fbpx

ବାତ୍ୟା ପ୍ରକୋପ ଭିତରେ ବେଙ୍ଗଲରେ ଟର୍ଣ୍ଣାଡୋର ହୁଙ୍କାର

କୋଲକାତା: ଓଡିଶା ତଥା ପଶ୍ଚିମବଙ୍ଗ ଉପରେ ବାତ୍ୟାର ପ୍ରକୋପ ଜାରି ରହିଛି । କିନ୍ତୁ ବାତ୍ୟା ସହିତ ପଶ୍ଚିମବଙ୍ଗରେ ଭୟଙ୍କର ଟର୍ଣ୍ଣାଡୋ ବା ଖଣ୍ଡିଆଭୂତ ଦେଖିବାକୁ ମିଳିଛି । ଏହି ଟର୍ଣ୍ଣାଡୋ ସମୁଦ୍ର ଭିତରୁ ସ୍ଥଳ ଭାଗକୁ ମାଡ଼ି ଆସିଥିଲା । ଏହା କାରଣରୁ ସେଠାକାର ସ୍ଥାନୀୟ ଅଞ୍ଚଳର ୮୦ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ବିଜୁଳି ସଂସ୍ପର୍ଶରେ ଆସି ୨ ଜଣଙ୍କ ମୃତ୍ୟୁ ଘଟିଛି । ପଶ୍ଚିମବଙ୍ଗର ହୁଗୁଳି ଓ ଉତ୍ତର ୨୪ ପ୍ରଗଣାରେ ବାତ୍ୟା ୟଶ୍ ପ୍ରଭାବରେ ବର୍ଷା ହେଉଥିବା ବେଳେ ଟର୍ଣ୍ଣାଡୋ ସାଂଘାତିକ ସ୍ଥିତି ସୃଷ୍ଟି କରିଛି । ତେବେ ଏହି ଟର୍ଣ୍ଣାଡୋର ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ।

ଏନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ଗୋଟିଏ ସମୟରେ ବାତ୍ୟା ଏବଂ ଟର୍ଣ୍ଣାଡୋ ହେବ ବୋଲି ଆମେ ଆଶା କରିନଥିଲୁ କି ଭାବି ବି ନଥିଲୁ । ଏହି ଟର୍ଣ୍ଣାଡୋ ଛିନଶୁରା ଓ ହଲିସହରରେ ଠାରେ ଭୟଙ୍କର ସ୍ଥିତି ସୃଷ୍ଟି କରିଛି । ଏହି ଦୁଇ ସ୍ଥାନରେ ୮୦ଟି ଘର ଭାଙ୍ଗିଯାଇଥିବା ସହିତ ୨ ଜଣ ବିଜୁଳି ଝଟକାରେ ମୃତ୍ୟୁବରଣ କରିଛନ୍ତି ଏବଂ ୫ ଜଣ ଆହାତ ହୋଇଛନ୍ତି । ଆହତଙ୍କୁ ସେମାନଙ୍କୁ ହସ୍ପିଟାଲକୁ ନିଆ ଯାଇଥିବା ମମତା କହିଛନ୍ତି ।

 

Get real time updates directly on you device, subscribe now.