fbpx

ଜାତୀୟ ଡାକ୍ତର ଦିବସ: ଆଜି ଡାକ୍ତରଙ୍କୁ ସମ୍ବୋଧନ କରିବେ ମୋଦି

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର):  ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଡାକ୍ତର ଦିବସ ଉପଲକ୍ଷେ ଇଣ୍ଡିଆନ ମେଡିକାଲ ଆସୋସିଏସନ୍‌ର ଡାକ୍ତରମାନଙ୍କୁ ସମ୍ବୋଧିତ କରିବେ । ଏକ ଟୁଇଟ ଯୋଗେ ମୋଦି ଏହି ସୂଚନା ଦେଇଛନ୍ତି ।

 

ସେ ଲେଖିଛନ୍ତି, କୋଭିଡ-୧୯ ସହ ଲଢ଼ିଥିବା ପ୍ରତ୍ୟେକ ଡାକ୍ତରଙ୍କ ପାଇଁ ମୁଁ ଗର୍ବିତ । ଡାକ୍ତର ଦିବସ ଅବସରରେ ମୁଁ ସେମାନଙ୍କୁ ସମ୍ବୋଧନ କରିବି । ଡାକ୍ତରମାନଙ୍କ ମନୋବଳ ବଢ଼ାଇବା ସହ ସେମାନଙ୍କୁ ଅନୁପ୍ରାଣିତ କରିବାକୁ ଆସନ୍ତାକାଲି ଦେଶର ବିଭିନ୍ନ ଭାଗରେ ଡାକ୍ତର ଦିବସ ପାଳିତ ହେବାର କାର୍ଯ୍ୟକ୍ରମ ରହିଛି ।

Get real time updates directly on you device, subscribe now.