ପୁରୁଷ ପାର୍ଟନରଙ୍କ ବୀର୍ଯ୍ୟରେ ବିଷ, ଗର୍ଭକୁ ଗଲେ ମହିଳାଙ୍କ ହେବ ମୃତ୍ୟୁ!
ଅଜବ କଥା, ସେକ୍ସ କଲେ ଚାଲିଯିବ ମହିଳାଙ୍କ ଜୀବନ। ପୁରୁଷ ପାର୍ଟନରଙ୍କ ବୀର୍ଯ୍ୟରେ କିପରି ଆସୁଛି ବିଷ। କାହିଁକି ଏମିତି ହେଉଛି ଏତେ ବଡ଼ ଡିଲ୍! ଜାଣିଲେ ଉଡ଼ିଯିବ ହୋସ।
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ବୈଜ୍ଞାନିକମାନେ ଆରମ୍ଭ କରିଛନ୍ତି ଏକ ଭିନ୍ନ ପ୍ରୟାସ; ମଶାଙ୍କ ଉତ୍ପାତ ରୋକିବା ପାଇଁ। ବୈଜ୍ଞାନିକ ମାନେ ଏଭଳି ଏକ ପ୍ରକ୍ରିୟା କିକଶିତ କରିଛନ୍ତି ଯାହା ଦ୍ୱାରା ପୁରୁଷ ମଶାଙ୍କ ବୀର୍ଯ୍ୟ ହୋଇଯିବ ବିଷାକ୍ତ।
ଜେନେଟିକ୍ ଇଞ୍ଜିନିୟରିଂ ଦ୍ୱାରା ଏହି ବିଷପୁରୁଷ ମଶାମାନଙ୍କୁ ଜନ୍ମ କରାଯିବ। ଅଷ୍ଟ୍ରେଲୀୟ ବୈଜ୍ଞାନିକଙ୍କ ଏହି ଅଭିନବ କୀଟ ନିୟନ୍ତ୍ରଣ ପଦ୍ଧତି ଏବେ ପରୀକ୍ଷଣରେ ରହିଛି।
ଅଷ୍ଟ୍ରେଲିଆରେ ବିକଶିତ ‘ବିଷାକ୍ତ ପୁରୁଷ କୌଶଳ’ର ଉଦ୍ଦେଶ୍ୟ ହେଉଛି ଜେନେଟିକ୍ ଇଞ୍ଜିନିୟରିଂ ଦ୍ୱାରା କିଛି ବିଶେଷ ମଶାମାନଙ୍କୁ ପ୍ରଜନନ କରାଯିବ, ଯେଉଁ ମଶାଙ୍କ ବୀର୍ଯ୍ୟରେ ବିଷାକ୍ତ ପ୍ରୋଟିନ୍ ରହିବ। ଏହି ବୀର୍ଯ୍ୟ ସେକ୍ସ ପରେ ମାଈ ମଶାକୁ ମାରିଦେବ।
ସାପ ମରିବ ବାଡ଼ି ଭାଙ୍ଗିବନି: ସୂଚନାଯୋଗ୍ୟ, ଗବେଷଣା ମୁତାବକ ମ୍ୟାଲେରିଆ ଓ ଡେଙ୍ଗୁ ଭଳି ରୋଗ ବ୍ୟାପିବା ପାଇଁ ମାଈ ମଶାଙ୍କ କାମୁଡ଼ା ଦାୟୀ। ସାଧାରଣତଃ ପୁରୁଷ ମଶା ମାନେ ରକ୍ତ ଶୋଷି ନଥାନ୍ତି।
ଅଷ୍ଟ୍ରେଲିଆର ମ୍ୟାକ୍ୱାରି ବିଶ୍ୱବିଦ୍ୟାଳୟର ଗବେଷକମାନେ କୀଟ ନିୟନ୍ତ୍ରଣର ଏହି ନୂତନ ପଦ୍ଧତି ବିକଶିତ କରିଛନ୍ତି ଯାହା ପରିବେଶ ଏବଂ ଅନ୍ୟ ପ୍ରଜାତିର ପ୍ରାଣୀଙ୍କ ଉପରେ କୌଣସି ବିପଜ୍ଜନକ ପ୍ରଭାବ ନ ପକାଇ ତାହାର କାମ କରି ପାରିବ।
ଚାଲିଛି ପରୀକ୍ଷା: ଏହି ପଦ୍ଧତିର ପ୍ରଥମ ପରୀକ୍ଷଣରେ ଫଳ ମାଛି ବ୍ୟବହାର କରାଯାଇଥିଲା। ବିଷପୁରୁଷମାନଙ୍କ ସହିତ ମିଶିଥିବା ମାଈ ମାଛିମାନଙ୍କର ଆୟୁଷ ଯଥେଷ୍ଟ ହ୍ରାସ ପାଇଥିଲା।
ଏବେ ଗବେଷକମାନେ ମଶାଙ୍କ ଉପରେ ସମାନ ପରୀକ୍ଷଣ ପଦ୍ଧତି ବ୍ୟବହାର କରିବାକୁ ଯୋଜନା କରିଛନ୍ତି। ମଶାମାନଙ୍କୁ ଜେନେଟିକ୍ ଭାବେ ପରିବର୍ତ୍ତନ କରିବାକୁ ପଡ଼ିବ।
ଯାହା ଫଳରେ ସେମାନେ ଜଙ୍ଗଲକୁ ଛାଡ଼ିବା ପରେ ହିଁ ବିଷାକ୍ତ ବୀର୍ଯ୍ୟ ଉତ୍ପନ୍ନ କରିଥାନ୍ତି।