fbpx

ଏକାକୀତା, ଷ୍ଟ୍ରେସ୍‌, ଚିନ୍ତା ଏବଂ ଡିପ୍ରେସନ୍‌କୁ ବଢାଇପାରେ ଅଧିକ ସ୍ୱାଧୀନତା

ଆଜିର ସମୟରେ, ପ୍ରତ୍ୟେକ ବ୍ୟକ୍ତି ସ୍ୱାଧୀନ ଏବଂ ଆତ୍ମନିର୍ଭରଶୀଳ ହେବାକୁ ଚାହାଁନ୍ତି । ଯଦି ଜଣେ ବ୍ୟକ୍ତି ତାର ଆବଶ୍ୟକତା ପାଇଁ ତାଙ୍କ ବାପା ଓ ମା କିମ୍ବା ତାଙ୍କ ପାର୍ଟନରଙ୍କ ଉପରେ ନିର୍ଭର କରନ୍ତି । ତେବେ ଏହିପରି ଲୋକ ଅଭାବୀ ହୋଇଥାନ୍ତି । କିନ୍ତୁ ବେଳେବେଳେ ଏହି ପରି ଲୋକ କିଛି ସମସ୍ୟାର ସାମ୍ନା ମଧ୍ୟ କରିପାରନ୍ତି ।

କିନ୍ତୁ ଆମେ ଆଜି ଆପଣ ସ୍ୱାଧୀନ ଏବଂ ଆତ୍ମନିର୍ଭରଶୀଳ ହେବା ଦ୍ୱାରା ହେଉଥିବା ଭଲ କି ଖରାପ ବିଷୟରେ ଜଣାଇବୁ ।

ଯେତେବେଳେ ଲୋକମାନେ ଆବଶ୍ୟକ ସମୟରେ ଅନ୍ୟ କାହାଠାରୁ ସାହାଯ୍ୟ ନେବାକୁ ପସନ୍ଦ କରନ୍ତି ନାହିଁ । ସେତେବେଳେ ସେହି ଧାରଣାକୁ ଅଧିକ ସ୍ୱାଧୀନତା ହେବା କୁହାଯାଏ । ଏହି ବିଶ୍ୱାସ ଜଣେ ବ୍ୟକ୍ତିର ମାନସିକ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ । ଯାହା ତାଙ୍କ ସମ୍ପର୍କ ଏବଂ କ୍ୟାରିୟର ଉପରେ ପ୍ରଭାବ ପକାଇଥାଏ ।

ମନୋବିଜ୍ଞାନୀଙ୍କ ଅନୁଯାୟୀ, ସ୍ୱାଧୀନ ବ୍ୟକ୍ତିମାନେ ସେମାନଙ୍କର ଆବଶ୍ୟକ ପୂରଣ କରିବାକୁ ଜୁଆ ଖେଳିବାକୁ ଇଚ୍ଛୁକ ରହିଥାନ୍ତି । କିନ୍ତୁ ସେମାନେ ଅନ୍ୟମାନଙ୍କ ସାହାଯ୍ୟ ନେବାକୁ ପସନ୍ଦ କରନ୍ତି ନାହିଁ । ଏପରି ଲୋକମାନେ ସେମାନଙ୍କର ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡିଲେ ମଧ୍ୟ ପ୍ରତ୍ୟେକ ପରିସ୍ଥିତିରୁ ନିଜେ ବାହାରିଯିବାର ବିଶ୍ୱାସ ରଖନ୍ତି ।

