fbpx

ରାଜଧାନୀରେ ହତ୍ୟାକାଣ୍ଡ, ଭଡାଟିଆ ସାଜିଲା ରକ୍ତମୁଖା

Advertisement

ଭୁବନେଶ୍ୱର: ଆଜି ସକାଳୁ ରାଜଧାନୀର ତମାଣ୍ଡୋ ଅଞ୍ଚଳରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ । ଏହି ଅଭାବନୀୟ ଘଟଣାଟି ତମାଣ୍ଡୋ ଥାନା ଅଞ୍ଚଳର ଇଞ୍ଜିନିୟରିଂ କଲେଜ ପାଖରେ ହୋଇଛି ।

ସୂଚନାଯୋଗ୍ୟ ଯେ ଏହି ଇଞ୍ଜିନିୟରିଂ କଲେଜ ପାଖର ଏକ ଭଡାଘରେ ରହୁଥିବା ଭଡାଟିଆ ଜଣଙ୍କ ହତ୍ୟା କରିଥିବାର ସନ୍ଦେହ କରାଯାଇଛି । ତମାଣ୍ଡୋ ଥାନା ପାଖ ଅଞ୍ଚଳର ଏକ ରାସ୍ତା କଡରୁ ରକ୍ତାତ ଅବସ୍ଥାରେ ସେହି ମୃତ ପୋଲିସ ଜବତ କରିଛି । ପୋଲିସର ସନ୍ଦେହ ମୃତକଙ୍କ ଘରେ ରହୁଥିବା ବ୍ୟକ୍ତି ଉପରେ ହୋଇଥିଲା । ତେଣୁ ପୋଲିସ ଭଡାଟିଆକୁ ଅଟକ ରଖି ଜେରା କରିବା ସହ ଘଟଣାର ଛାନ୍ଭିନ କରୁଛି ।

Get real time updates directly on you device, subscribe now.