fbpx

ତତଲା କଡେଇରେ ସିଝୁଛି ଓଡିଶା

ଭୁବନେଶ୍ୱର, ୧୨ ।୪(ଓଡ଼ିଶା ଭାସ୍କର) : ଗ୍ରୀଷ୍ମ ପ୍ରକୋପରେ ହନ୍ତସନ୍ତ ହେଉଛି ସାରା ଓଡିଶା । ଆଜି ରାଜ୍ୟର ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଏହି କ୍ରମରେ ବୌଦ୍ଧରେ ସର୍ବାଧିକ ଉତ୍ତପ୍ତ ଅନୁଭୁତ ହୋଇଛି । ଏଠାରେ ଆଜି ତାପମାତ୍ରା ୪୩.୧ ଡିଗ୍ରୀ ରହିଥିଲା । ଏଥିସହିତ ବଲାଙ୍ଗୀର ୪୨.୪ ଡିଗ୍ରୀ, ତାଳଚେର ୪୨.୩ ଡିଗ୍ରୀ, ସୋନପୁର ୪୧.୮ ଡିଗ୍ରୀ, ଭୁବନେଶ୍ୱର ୪୧.୭ ଡିଗ୍ରୀ, ଅନୁଗଳ ୪୨.୭ ଡିଗ୍ରୀ, ଟିଟିଲାଗଡ ଓ ବାରିପଦା ୪୨.୫ ଡିଗ୍ରୀ ତାପମାତ୍ରା ଅନୁଭବ କରିଛି । ତେବେ ଆଗକୁ ଆହୁରି ଗରମ ଅନୁଭବ ହେବା ନେଇ ଅନୁମାନ କରାଯାଉଛି ।

Get real time updates directly on you device, subscribe now.