fbpx

ଆଜି କିସ୍ ଡେ: ଜମାରୁ କରନ୍ତୁନି ମିସ୍, ଆପଣାଇ ନିଅନ୍ତୁ ନିଜ ପସନ୍ଦର କିସ୍

କିସ୍ ଡେ ବା ଚୁମ୍ବନ ଦିବସକୁ ଭାଲେଣ୍ଟାଇନ୍ସ ସପ୍ତାହର ସବୁଠାରୁ ଗୋଲଡେନ୍ ଡେ ଭାବେ ଗ୍ରହଣ କରାଯାଇଥାଏ । କାରଣ ଚୁମ୍ବନ ଜଣଙ୍କର ଭାବନାକୁ ଅଧିକ ରୋମାଣ୍ଟିକ ଢଙ୍ଗରେ ପରିପ୍ରକାଶ କରିଥାଏ । ପ୍ରତିବର୍ଷ ଫେବୃଆରୀ ମାସ ୧୩ ତାରିଖରେ କିସ୍ ଡେ ପାଳନ କରାଯାଏ । ଅନ୍ତରର ପ୍ରେମ ପ୍ରକାଶ କରିବା ପାଇଁ ଚୁମ୍ବନ ହେଉଛି ଏକ ସୁନ୍ଦର ମାଧ୍ୟମ । ଏହି ଦିବସରେ ପ୍ରେମୀଯୁଗଳମାନେ ସେମାନଙ୍କର ସ୍ନେହ, ବିଶ୍ୱାସ ଓ ପ୍ରେମକୁ ପରିପ୍ରକାଶ କରିବା ପାଇଁ ଏକ ସୁଯୋଗ ପାଇଥାନ୍ତି । ଚୁମ୍ବନ କେବଳ ପ୍ରେମୀଯୁଗଳଙ୍କ ମଧ୍ୟରେ ସୀମିତ ନଥାଏ, ପିତାମାତା, ଭାଇଭଉଣୀ, ସାଙ୍ଗସାଥୀ, ବନ୍ଧୁପରିଜନମାନେ ମଧ୍ୟ ଏହାକୁ ଶେୟାର କରିଥାନ୍ତି । ବିଭିନ୍ନ ପ୍ରକାର ଚୁମ୍ବନର ଭିନ୍ନ ଭିନ୍ନ ସ୍ୱତନ୍ତ୍ରତା ରହିଥାଏ । ଆଜି ଆସନ୍ତୁ ଜାଣିବା ବିଭିନ୍ନ ପ୍ରକାର ଚୁମ୍ବନ ବିଷୟରେ:-

– ପାର୍ଟନରଙ୍କର ଗାଲକୁ କିସ୍ କରିବାର ଅର୍ଥ ହେଉଛି ଆପଣଙ୍କର ତାଙ୍କ ପ୍ରତି ଅନାବିଳ ସ୍ନେହ ରହିଛି । ଏହା ମଧ୍ୟ ରିଲେସନସିପରେ ଉତ୍ତମ ସହଯୋଗ ଓ ବୁଝାମଣାକୁ ପ୍ରମାଣିତ କରିଥାଏ ।

– କିଛି ପ୍ରେମୀଯୁଗଳ ପରସ୍ପରକୁ ଓଠରେ ଚୁମ୍ବନ ଦେଇଥାନ୍ତି । ଏହା ସେମାନଙ୍କର ଉତ୍ସାହକୁ ଶତଗୁଣ ବୃଦ୍ଧି କରିଥାଏ । ଫଳରେ ପ୍ରେମର ଏକ୍ସପ୍ରେସ୍ ଆଗକୁ ମାଡ଼ିଚାଲେ, ଆଉ ପଛକୁ ଫେରି ଚାହିଁନଥାଏ । ଭାବନାକୁ ପରିପ୍ରକାଶ କରିବାର ଏହା ଏକ ଉତ୍ତମ ମାଧ୍ୟମ ଅଟେ ।

– ଅନେକ ପାର୍ଟନରଙ୍କ କାନରେ କିସ୍ କରିଥାନ୍ତି । ସାଥୀଙ୍କର କାନରେ କିସ୍ କଲେ ଏହା ଆପଣଙ୍କର ସେକ୍ସୁଆଲିଟି ଇଣ୍ଟେନସନକୁ ଜାହିର କରିଥାଏ । ମାତ୍ର ଏହାର ପ୍ରଭାବ ପ୍ରେମୀଯୁଗଳଙ୍କ ଉଦ୍ଦେଶ୍ୟ ଉପରେ ନିର୍ଭର କରିଥାଏ ।

– ହାତକୁ ଚୁମ୍ବନ ଦେବାର ଅର୍ଥ ଏହା ଆପଣଙ୍କର ପସନ୍ଦକୁ ଦର୍ଶାଇଥାଏ । ଅର୍ଥାତ ଆପଣ ପାର୍ଟନରଙ୍କୁ ବହୁତ ପସନ୍ଦ କରନ୍ତି । ଏହାଛଡ଼ା ହାତରେ କିସ୍ କରିବା ବିଶ୍ୱାସର ପ୍ରତୀକ ହୋଇଥାଏ ।

– ଅତ୍ୟଧିକ ଭଲପାଇବା, ଇମୋଶନାଲ ସମୟରେ କପାଳରେ କିସ୍ କରାଯାଏ । ଆପଣ ସର୍ବଦା ପାର୍ଟନରଙ୍କ ସହ ରହିବା ସହ ସମ୍ପୂର୍ଣ୍ଣ ରୂପେ ତାଙ୍କୁ ସହଯୋଗ କରିବେ ବୋଲି ଏହା ଜଣାଇ ଦେଇଥାଏ ।

Get real time updates directly on you device, subscribe now.