fbpx

ଆଜି ରାଘବ ଚଡାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ ପରିଣୀତି ଚୋପ୍ରା, ହଳଦୀ-ମେହେନ୍ଦୀ ରଶମରେ ହେଲା ଦମଦାର ଧମାଲ

Advertisement

ଉଦୟପୁର: ପରିଣୀତି ଚୋପ୍ରା ଏବଂ ରାଘବ ଚଡା ଆଜି ଦୁହେଁ-ଦୁହିଁଙ୍କର ହୋଇଯିବେ । ଆଜି ଅର୍ଥାତ୍ ୨୪ ସେପ୍ଟେମ୍ବର ଦିନ ରାଜସ୍ଥାନର ଉଦୟପୁରରେ ଥିବା ହୋଟେଲ ଲୀଲା ଆଣ୍ଡ ତାଜ ପ୍ୟାଲେସରେ ସେମାନେ ବିବାହ ବନ୍ଧନରେ ବାନ୍ଧି ହେବେ । ଏହି ଦୁଇ ଜଣଙ୍କର ଶନିବାର ଦିନ ଖୁବ ଆଡମ୍ବରର ସହ ହଳଦୀ-ମେହେନ୍ଦୀ ରଶମ ସଂପୂର୍ଣ୍ଣ ହୋଇଛି ଏବଂ ଏବେ ଏହି କପଲ୍ ସାତ ଫେରା ନେବାକୁ ପ୍ରସ୍ତୁତ ଅଛନ୍ତି ।

ପରିଣୀତି-ରାଘବଙ୍କ ବିବାହରେ ବଲିଉଡ ଜଗତର ଷ୍ଟାରମାନେ ଏବଂ ରାଜନୀତି ଦୁନିଆର ମଧ୍ୟ ବଡ଼ ବଡ଼ ରାଜନେତା ଏଥିରେ ଯୋଗ ଦେବେ । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଏବଂ ଆପ ସାଂସଦ ସଞ୍ଜୟ ସିଂହ ମଧ୍ୟ ବିବାହରେ ଯୋଗ ଦେବା ପାଇଁ ଉଦୟପୁରରେ ପହଁଚିଛନ୍ତି । ସେହିପରି ବଲିଉଡ ଜଗତର ଅନେକ ଅଭିନେତା ଏବଂ ଅଭିନେତ୍ରୀ ମଧ୍ୟ ଉଦୟପୁରରେ ପହଁଚିଛନ୍ତି ।

ରାଘବ ଏବଂ ପରିଣୀତିଙ୍କ ବିବାହ ରାଜସ୍ଥାନର ହ୍ରଦ ସହର କୁହାଯାଉଥିବା ଉଦୟପୁରର ଲୀଲା ପ୍ୟାଲେସରେ ହେଉଛି । ଲୀଲା ପ୍ୟାଲେସ ପର୍ଯ୍ୟନ୍ତ ପହଁଚିବା ଲାଗି କେବଳ ଗୋଟିଏ ରାସ୍ତା ଅଛି, ଯାହା ସେହି ହ୍ରଦ ଦେଇ ଯିବାକୁ ହେବ । ରାଘବ ଚଡାଙ୍କ ରହିବାର ବ୍ୟବସ୍ଥା ଲୀଲା ପ୍ୟାଲେସ ଠାରୁ ୪୦୦ ମିଟର ଦୂର ଲେକ୍ ପ୍ୟଲେସରେ କରାଯାଇଛି । ସେହିପରି ରାଘବ ବରଯାତ୍ରୀଙ୍କ ସହ ବୋଟ ଉପରେ ବରଯାତ୍ରୀଙ୍କୁ ନେଇ ଲୀଲା ପ୍ୟାଲେସରେ ପହଁଚିବେ । ଏଥିସହ ଏହି ବିବାହ ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି । ୧୦୦ଜଣ ପ୍ରାଇଭେଟ ସିକ୍ୟୁରିଟି ଗାର୍ଡଙ୍କୁ ମୁତୟନ କରାଯାଇଛି ।

-ଦ୍ୱିପ୍ରହର ୧ଟାରେ ରାଘବଙ୍କ ସେହରାବନ୍ଦୀ ହେବ ।
-ଦ୍ୱିପ୍ରହର ୨ଟାରେଏ ପରିଣୀତିଙ୍କ ବରଯାତ୍ରୀ ଆସିବ ।
-୩.୩୦ରେ ଜୟମାଳା କାର୍ଯ୍ୟକ୍ରମ ହେବ ।
-ଅପରାହ୍ନ ୪ଟାରେ ପରିଣୀତି-ରାଘବ ଫେରା ନେବେ ।
-ସଂଧ୍ୟା ୬.୩୦ ରେ ପରିଣୀତିଙ୍କ ବିଦାୟ ହେବ ।

Get real time updates directly on you device, subscribe now.