fbpx
BSKY SKY
BSKY SKY

ତୋସିବା ୧.୮ ଟନ ଇନଭଟର ଏସିର ମୂଲ୍ୟ ମାତ୍ର ୫,୯୦୦ ଟଙ୍କା, ଆମାଜନ ଭୁଲ ବୁଝିବା ପୂର୍ବରୁ ବୋହି ନେଲେ ଲୋକେ

BSKY

ନୂଆଦିଲ୍ଲୀ: ବୃହତ୍ ଇ-କମର୍ସ ସାଇଟ୍ ଆମାଜନ୍ ସୋମବାର ଦିନ ତୋସିବା କମ୍ପାନୀର ଏକ ୧.୮ ଟନ୍ ବିଶିଷ୍ଟ ଏସିକୁ ମାତ୍ର ୫ ହଜାର ୯୦୦ ଟଙ୍କାରେ ବିକ୍ରି କରିବା ପାଇଁ ତାଲିକା ଭୁକ୍ତ କରିଥିଲା । ଉକ୍ତ ଏସିର ପ୍ରକୃତ ଦାମ୍ ୯୬ ହଜାର ୭୦୦ ଥିବା ବେଳେ ଆମାଜନ୍ ଏହାକୁ ମାତ୍ର ୫ହଜାର ୯୦୦ଟଙ୍କାକୁ ତାଲିକାଭୁକ୍ତ କରିଥିଲା । ଅର୍ଥାତ୍ ପ୍ରକୃତ ଦାମ୍ ଉପରେ ପୂରା ୯୪ ପ୍ରତିଶତ ରିହାତି ଦେଇଥିଲା ଆମାଜନ୍ । ଖାଲି ସେତିକି ନୁହେଁ ଏହି ଏସିରେ ଋଗଓ ୨୭୮ ଟଙ୍କା ରଖାଯାଇଥିଲା । ତେବେ ଏହି ଅଫର୍ ଦେଖିବା କ୍ଷଣି ଅନେକ ଲୋକ ଏହାକୁ ଅର୍ଡର୍ କରି ନେଇସାରିଥିଲେ । ହେଲେ ଆମଜନ୍ ଯେତେବେଳେ ଏହି ଭୁଲ୍ ବିଷୟରେ ଜାଣିବାକୁ ପାଇଥିଲା ତୁରନ୍ତ ଏହାକୁ ସଂଶୋଧନ କରିଥିଲା ।

ଆମାଜନ୍ ଏହାକୁ ସଂଶୋଧନ କରିବା ପରେ ଏହାର ପ୍ରକୃତ ଦାମରୁ ୨୦ ପ୍ରତିଶତ ରିହାତି ସହିତ ୫୯ ହଜାର ୪୯୦ ଟଙ୍କା ରଖିଛି । ଏଥିସହ EMI ୨୮୦୦ ରଖାଯାଇଛି । ଏହି ଏସିରେ କିଛି ବିଶେଷ ଫିଚର୍ ରହିଛି । ଯେମିତିକି ଆଣ୍ଟିବେକ୍ଟିରେଆଲ୍ କୋଟିଂ, ଡଷ୍ଟ୍ ଫିଲଟର୍, ଡି-ହ୍ୟୁମିଡିଫାୟାର୍ । ଏଥିସହିତ ଏସିର କମ୍ପ୍ରେସର୍, ପିସିବି, ସେନସର୍, ମୋଟର୍ସ ଏବଂ ଇଲେକ୍ଟ୍ରିକାଲ୍ ପାର୍ଟସ୍ ଉପରେ ୯ ବର୍ଷର ଅତିରିକ୍ତ ୱାରେଣ୍ଟି ସହିତ ୧ବର୍ଷର ବ୍ୟାପକ ୱାରେଣ୍ଟି ଉପଲବ୍ଧ ରହିଛି ।

Get real time updates directly on you device, subscribe now.