fbpx

ଆଜି ଶ୍ରୀଜିଉଙ୍କ ‘ପଦ୍ମବେଶ’

ପୁରୀ,୧୩ ।୨(ଓଡିଶା ଭାସ୍କର): ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ‘ପଦ୍ମବେଶ’ । ପରମ୍ପରା ଅନୁଯାୟୀ ବଡସଂହାର ବେଶରେ ମହାପ୍ରଭୁଙ୍କ ବେଶ ଲାଗି ନୀତି ଆରମ୍ଭ ହେବ । ବଡଛତା ମଠ ପକ୍ଷରୁ ପଦ୍ମବେଶ ଶ୍ରୀମନ୍ଦିରକୁ ବିଜେ କରାଯିବ । ସନ୍ଧ୍ୟା ଆଳତି ପରେ ଘଣ୍ଟି, ଦୁହୁଡି ସହ ମଠ ସାଧୁସନ୍ଥ ବେଶ ନେଇ ଯିବେ । ବଡ ସିଂହାର ବେଶ ସମୟରେ ସିଂଘାରୀ ସେବକ ଏହି ବେଶ ଲାଗି କରିବେ । ପଦ୍ମବେଶରେ ମହାପ୍ରଭୁଙ୍କ ଠାରେ ଏକପଣ ବା ୮୦ଟି ପଦ୍ମଫୁଲ ଲାଗିବ ।

Get real time updates directly on you device, subscribe now.