ଦ୍ବିତୀୟ ଟେଷ୍ଟ ପୂର୍ବରୁ ଟିମକୁ ବଡ଼ ଝଟକା, ସିରିଜରୁ ବାହାରିଲେ କ୍ୟାପ୍ଟେନ୍

ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପୂର୍ବରୁ, ନ୍ୟୁଜିଲାଣ୍ଡ ଦଳକୁ ବଡ଼ ଝଟକା ଲାଗିଛି । ସମ୍ପୂର୍ଣ୍ଣ ଫିଟ୍ ନହେବା କାରଣରୁ ଏହି ମ୍ୟାଚ୍ ରେ ମଧ୍ୟ ଖେଳିବେ ନାହିଁ କ୍ୟାପ୍ଟେନ ଟମ୍ ଲାଥାମ ।

ନୂଆଦିଲ୍ଲୀ: ଜିମ୍ବାୱେ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଅଗଷ୍ଟ 7 ରୁ ବୁଲୱାୟୋର କୁଇନ୍ସ ସ୍ପୋର୍ଟସ୍ କ୍ଲବରେ ଖେଳାଯିବ। ଏହି ସିରିଜର ପ୍ରଥମ ମ୍ୟାଚରେ କିୱି ଦଳ 9 ୱିକେଟରେ ଜିତି 1-0 ରେ ଆଗୁଆ ଅଛି।

ସେପଟେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପୂର୍ବରୁ, ନ୍ୟୁଜିଲାଣ୍ଡ ଦଳକୁ ବଡ଼ ଝଟକା ଲାଗିଛି । ସମ୍ପୂର୍ଣ୍ଣ ଫିଟ୍ ନହେବା କାରଣରୁ ଏହି ମ୍ୟାଚ୍ ରେ ମଧ୍ୟ ଖେଳିବେ ନାହିଁ କ୍ୟାପ୍ଟେନ ଟମ୍ ଲାଥାମ ।

ଲାଥାମ ଏପର୍ଯ୍ୟନ୍ତ କାନ୍ଧରେ ଲାଗିଥିବା ଆଘାତରୁ ସୁସ୍ଥ ହୋଇନାହାଁନ୍ତି

ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ ଦ୍ୱାରା ଦିଆଯାଇଥିବା ସୂଚନା ଅନୁସାରେ, ଏପର୍ଯ୍ୟନ୍ତ ଲାଥାମଙ୍କ କାନ୍ଧ ଲାଗିଥିବା ଆଘାତରୁ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାଁନ୍ତି । ଯାହା କାରଣରୁ ଲାଥାମଙ୍କୁ ବୁଲୱାୟୋ ଗ୍ରାଉଣ୍ଡରେ ହେବାକୁ ଥିବା ସିରିଜର ଦ୍ୱିତୀୟ ମ୍ୟାଚ୍ ଖେଳିବାକୁ ଦେଖାଯିବ ନାହିଁ। ଦ୍ୱିତୀୟ ଟେଷ୍ଟର ଗୋଟିଏ ଦିନ ପୂର୍ବରୁ ଲାଥାମଙ୍କ ଫିଟନେସ୍ ପରୀକ୍ଷା ନିଆଯାଇଥିଲା, ଯେଉଁଥିରେ ସେ ପାସ୍ କରିପାରି ନଥିଲେ।

ଦ୍ୱିତୀୟ ଟେଷ୍ଟ ମ୍ୟାଚରୁ ଲାଥାମଙ୍କୁ ବାଦ ଦିଆଯିବା ପରେ, 23 ବର୍ଷୀୟ ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ବେଭନ୍ ଜାକବ୍ସଙ୍କୁ କିୱି ଦଳରେ ସାମିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ଲାଥାମଙ୍କୁ ଟିମରୁ ବାହାରିବାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ନ୍ୟୁଜିଲ୍ୟାଣ୍ଡ ଦଳର ମୁଖ୍ୟ ପ୍ରଶିକ୍ଷକ ।