‘ଉର୍ଦ୍ଦୁ ଭାରତ ମାଟିର ଭାଷା, ଏହା ବିନା ହିନ୍ଦୀ ବି ଅସମ୍ପୂର୍ଣ୍ଣ..’, ସୁପ୍ରିକୋର୍ଟଙ୍କ ବଡ଼ ରାୟ
ଉର୍ଦ୍ଦୁ ଭାଷାକୁ ନେଇ ସୁପ୍ରିମକର୍ଟଙ୍କ ବଡ଼ ରାୟ, ଜାଣନ୍ତୁ
ନୂଆଦିଲ୍ଲୀ: ଉର୍ଦ୍ଦୁ କୌଣସି ବିଦେଶୀ ଭାଷା ନୁହେଁ। ଏହା ଏହି ଦେଶ ମାଟିର ଭାଷା। ମହାରାଷ୍ଟ୍ର ସହ ଜଡ଼ିତ ଏକ ମାମଲାରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଣି କରିଛନ୍ତି।
ମାମଲା: ମହାରାଷ୍ଟ୍ରର ପାଟୁର ନଗର ପରିଷଦର ପୂର୍ବତନ କାଉନସିଲର ବର୍ଷାତାଇ ସଞ୍ଜୟ ବାଗଡେ ଆବେଦନ ଦାଖଲ କରିଥିଲେ ଯେ, ନଗର ପରିଷଦର କାମ କେବଳ ମରାଠୀ ଭାଷାରେ ହିଁ ହୋଇପାରିବ। ସାଇନବୋର୍ଡରେ ଉର୍ଦ୍ଦୁ ଭାଷା ରହିବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଥିଲେ।
ଭାଷା କୌଣସି ଧର୍ମର ନୁହେଁ: ଏହି ଆବେଦନକୁ ପ୍ରଠମେ ବମ୍ବେ ହାଇକୋର୍ଟ ଖାରଜ କରିବା ପରେ ସେ ସୁପ୍ରିମକୋର୍ଟ ଯାଇଥିଲେ। ସୁପ୍ରିମକୋର୍ଟରେ ଜଷ୍ଟିସ ସୁଧାଂଶୁ ଧୁଲିଆ ଓ ଜଷ୍ଟିସ କେ ବିନୋଦଚନ୍ଦ୍ରନଙ୍କ ପୀଠ ଏହି ଶୁଣାଣି କରି କହିଛନ୍ତି ଯେ, ଭାଷା କୌଣସି ଧର୍ମର ନୁହେଁ। ଏହା ସମୁଦାୟ, ଅଞ୍ଚଳ ଏବଂ ଲୋକଙ୍କର।
ଉର୍ଦ୍ଦୁ ଭାଷାର ଜନ୍ମ ଆମ ଦେଶରେ ହିଁ ହୋଇଛି ବୋଲି ବିଚାରପତି କହିଛନ୍ତି। ଉର୍ଦ୍ଦୁ ମଧ୍ୟ ଭାରତର ଷଷ୍ଠ ସବୁଠୁ ଅଧିକ କଥିତ ଅନୁସୂଚୀତ ଭାଷା।
ହିନ୍ଦୀ ଓ ଉର୍ଦ୍ଦୁ ମଧ୍ୟରେ ବିଭାଜନ ଔପନିବେଶିକ କାଳରେ ଧର୍ମ ଆଧାରରେ କରାଯାଇଥିଲା।ଯାହାକି ଆଜି ମଧ୍ଯ ଏକ ଭୁଲ ବୁଝାମଣା ଭାବେ ରହିଆସିଛି।
ଖାରଜ କଲେ ଆବେଦନ: କୋର୍ଟ ଶେଷରେ କହିଛନ୍ତି ଯେ, ଭାଷାଗତ ବିବିଧତାର ସମ୍ମାନ କରିବା ଆବଶ୍ୟକ। ମହାରାଷ୍ଟ୍ରର ଲୋକେ ପ୍ରାଧିକରଣ ଅଧିନିୟମରେ ଉର୍ଦ୍ଦୁ ଭାଷାର ବ୍ୟବହାର ଉପରେ କୌଣସି ପ୍ରକାର ବ୍ୟାନ ଲଗାଇପରିବେ ନାହିଁ। ଏହା ପରେ ଏହି ଆବେଦନକୁ ଖାରଜ କରାଯାଇଛି।