fbpx

ଏମାନେ ହେଉଛନ୍ତି ଭାରତର ଟପ୍-୧୦ YouTuber: କାହାର ଇନକମ୍ ଲକ୍ଷ ଉପରେ ତ କାହାର କୋଟି ଉପରେ, ଜାଣନ୍ତୁ ଡିଟେଲ୍ସ

ବର୍ତ୍ତମାନ ସମୟରେ ମନୋରଞ୍ଜନଧର୍ମୀ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ୟୁଟ୍ୟୁବ ରୋଜଗାରର ଏକ ପ୍ରମୁଖ ମାଧ୍ୟମ ପାଲଟିଛି । ଦିନକୁ ଦିନ ସୋସିଆଲ ମିଡ଼ିଆର ଚାହିଦା ଦ୍ରୁତଗତିରେ ବଢ଼ିଚାଲିଥିବା ବେଳେ ଲୋକମାନେ ଗୁଗଲରେ କୌଣସି ଜିନିଷ ସର୍ଚ୍ଚ କରିବା ଅପେକ୍ଷା ୟୁଟ୍ୟୁବରେ ତାହାକୁ ସର୍ଚ୍ଚ କରି ଭିଡିଓ ଦେଖିବାକୁ ଅଧିକ ଶ୍ରେୟସ୍ଥଳ ମଣୁଛନ୍ତି । ତେବେ ଭାରତରେ ଏଭଳି ଅନେକ ୟୁଟ୍ୟୁବର ରହିଛନ୍ତି ଯେଉଁମାନେ ବର୍ତ୍ତମାନ ସମୟରେ କୋଟି କୋଟି ଟଙ୍କା ଇନକମ୍ କରୁଛନ୍ତି ।

1- Carry Minati: ଏହି ୟୁଟ୍ୟୁବ ଚ୍ୟାନେଲର ପ୍ରତିଷ୍ଠାତା ହେଉଛନ୍ତି ହରିୟାଣାର ନିବାସୀ ଅଜେୟ ନାଗର । ଅଜେୟଙ୍କର କ୍ୟାରି ମିନାଟି ଚ୍ୟାନେଲରେ ୩୩.୪ ମିଲିୟନ ଓ କ୍ୟାରିସଲାଇଭ ଚ୍ୟାନେଲରେ ୧୦.୪ ହିସାବରେ ମୋଟ ୪୩.୮ ମିଲିୟନ ସବସ୍କ୍ରାଇବର୍ସ ରହିଛନ୍ତି । ଅଜେୟ ୨୯ କୋଟିରୁ ଅଧିକ ଅର୍ଥର ମାଲିକ ।

2- Total Gaming: ଏହି ଚ୍ୟାନେଲର ଓନର ହେଉଛନ୍ତି ଅଜୟ । ଅଜୟଙ୍କର ଏହି ଚ୍ୟାନେଲରେ ୩୦ ମିଲିୟନ ଓ ଅନ୍ୟ ଏକ ଚ୍ୟାନେଲରେ ୬.୧ ମିଲିୟନ ସହ ମୋଟ ୩୬.୧ ମିଲିୟନ ସବସ୍କ୍ରାଇବର୍ସ ରହିଛନ୍ତି । ତାଙ୍କ ପାଖରେ ମୋଟ ୪୪ କୋଟିରୁ ଅଧିକ ଅର୍ଥ ରହିଛି ।

3- Ashish Chanchlani Vines: ମହାରାଷ୍ଟ୍ରର ନିବାସୀ ଆଶିଷଙ୍କ ଚ୍ୟାନେଲରେ ମୋଟ ୨୭ ମିଲିୟନ ସବସ୍କ୍ରାଇବର୍ସ ରହିଛନ୍ତି । ତାଙ୍କ ପାଖରେ ୨୯ କୋଟିରୁ ଅଧିକ ଅର୍ଥ ମହଜୁଦ୍ ରହିଛି ।

4- BB Ki Vines:  ନୂଆଦିଲ୍ଲୀର ନିବାସୀ ଭୁବନ ବାମ ହେଉଛନ୍ତି ଏହି ଚ୍ୟାନେଲର ପ୍ରତିଷ୍ଠାତା । ଭୁବନଙ୍କ ଚ୍ୟାନେଲରେ ମୋଟ ୨୪.୩ ମିଲିୟନ ସବସ୍କ୍ରାଇବର୍ସ ରହିଛନ୍ତି । ଭୁବନଙ୍କ ପାଖରେ ୨୨ କୋଟିରୁ ଅଧିକ ଅର୍ଥ ରହିଛି ।

