fbpx

କଟିଯାଇଛି କି ଚାଲାଣ ଏବଂ ଦେବାକୁ ଚାହୁଁନାହାନ୍ତି ଗୋଟିଏ ବି ଟଙ୍କା, ଏଠାରେ ଜାଣନ୍ତୁ ସମାଧାନର ଉପାୟ

ନୂଆଦିଲ୍ଲୀ: ