fbpx

ବ୍ୟବସାୟୀଙ୍କୁ ମଧ୍ୟ ମିଳିବ ୩୦୦୦ ପର୍ଯ୍ୟନ୍ତ ପେନସନ, ଜାଣନ୍ତୁ କ’ଣ ଏହି ସ୍କିମ ଏବଂ କେମିତି କରିବେ ରେଜିଷ୍ଟ୍ରେସନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶର ନାଗରିକଙ୍କ ପାଇଁ ଅନେକ ଯୋଜନା କରିଛନ୍ତି । ସରକାର ଛୋଟ ବ୍ୟବସାୟୀଙ୍କ ପାଇଁ ନ୍ୟାସନାଲ ପେନସନ ସ୍କିମ (NPS)ର ଘୋଷଣା କରିଛନ୍ତି । ଏହି ସ୍କିମ୍ ଅନୁଯାୟୀ ଦୋକାନୀଙ୍କୁ ମଧ୍ୟ ୬୦ ବର୍ଷ ପରେ ପେନସନ ମିଳିବ । ଏଥିରେ ରେଜିଷ୍ଟ୍ରେସନ କରୁଥିବା ବ୍ୟକ୍ତିଙ୍କ ଭବିଷ୍ୟତ ସୁରକ୍ଷିତ ହୋଇପାରିବ ।

ଏହି ଲୋକଙ୍କୁ ମିଳିବ ପେନସନ: ଏହି ପେନସନ ଯୋଜନା ଅନୁଯାୟୀ ଖୁଦ୍ର ବ୍ୟବସାୟୀ, ଦୋକାନୀ ତଥା ସ୍ୱରୋଜଗାର କରୁଥିବା ଲୋକଙ୍କୁ ୬୦ ବର୍ଷ ବୟସ ହେବା ପରେ ସର୍ବନିମ୍ନ ୩୦୦୦ ଟଙ୍କା ମାସିକ ପେନସନ ମିଳିବ ।

ଏଭଳି ରହିବ ସର୍ତ: ଏଥିରେ ରେଜିଷ୍ଟ୍ରେସନ କରିବା ପାଇଁ ବ୍ୟବସାୟୀଙ୍କ ବାର୍ଷିକ ଆୟ ୧.୫ କୋଟି ରୁ କମ୍ ହୋଇଥିବା ଆବଶ୍ୟକ ।

ଏମିତି ହେବ ପେନସନ ପାଇଁ ରେଜିଷ୍ଟ୍ରେସନ: ୧୮ ରୁ ୪୦ ବର୍ଷ ବୟସର ଲୋକମାନଙ୍କୁ ଏହି ଯୋଜନାର ଲାଭ ମିଳିବ । ଏଥିପାଇଁ କୌଣସି ଜନସେବା କେନ୍ଦ୍ରରୁ ରେଜିଷ୍ଟ୍ରେସନ କରିପାରିବେ । ଏଥିପାଇଁ ଆଧାର କାର୍ଡ ଏବଂ ବ୍ୟାଙ୍କ ଆକାଉଣ୍ଟର ଆବଶ୍ୟକତା ରହିଛି ।

ନୋମିନୀ: ଯଦି ଯୋଜନାରେ ପଞ୍ଜୀକୃତ କରିଥିବା ବ୍ୟକ୍ତିଙ୍କ ମୃତ୍ୟୁ ହେଉଛି ଏଭଳି ପରିସ୍ଥିତିରେ ଲାଭାର୍ଥୀଙ୍କ ତରଫରୁ କରାଯାଇଥିବା ନୋମିନୀଙ୍କୁ ପାରିବାରିକ ପେନସନ ଭାବରେ ଆବେଦକଙ୍କ ପେନସନର ୫୦ ପ୍ରତିଶତ ଦିଆଯିବ ।

ଡକ୍ୟୁମେଣ୍ଟ: ଏନପିଏସ ଏନରୋଲମେଣ୍ଟ ପାଇଁ ଆପଣଙ୍କ ପାଖରେ ଆଧାର କାର୍ଡ ଏବଂ ବ୍ୟାଙ୍କ ସେଭିଙ୍ଗ୍ସ ଆକାଉଣ୍ଟ ହୋଇଥିବା ଆବଶ୍ୟକ ।

ତେବେ ଅଧିକ ତଥ୍ୟ ଜାଣିବା ପାଇଁ Labor.gov.in ଏବଂ maandhan.in ରେ ଲଗଇନ କରିପାରିବେ ।

Get real time updates directly on you device, subscribe now.