fbpx

 କାଲି ପଞ୍ଜାବରେ ଦିନ ୧୨ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ରେଳ ରାସ୍ତା ଜାମ୍ , ଭାରତୀୟ କୃଷକ ସଂଗଠନର ବଡ ଘୋଷଣା

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ ହଜାର ହଜାର ସଂଖ୍ୟାରେ କୃଷକ ଆନ୍ଦୋଳନ ଆରମ୍ଭ କରି ଦେଇଛନ୍ତି । ଏମଏସପି ଓ ଋଣ ଛାଡ ଆଇନର ଗ୍ୟାରେଣ୍ଟି, ସ୍ୱାମୀନାଥନ ଆୟୋଗଙ୍କ ରିପୋର୍ଟ ଲାଗୁ କରିବା ଓ ଲଖିମପୁର ଖିରି ଘଟଣା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀକୁ ନେଇ କୃଷକ ସଂଗଠନ ଦିଲ୍ଲୀରେ ଆନ୍ଦୋଳନକୁ ଜୋରଦାର କରିଥିବା ବେଳେ ଏବେ ସେମାନେ ପଞ୍ଜାବ ହରିୟାନା ଶମ୍ଭୁ ବର୍ଡରରେ ଅଛନ୍ତି । ମଙ୍ଗଳବାର କୃଷକମାନଙ୍କୁ ଦିଲ୍ଲୀ ସୀମାରେ ଅଟକାଇବା ପାଇଁ ପୋଲିସ ପକ୍ଷରୁ ଲୁହବୁହା ଗ୍ୟାସ୍ ପ୍ରୟୋଗ କରାଯାଇଥିଲା । ଏହାପରେ ପରିସ୍ଥିତି ଅଣାୟତ ହୋଇପଡିଥିଲା ।

ଏହାରି ମଧ୍ୟରେ ପଞ୍ଜାବର ସବୁଠାରୁ ବଡ କୃଷକ ସଂଗଠନ ଭାରତୀୟ କୃଷକ ସଂଗଠନ(ଉଗ୍ରାହାଂ) ପକ୍ଷରୁ ବଡ ଘୋଷଣା କରାଯାଇଛି । ସଂଗଠନ କହିଛି କାଲି ସମଗ୍ର ପଞ୍ଜାବରେ ଦିନ ୧୨ଘଟିକା ଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ରେଳ ରାସ୍ତା ଜାମ୍ କରାଯିବ । ଦିଲ୍ଲୀ ଯାଉଥିବା କୃଷକଙ୍କୁ ରାସ୍ତାରେ ଅଟକାଇବା, ସେମାନଙ୍କ ଉପରେ ଲୁହବୁହା ଗ୍ୟାସ୍ ସ୍ପ୍ରେ କରିବା ଓ ଲାଠି ଚାର୍ଜ ବିରୋଧରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସଂଗଠନ କହିଛି । ଭାରତୀୟ କୃଷକ ସଂଘଠନର ଅଧ୍ୟକ୍ଷ ଯୋଗେନ୍ଦ୍ର ସିଂହ ଉଗ୍ରାହାଂ ଏହା ଘୋଷଣା କରିଛନ୍ତି ।

Get real time updates directly on you device, subscribe now.