fbpx

ଆଜି ମହାଶିବରାତ୍ରୀ: ଚଳଚଞ୍ଚଳ ଏକାମ୍ର କ୍ଷେତ୍ର, ମାନିବାକୁ ପଡ଼ିବ କୋଭିଡ୍ କଟକଣା

ଭୁବନେଶ୍ୱର, ୧୧ା୩ (ଓଡିଶା ଭାସ୍କର): ଆଜି ମହାଶିବରାତ୍ରି । ଏଥିପାଇଁ ପ୍ରସ୍ତୁତ ହୋଇଛି ଏକାମ୍ର କ୍ଷେତ୍ର । ଶ୍ରୀଲିଙ୍ଗରାଜଙ୍କ ସମେତ ଶତାଧିକ ଶୈବ ପୀଠରେ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ସରିଛି । କୋଭିଡ୍ କଟକଣା ସହ ସୁଚାରୁରୂପେ ଜାଗର ଯାତ୍ରାକୁ ପାଳନ କରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ସୂଚନା ଅନୁଯାୟୀ, ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟା ପରେ ଉଠିବ ମହାଦୀପ । ଦିନ ୧୨ଟାରୁ ୧୨ଟା ୪୫ ମିନିଟ୍ ମଧ୍ୟରେ ହେବ ମହାସ୍ନାନ ଓ ବେଶ । ସୁରକ୍ଷା ପାଇଁ ୩୪ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ସୁରକ୍ଷା ଦାୟିତ୍ୱରେ ଅଛନ୍ତି ୧୨୦ ଜଣ ବରିଷ୍ଠ ପୋଲିସ ଅଧିକାରୀ । ଏଥିସହ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବାକୁ ୫ ଅତିରିକ୍ତ ଡିସିପିଙ୍କୁ ଦାୟିତ୍ୱ ଦିଆଯାଇଛି । ମହାଶିବରାତ୍ରି ଉପଲକ୍ଷେ ଜନ ସମାଗମର ଆଶଙ୍କା କରି ରାଜ୍ୟ ସରକାର ନୂଆ କୋଭିଡ୍ ଗାଇଡଲାଇନ୍ ଜାରି କରିଥିଲେ ।

Get real time updates directly on you device, subscribe now.