଟର ମୋଟ ମୂଲ୍ୟ ୩.୩୨ଲକ୍ଷ କୋଟି ଟଙ୍କା ଅଟେ । ତେବେ ଏବେ ମଧ୍ୟ ପ୍ରାୟ ୨୪,୦୦୦ କୋଟି ଟଙ୍କା ଅର୍ଥାତ ୭% ଟଙ୍କା ବ୍ୟାଙ୍କକୁ ଆସିବାର ଅଛି ।