fbpx

ଶ୍ରାବଣର ଦ୍ୱିତୀୟ ସୋମବାରରେ ଶ୍ରୀମନ୍ଦିର ଦର୍ଶନ ବନ୍ଦ: ଜାଣନ୍ତୁ କେତେ ସମୟ ପାଇଁ ବନ୍ଦ ରହିବ ମନ୍ଦିର

Advertisement

ପୁରୀ: ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ପୁରୀ ଶ୍ରୀମନ୍ଦିରରେ ଜଗାଦର୍ଶନ କରି ପାରିବେନି ଶ୍ରଦ୍ଧାଳୁ । ଶ୍ରୀଜୀଉଙ୍କ ନୀତିକାନ୍ତି ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । ଅପରାହ୍ନରେ ୪ ଘଣ୍ଟା ପାଇଁ ଭକ୍ତଙ୍କୁ ଦର୍ଶନରୁ ବଞ୍ଚିତ କରିବେ ଶ୍ରୀଜଗନ୍ନାଥ । ଅପରାହ୍ନ ୨ଟା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ ବୋଲି କୁହାଯାଇଛି । ତେବେ ଚିତାଲାଗି ଅମାବାସ୍ୟାରେ ମହାପ୍ରଭୁଙ୍କ ମସ୍ତକରେ ଚିତାଲାଗି କରାଯିବ, ତେଣୁ ଏହି ନୀତି ପାଇଁ ଦର୍ଶନ ବନ୍ଦ କରାଯାଇଛି । ୪ ଘଣ୍ଟା ପରେ ପୁଣି ଥରେ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ସେବା ସ୍ୱାଭାବିକ ହେବ ଏବଂ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ ।

Get real time updates directly on you device, subscribe now.