fbpx

ଆଜିଠାରୁ ଆରମ୍ଭ ହେଲା ସମଲେଶ୍ୱରୀରୁ ଟୁରିଷ୍ଟ ବସ୍ ସେବା

ସମ୍ବଲପୁର, ୩୧ା୧ (ଓଡିଶା ଭାସ୍କର): ପଶ୍ଚିମ ଓଡ଼ିଶାର ଆରାଧ୍ୟ ଦେବୀ ମା’ ସମଲେଶ୍ୱରୀ ମନ୍ଦିରରୁ ଆଜିଠାରୁ ଟୁରିଷ୍ଟ ବସ୍ ସେବା ଆରମ୍ଭ ହୋଇଛି । ଓଡ଼ିଶା ଟୁରିଜିମ୍ ଡେଭଲପମେଣ୍ଟ କର୍ପୋରେସନ୍ (ଓଟିଡିସି) ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଆଜି ଏହି ସେବାର ଶୁଭାରମ୍ଭ କରିଛନ୍ତି ।

ଏହି ସେବାର ଉଦ୍ଘାଟନ ହେବା ଫଳରେ ଏଣିକି ସମଲେଶ୍ୱରୀକୁ ଭ୍ରମଣ ପାଇଁ ଆସୁଥିବା ପର୍ଯ୍ୟଟକମାନେ ଉପକୃତ ହୋଇପାରିବେ । ପ୍ରତ୍ୟେକ ରବିବାର ଦିନ ଏହି ବସରେ ପର୍ଯ୍ୟଟକମାନେ ସମଲେଶ୍ୱରୀ ପରିଭ୍ରମଣ କରିପାରିବେ । ତେବେ ଏହି ବସରେ ପର୍ଯ୍ୟଟକମାନେ ହୀରାକୁଦ, ଘଣ୍ଟେଶ୍ୱରୀ ଓ ଡେବରିଗଡ଼ ଆଦି ପର୍ଯ୍ୟଟନ ସ୍ଥଳ ବୁଲି ଦେଖିପାରିବେ ।

Get real time updates directly on you device, subscribe now.