fbpx

ଚା’ କପ୍ ରେ ଦରରେ ମିଳୁଛି ଟମାଟୋ, ଏହି ରାଜ୍ୟ ମାନଙ୍କରେ ରହିଛି ଏତିକି ଟଙ୍କା

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ଟମାଟୋ ଦର ଖୁବ୍ ହ୍ରାସ ପାଇଛି । ଗତବର୍ଷ ତୁଳନାରେ ଟମାଟୋର ଦାମ୍ ପ୍ରକୃତ ଦାମ୍ ଠାରୁ ୫୦ ପ୍ରତିଶତ ହ୍ରାସ ପାଇଛି । ଦେଶର ୩୧ଟି ଟମାଟୋ ଉତ୍ପାଦକ ରାଜ୍ୟରେ ଟମାଟୋର ଦାମ୍ ଚା’ କପ୍ ଦରରେ ମିଳୁଛି । ମଧ୍ୟପ୍ରଦେଶ, ୟୁପି, ମହାରାଷ୍ଟ୍ର ଭଳି ରାଜ୍ୟରେ ଟମାଟୋର ଦାମ୍ ଏକ ଅଙ୍କ୍ ରହିଛି ।

ଏହି ପରିପ୍ରେକ୍ଷୀରେ ମଧ୍ୟପ୍ରଦେଶରେ ଟମାଟୋ କିଲୋ ପିଛା ଅଗଷ୍ଟ ୨୮ ତାରିଖରେ ୮ଟଙ୍କାରେ ବିକ୍ରି କରାଯାଇଥିଲା । ଯେବେ କି ଏକ ବର୍ଷ ତଳେ ଏହା ୧୧ ଟଙ୍କା ରହିଥିଲା । ଏହାପରେ ଦେଶର ଷଷ୍ଠ ରାଜ୍ୟ ଭାବରେ ମହାରାଷ୍ଟ୍ରରେ ଟମାଟୋ କିଲୋ ପିଛା ୪ଟଙ୍କାରେ ବିକ୍ରି ହୋଇଛି । ଯେବେ କି ଏଠାରେ ଏକ ବର୍ଷ ତଳେ ୨୧ ଟଙ୍କାରେ ବିକ୍ରି ହେଉଥିଲା । ଜୁନ୍-ଜୁଲାଇ ମାସରେ ଟମାଟୋ ଅଧିକ ଉତ୍ପାଦନ ହେଉଥିବା ବେଳେ ଏହାର ଦରରେ ଏବେ ଏପରି ରହିଛି । ସେହିପରି ୟୁପିରେ ଟମାଟୋ କିଲୋ ଅଗଷ୍ଟ ୨୮ ତାରିଖରେ ୮ଟଙ୍କାରୁ ୨୦ ଟଙ୍କାରେ ବିକ୍ରି ହେଉଛି ।

ଏନେଇ ରାଷ୍ଟ୍ରୀୟ ବାଗବାନୀ ଅନୁସନ୍ଧାନ ଏବଂ ବିକାଶ ଫାଉଣ୍ଡେସନ୍ ର ୂନିର୍ଦ୍ଦେଶକ ପିକେ ଗୁପ୍ତା କହିଛନ୍ତି, ଦେଶରେ ଟମାଟୋ ଉତ୍ପାଦନ ହେଉଥିବା ରାଜ୍ୟ ମାନଙ୍କରେ ବର୍ତ୍ତମାନର ଅନୁକୂଳ ପରିବେଶ ଯୋଗୁଁ ଟମାଟୋ ଖୁବ୍ ଭଲ ଚାଷ ହେଉଛି । ତେଣୁ ଚାଷୀ ମାନେ ଟମାଟୋର ଦାମ୍ ରେ ହ୍ରାସ ଘଟାଇଛନ୍ତି ।

Get real time updates directly on you device, subscribe now.