ନୂଆଦିଲ୍ଲୀ: ବର୍ତ୍ତମାନ ଜାପାନ୍ ରେ ଟୋକିଓ ଅଲିମ୍ପିକ୍ ଗେମ୍ ଜାରି ରହିଛି । ସମସ୍ତଙ୍କ ଧ୍ୟାନ ଏବେ ବିଭିନ୍ନ କ୍ଷେତ୍ରରେ ଖେଳା ଯାଉଥିବା ଖେଳାଳୀଙ୍କ ଉପରେ ରହିଛି । ଏଥିସହିତ କେଉଁ କେଉଁ ଦେଶ କେତୋଟି ମେଡାଲ୍ ହାତଉଛି ତାହା ଉପରେ ସମସ୍ତଙ୍କ ଧ୍ୟାନ ରହିଛି । ସବୁଥର ଏହା ଖୁବ୍ ବଡ଼ ଆକାରରେ ହେଉଥିବା ବେଳେ ଚଳିତ ଥର କରୋନା ମହାମାରୀ କାରଣରୁ ଏହାର ଜାକଜମକ ଫିକା ପଡ଼ିଯାଇଛି । ଏସବୁ ବାଦ୍ କଣ ଆପଣ ଜାଣିଛନ୍ତି କି ଟୋକିଓ ଅଲିମ୍ପିକ୍ ରେ ଖେଳାଳୀ ମାନେ ପାଉଥିବା ପଦକ ସବୁ ରି-ସାଇକଲ୍ ପଦ୍ଧତିରେ ଇ-ୱେଷ୍ଟରୁ ପଦକ ସବୁକୁ ତିଆରି କରାଯାଏ ।
‘ଟୋକିଓ ୨୦୨୦ ପଦକ ପ୍ରକଳ୍ପ’ ଅଧୀନରେ ଏପ୍ରିଲ୍ ୨୦୧୭ ରୁ ମାର୍ଚ୍ଚ ୨୦୧୯ ମଧ୍ୟରେ ୭୮,୯୮୫ ଟନ୍ ଇଲେକ୍ଟ୍ରୋନିକ୍ ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଇଥିଲା । ଏହାକୁ ତିଆରି ପାଇଁ ଅନେକ ସମୟ ଲାଗିଥିଲା । ଏହାକୁ ପୂରା କରିବା ପାଇଁ ପ୍ରାୟ ୨ ବର୍ଷ ଲାଗିଥିଲା । ଏହି ୨ ବର୍ଷ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରୁ ମୋବାଇଲ୍ ଫୋନ୍ ପରି ବିଭିନ୍ନ ଇଲେକ୍ଟ୍ରୋନିକ୍ ବର୍ଜ୍ୟବସ୍ତୁ ସଂଗ୍ରହ ପାଇଁ ଏକ ଡ୍ରାଇଭ୍ କରାଯାଇଥିଲା ।
The #Tokyo2020 Medal Project aims towards an innovative future for the world ?
♻️ From April 2017 to March 2019, small electronic devices including mobile phones were collected to produce the Olympic and Paralympic medals ?
#WednesdayWisdom pic.twitter.com/WKVeRb0OcS— #Tokyo2020 (@Tokyo2020) June 30, 2021
ଛାତ୍ର ଏବଂ ଆଥଲେଟ୍ ଠାରୁ ଆରମ୍ଭ କରି ଅନେକ ବେସରକାରୀ କମ୍ପାନୀ ପର୍ୟ୍ୟନ୍ତ, ଜାପାନର ସମସ୍ତ ଲୋକ ଛୋଟ ଇଲେକ୍ଟ୍ରୋନିକ୍ ଉପକରଣ ଯାହାକୁ ସେମାନେ ବ୍ୟବହାର କରୁନାହାନ୍ତି ସେସବୁକୁ ଏହି ଡ୍ରାଇଭ୍ ଅଧୀନରେ ପ୍ରଦାନ କରିଥିଲେ । ମୋଟ ଉପରେ କହିବାକୁ ଗଲେ ପ୍ରାୟ ୬.୨୧ ମିଲିୟନ୍ ବ୍ୟବହାର ଯୁକ୍ତ ଫୋନ୍ ସ୍ଥାନୀୟ ରିସାଇକ୍ଲିଂ ନିୟମାନୁସାରେ ଏଥିରେ ବ୍ୟବହାର କରାଯାଇଥିଲା ।
As a mark of where we are in our evolution today & the next step forward, the #Olympics2020 #medals are made of #Recycled IT waste. Over two years, the Tokyo Medal Project quietly collected 78,985 tons of electronic devices, including 6.21 million cell phones, from across Japan?? pic.twitter.com/19zSpxzomH
— Randeep Hooda (@RandeepHooda) August 2, 2021
ଆଉ ଫଳସ୍ୱରୂପ ଏହି ସବୁ ବର୍ଜ୍ୟରୁ ୩୨କେଜିର ସୁନା, ୩ହଜାର ୫୦୦ କେଜିର ରୁପା ଓ ୨ହଜାର ୨୫୦ କେଜିର ବ୍ରୋଞ୍ଜ ଉତ୍ପନ୍ନ ହୋଇଥିଲା । ଟୋକିଓ ଅଲିମ୍ପିକ୍ ଓ ପାରାଅଲିମ୍ପିକ୍ ପାଇଁ ସମୁଦାୟ ୫ହଜାର ପଦକ ତିଆରି କରାଯାଇଥିଲା । ଏହାପରେ ଯଦି ଆପଣ ମାନେ ପଦକ ସବୁର ଗୁଣବତ୍ତା ଉପରେ ସନ୍ଦେହ ପ୍ରକାଶ କରୁଥାନ୍ତି ତେବେ ତାହା ସମ୍ପୂର୍ଣ୍ଣ ଭୁଲ୍ । କାରଣ ଏହିସବୁ ସମ୍ପୂର୍ଣ୍ଣ ଅସଲି ।
ପଦକ ଗୁଡ଼ିକର ସରଞ୍ଚନା ସମାନ ରହିଛି । ଖାଲି ପଦକ ନୁହେଁ ଏଥିରେ ଲାଗିଥିବା ରିବନ୍ ମଧ୍ୟ ରିସାଇକ୍ଲିଂ ପଦ୍ଧତିରେ ତିଆରି ହୋଇଛି । “ରାସାୟନିକ ଭାବରେ ପୁନଃ ବ୍ୟବହୃତ ପଲିଷ୍ଟର ଫାଇବର ବ୍ୟବହାର କରି କରାଯାଇଛି । ଏହି ଉତ୍ପାଦନ ପ୍ରକ୍ରିୟାରେ ଖୁବ୍ କମ୍ ମାତ୍ରାରେ ଅଙ୍ଗାରକାମ୍ଳ ଉତ୍ପନ୍ନ ହୋଇଛି ।