fbpx

(Video) ଖୁସି ଖବର, କାଲିଠୁ ‘ସୁଭଦ୍ରା’ର ୧ ଟଙ୍କା ପଠାଇବେ ସରକାର: ୯ ତାରିଖରେ ଫୁଲ ଆମାଉଣ୍ଟ

ଭୁବନେଶ୍ୱର: ଆପଣ ମୋଦି ସରକାରଙ୍କ ସୁଭଦ୍ର ଯୋଜନାର ଟଙ୍କା ପାଇ ନାହାନ୍ତି କି? ଏଥିପାଇଁ ମନରେ ରହିଛି କି ଅବସାଦ? ତେବେ ଆପଣଙ୍କ ପାଇଁ ଖୁସି ଖବର । ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟର ଟଙ୍କା ୯ ତାରିଖରେ ଦିଆଯିବ । ଏହା ପୂର୍ବରୁ ପ୍ରତି ଯୋଗ୍ୟ ଉପଭୋକ୍ତାଙ୍କ ଖାତାକୁ ପରୀକ୍ଷାମୂଳକ ଭାବେ ଯିବ ଟଙ୍କାଟିଏ ଲେଖା, ଠିକ ଆଗ ଥରକ ପରି । ଏଥିପାଇଁ ସରକାରୀସ୍ତରରେ ସମସ୍ତ ଡାଟାବେଶ ପ୍ରସ୍ତୁତ ହୋଇସାରିଛି । ଆକାଉଣ୍ଟ ଲିଙ୍କ ମଧ୍ୟ ସରିଛି ।

ତେବେ ଆକାଉଣ୍ଟ ଲିଙ୍କ ଯାଞ୍ଚ ପାଇଁ ଆସନ୍ତା କାଲିଠାରୁ ସମସ୍ତ ବାକି ପଡିଥିବା ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ୧ଟଙ୍କା ଲେଖା ପଠାଯିବ । ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଏହି ପଦକ୍ଷେପ ନିଆଯାଇଛି । ସୋମବାର ଓ ମଙ୍ଗଳବାର ଦୁଇ ଦିନ ପରୀକ୍ଷା ଚାଲିବ । ବୁଧବାର ବିଧିବଦ୍ଧ ଭାବେ ଦିଆଯିବ ସୁଭଦ୍ରାର ଟଙ୍କା ।

ଏଥିପାଇଁ ବୁଧବାର ବାରିପଦାରେ ଏକ ମେକା ଇଭେଣ୍ଟର ଆୟୋଜନ କରାଯାଇଛି । ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଗୋଟିଏ ସୁଇଚରେ ସବୁ ବାକି ଆକାଉଣ୍ଟକୁ ଟଙ୍କା ପଠାଇବେ । ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୪୦ ଲକ୍ଷ ହିତାଧିକାରୀଙ୍କ ଖାତାକୁ ଯିବ ଟଙ୍କା । ତେଣୁ ଯେଉଁମାନେ ଏଯାଏଁ ସୁଭଦ୍ରା ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି, ସେମାନେ ହାତରେ ମୋବାଇଲ ଧରି ବସିଥାନ୍ତୁ । ମୋବାଇଲ ମଧ୍ୟ ରିଚାର୍ଜ କରାଇ ନିଆନ୍ତୁ । ଏମିତି ନ ହେଉ କି, ମୋବାଇଲର ଡାଟା ପ୍ୟାକ୍ ନଥିବା କାରଣରୁ ଆପଣଙ୍କ ଖାତାକୁ ଟଙ୍କା ଆସିଥିଲେ ମଧ୍ୟ ଆପଣ ଜାଣିପାରିବେ ନାହିଁ ଓ ଅବସାଦରେ ରହିବେ ।

 

 

 

 

Get real time updates directly on you device, subscribe now.