5- Round2Hell: ୱାସିମ ଅହମ୍ମଦ, ନଜିମ ଅହମ୍ମଦ ଓ ଜୟନ ସୈଫି ମିଳିତ ଭାବେ ଏହି ଚ୍ୟାନେଲ ତିଆରି କରିଥିଲେ । ଏହି ଚ୍ୟାନେଲରେ ମୋଟ ୨୩.୭ ମିଲିୟନ ସବସ୍କ୍ରାଇବର୍ସ ରହିଛନ୍ତି । ସେ ମାସକୁ ୧୦-୨୦ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି ।

6- Amit Bhadana: ଫରିଦାବାଦର ନିବାସୀ ଅମିତ ଭଡାନାଙ୍କ ଚ୍ୟାନେଲରେ ମୋଟ ୨୩.୬ ମିଲିୟନ ସବସ୍କ୍ରାଇବର୍ସ ରହିଛନ୍ତି । ଅମିତଙ୍କ ମୋଟ ସମ୍ପତ୍ତିର ପରିମାଣ ୪୬ କୋଟିରୁ ଅଧିକ ।

7- Techno Gamerz: ଉଜ୍ଜ୍ୱଳ ଚୌରାସିଆଙ୍କ ଏହି ଚ୍ୟାନେଲରେ ମୋଟ ୨୨.୫ ମିଲିୟନ ସବସ୍କ୍ରାଇବର୍ସ ରହିଛନ୍ତି । ତାଙ୍କର ଅନ୍ୟ ଏକ ଚ୍ୟାନେଲ ସହ ମୋଟ ଉପରେ ୟୁଟ୍ୟୁବରେ ୨୯.୩୧ ମିଲିୟନ ସବସ୍କ୍ରାଇବର୍ସ ରହିଛନ୍ତି । ସେ ମାସକୁ ୩-୪ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି ।

8- Technical Guruji: ରାଜସ୍ଥାନର ଗୌରବ ଚୌଧୁରୀଙ୍କ ଏହି ଚ୍ୟାନେଲରେ ୨୧.୯ ମିଲିୟନ ସବସ୍କ୍ରାଇବର୍ସ ରହିଛନ୍ତି । ଅନ୍ୟ ଏକ ଚ୍ୟାନେଲ ସହ ତାଙ୍କର ମୋଟ ୨୭.୧୨ ମିଲିୟନ ସବସ୍କ୍ରାଇବର୍ସ ରହିଛନ୍ତି । ତାଙ୍କ ପାଖରେ ମୋଟ ୩୨୬ କୋଟି ଅର୍ଥ ରହିଛି ।

9- Sandeep Maheshwari: ମୋଟିଭେସନାଲ ସ୍ପିକର ସନ୍ଦୀପ ମାହେଶ୍ୱରୀଙ୍କ ଏହି ଚ୍ୟାନେଲରେ ୨୧.୬ ମିଲିୟନ ସହ ମୋଟ ୨୨.୯୬ ମିଲିୟନ ସବସ୍କ୍ରାଇବର୍ସ ତାଙ୍କ ପାଖରେ ରହିଛନ୍ତି । ସେ ବାର୍ଷିକ ୩ କୋଟିରୁ ଅଧିକ ଅର୍ଥ ଇନକମ୍ କରିଥାନ୍ତି ।

10- Mr. Indian Hacker: ରାଜସ୍ଥାନର ଦିଲରାଜ ସିଂହ ରାୱତଙ୍କ ଏହି ଚ୍ୟାନେଲରେ ୨୦.୨ ମିଲିୟନ ସବସ୍କ୍ରାଇବର୍ସ ରହିଛନ୍ତି । ଅନ୍ୟ ଏକ ଚ୍ୟାନେଲକୁ ମିଶାଇ ତାଙ୍କ ପାଖେ ମୋଟ ୨୨.୫୮ ମିଲିୟନ ସବସ୍କ୍ରାଇବର୍ସ ରହିଛନ୍ତି । ସେ ମାସିକ ମୋଟ ୩୦ ଲକ୍ଷରୁ ଅଧିକ ଇନକମ କରିଥାନ୍ତି ।

Get real time updates directly on you device, subscribe now.