Breaking news: ଧାନମଣ୍ଡି ପାଇଁ ଜାରି ହେଲା ଟୋଲ୍ ଫ୍ରି ନମ୍ବର, ଏହି ନମ୍ବରକୁ କଲ୍ କରି ଅଭିଯୋଗ କରିବେ ଚାଷୀ

ଭୁବନେଶ୍ବର: ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଅବ୍ୟବସ୍ଥା ରୋକିବା ପାଇଁ ଅନେକ ପ୍ରକାର ପଦକ୍ଷେପ ନେଉଛନ୍ତି ସରକାର । ବର୍ତ୍ତମାନ ଧାନମଣ୍ଡି ପାଇଁ ଚୋଲ ଫ୍ରି ନମ୍ବର ଜାରି କରାଯାଇଛି । 1967 ରହିଛି ଟୋଲ ଫ୍ରି ନମ୍ବର । ଧାନମଣ୍ଡିରେ ଅବ୍ୟବସ୍ଥା ରୋକିବା ପାଇଁ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କରାଯାଇଛି । କଣ୍ଟ୍ରୋଲ ରୁମର ଉଦଘାଟନ କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଟୋଲ ଫ୍ରି ନମ୍ବର 1967ରେ ଅସୁବିଧା ନେଇ କଲ୍ କରିପାରିବେ ଚାଷୀ । ଫୋନ କରି ମଣ୍ଡିର ଅସୁବିଧା ଅଭିଯୋଗ କରିପାରିବେ ଚାଷୀ । କମାଣ୍ଡ କଣ୍ଟ୍ରୋଲ ସେଣ୍ଟ ଦ୍ବାରା ସବୁ ମଣ୍ଡିର ସିସିଟିଭି ଅନୁଧ୍ୟାନ କରାଯିବ । ଅଭିଯୋଗ ଆସିବା ମାତ୍ରେ ନୋଡାଲ ଅଧିକାରୀ ତୁରନ୍ତ ଯିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ । ଚଳିତ ବର୍ଷ ଧାନ କ୍ବିଣ୍ଟାଲ ପିଛା ଚାଷୀ 3100 ଟଙ୍କା ପାଇବେ । 2300 ଟଙ୍କା ଏମଏସପି ସହିତ 800 ଟଙ୍କା ବୋନସ୍ ଦିଆଯିବ ।