ଜାଣନ୍ତୁ ସ୍ୱାଧୀନ ଏବଂ ଆତ୍ମନିର୍ଭରଶୀଳ ରହିବାର ସାଇଡିଫେକ୍ଟ :
ଯଦି ଜଣେ ବ୍ୟକ୍ତି ଅଧିକ ସ୍ୱାଧୀନ ହୁଅନ୍ତି କିମ୍ବା ଅଧିକ ଦାୟିତ୍ୱ ନିଅନ୍ତି । ତେବେ ଏହା ତାଙ୍କୁ ମାନସିକ ସ୍ତରରେ କ୍ଲାନ୍ତ ଅନୁଭବ କରାଇପାରେ । ପରେ ଏପରି ଲୋକମାନେ ନିରାଶାର ଶିକାର ହୁଅନ୍ତି, କାରଣ ସେମାନେ ନିଜ ପାଇଁ ସମୟ ପାଆନ୍ତି ନାହିଁ । ଏହା ସହ ସ୍ୱାଧୀନ ରହିବାକୁ ପସନ୍ଦ କରୁଥିବା ଲୋକମାନେ ମଧ୍ୟ ଅନ୍ୟ କାହାକୁ ସାହାଯ୍ୟ ମାଗିବାକୁ ପସନ୍ଦ କରନ୍ତି ନାହିଁ । କାରଣ ସେମାନେ ଏପରି ଚିନ୍ତା କରନ୍ତି ଯେ ଏହା କରିବା ଦ୍ୱାରା ସାଙ୍ଗ, ପରିବାର ଏବଂ ସହକର୍ମୀମାନଙ୍କ ସହିତ ସେମାନଙ୍କର ସମ୍ପର୍କକୁ ଖରାପ କରିପାରେ । ଅଧିକ ସ୍ୱାଧୀନତା ଏକାକୀତା, ଷ୍ଟ୍ରେସ୍‌, ଚିନ୍ତା ଏବଂ ଡିପ୍ରେସନ୍‌କୁ ବଢାଇପାରେ । ତେବେ ସବୁବେଳେ ଏକୁଟିଆ ରହିବା ଆପଣଙ୍କୁ କିଛି ସମୟ ପରେ ଏକାକୀ କିମ୍ବା ଡିପ୍ରେସନ୍‌ କରାଇପାରେ ।

ଏପରି ମଧ୍ୟ କୁହାଯାଏ ଯେ କେହି ସାହାଯ୍ୟ କରିବା ପାଇଁ ମନା କରିବା ଦ୍ୱାରା ଆପଣଙ୍କର ବ୍ୟକ୍ତିଗତ ବିକାସ ଏବଂ ଅନ୍ୟମାନଙ୍କଠାରୁ ଜ୍ଞାନ ଆହରଣ ହେବାର ସମ୍ଭାବନା କମିଯାଏ । ବାସ୍ତବ ଜୀବନରେ ଆମଠାରୁ ବହୁତ ଆଗରେ ଥିବା ଲୋକଙ୍କୁ ଦେଖିବା କିମ୍ବା ସେମାନଙ୍କ ପାଖରେ ରହିବା ଦ୍ୱାରା ଆମେ ସବୁବେଳେ ବହୁତ କିଛି ଶିଖିଥାଉ । ଏଥିପାଇଁ ଯଦି ଆପଣ ନିଜ ମାନସିକ ସ୍ୱାସ୍ଥ୍ୟକୁ ଭଲ ରଖିବାକୁ ଚାହୁଁଛନ୍ତି । ତେବେ ଆପଣ ଜୀବନରେ ସବୁବେଳେ କିଛି ନୂଆ ଶିଖିବାକୁ ଇଚ୍ଛା କରିବା ବହୁତ ଜରୁରୀ ହୋଇଥାଏ । ସେଥିପାଇଁ କହୁଯାଏ ସ୍ୱାଧୀନ ଏବଂ ଆତ୍ମନିର୍ଭରଶୀଳ ହେବା, ଜଣେ ବ୍ୟକ୍ତିର ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପାକାଇପାରେ । ଯାହାଫଳରେ ଆପଣ ଏଥିପ୍ରତି ଧ୍ୟାନ ଦେବା ବହୁତ ଜରୁରୀ ହୋଇଥାଏ ।

Get real time updates directly on you device, subscribe now.