fbpx

କଳିଙ୍ଗା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍: ୬ ମୃତ, ୪୫ ଆହତ

ଭଞ୍ଜନଗର(ଓଡ଼ିଶା ଭାସ୍କର): ଭଞ୍ଜନଗର କଳିଙ୍ଗା ଘାଟିରେ ପୁଣି ହୋଇଛି ଏକ ବଡ଼ ଧରଣର ଦୁର୍ଘଟଣା । ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୫ ଜଣ ଆହତ ହୋଇଛନ୍ତି । ପଶ୍ଚିମବଙ୍ଗର ଏକ ଟୁରିଷ୍ଟ ବସ୍ ଘାଟିରେ ଓଲଟି ପଡିଥିବା ଜଣାପଡିଛି ।

ତେବେ ଦୁର୍ଘଟଣାରେ ୧୫ ଜଣ ଗୁରୁତରଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଆଉ ୩୦ ଜଣ ଆହତଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ଟୁରିଷ୍ଟ ବସଟି ଫୁଲବାଣୀରୁ ପଶ୍ଚିମବଙ୍ଗ ଫେରିବା ବେଳେ ଏହି ଦୁର୍ଘଟଣା ହୋଇଥିଲା ।

ବସଟିରେ ୬୦ରୁ ଉଦ୍ଧ୍ୱର୍ ପର୍ଯ୍ୟଟକ ଥିଲେ ବୋଲି ସୂଚନା ମିଳିଛି । ଉଭୟ ଭଞ୍ଜନଗର ଓ ଜି.ଉଦୟଗିରି ପୋଲିସ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଛନ୍ତି । ଏହା ସହ ଅଗ୍ନିଶମ ବାହିନୀ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି ।

Get real time updates directly on you device, subscribe now.