ମାର୍ଚ୍ଚ ମାସର ପ୍ରଥମ ଦିନରେ କମିଗଲା ସୁନା-ରୂପା ଦର, ଜାଣନ୍ତୁ କେତେ ରହିଛି ୧୦ ଗ୍ରାମ ଗୋଲ୍ଡ ମୂଲ୍ୟ

କମିଗଲା ସୁନା-ରୂପା ଦର, ଜାଣନ୍ତୁ କେତେ ରହିଛି ମୂଲ୍ୟ

ନୂଆଦିଲ୍ଲୀ: ମାର୍ଚ୍ଚ ମାସର ପ୍ରଥମ ଦିନରେ ଶସ୍ତା ହୋଇଗଲା ସୁନା-ରୂପା ଦର। ଗତ ତିନି ଦିନ ଧରି ସୁନା-ରୂପା ଦରରେ ହ୍ରାସ ପାଇବାରେ ଲାଗିଛି। ଶନିବାର ଦିନ ସୁନା ମୂଲ୍ୟରେ ୫୦୦ ଟଙ୍କା ହ୍ରାସ ପାଇଛି।

ଏଥିସହ ରୂପା ଦର ୧,୧୦୦ ଟଙ୍କା ହ୍ରାସ ପାଇଛି। ଆଜି ଦିଲ୍ଲୀରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୮୬ ହଜାର ୯୮୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୭୯ ହଜାର ୭୪୦ ଟଙ୍କା ରହିଛି।

ମୁମ୍ବାଇରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୮୬ ହଜାର ୮୩୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୭୯ ହଜାର ୫୯୦ ଟଙ୍କା ରହିଛି।

କୋଲକାତାରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୮୬ ହଜାର ୮୩୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୯ ହଜାର ୫୯୦ ଟଙ୍କା ରହିଛି।

ଭୁବନେଶ୍ୱରରେ କେତେ ରହିଛି ସୁନା ଦର: ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୮୬ ହଜାର ୬୨୦ ଟଙ୍କା ରହିଥିବା ବେଳେ ଏହି ଦର ଗତକାଲି ୮୬ ହଜାର ୮୪୦ ଟଙ୍କା ଥିଲା। ଏଥିରେ ୨୨୦ ଟଙ୍କା ହ୍ରାସ ପାଇଛି।

ଯଦି ଆମେ ଭୁବନେଶ୍ୱରର ୨୨ କ୍ୟାରେଟ ସୁନା ଦର ଦେଖିବା, ତେବେ ଏହି ଦର ୧୦ ଗ୍ରାମ ପିଛା ୭୯ ହଜାର ୪୦୦ ଟଙ୍କା ରହିଛି। ଏହି ଦର ଗତକାଲି ୭୯ ହଜାର ୬୦୦ ଟଙ୍କା ଥିଲା। ଏଥିରେ ୨୦୦ ଟଙ୍କା ହ୍ରାସ ପାଇଛି।