fbpx

କୋଣାର୍କରେ ଧଶେଇ ପସିଲେ ପର୍ଯ୍ୟଟକ: ଭିଡ ନିୟନ୍ତ୍ରଣରେ ବିଫଳ ସୁରକ୍ଷା କର୍ମୀ, ଦେଖନ୍ତୁ Video

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅର୍କ କ୍ଷେତ୍ର କୋଣାର୍କରେ ଧସି ପସିଲେ ହଜାର ହଜାର ପର୍ଯ୍ୟଟକ । ଚାଲିଛି ପର୍ଯ୍ୟଟନ ଋତୁ ଏହି ସମୟରେ ପର୍ଯ୍ୟଟନ ସ୍ଥଳି କୋଣାର୍କରେ ଅନଲାଇନ ଟିକେଟ କରିବାରେ ବ୍ୟାଘାତ ହୋଇଥିବାରୁ ଏଠାରେ ପ୍ରଶାସନ ପକ୍ଷରୁ କୌଣସି ପୂର୍ବ ପ୍ରସ୍ତୁତି ହୋଇନଥିଲା । ଏହି ସମୟରେ ଅଧିକ ସଂଖ୍ୟକ ପର୍ଯ୍ୟଟକ ବହୁତ ସମୟ ଲାଇନରେ ଶୃଙ୍ଖଳିତ ଭାବରେ ଠିଆ ହେବା ପରେ ଭାଙ୍ଗିଲା ଏହି ସୀମା ଓ ବହୁ ଅପେକ୍ଷା ପରେ ଅମାନିଆ ଭାବରେ ଧସି ହୋଇ ଭିତରକୁ ପଶିଥିଲେ ହଜାର ହଜାର ସଂଖ୍ୟକ ପର୍ଯ୍ୟଟକ । ଏଠାରେ ଖୋଲା ଖୋଲି ଭାବରେ କରୋନା ଗାଇଡ଼୍ ଲାଇନକୁ ଉଲ୍ଲଘନ କରିଥିବା ବେଳେ ଛୋଟ ଛୁଆଙ୍କ ଠାରୁ ନେଇ ବୟସ୍କ ଲୋକ ପର୍ଯ୍ୟନ୍ତ କାହାରି ମୁହଁରେ ମାସ୍କ ଦେଖିବାକୁ ମିଳିନଥିଲା ।

ଏହି ପର୍ଯ୍ୟଟନର ଋତୁ ରେ ଲୋକ ମାନେ ପୁରୀ ଯିବା ସମୟରେ ମଧ୍ୟ ବୁଲି ଆସନ୍ତି ଅର୍କ କ୍ଷେତ୍ର କୋଣାର୍କ । ଏହି ସମୟରେ ପ୍ରଶାସନ ପକ୍ଷରୁ ଅଧିକ ସିକୁ୍ୟରିଟି ର ବ୍ୟବସ୍ଥା କରିବା ଜରୁରୀ ।

Get real time updates directly on you device, subscribe now.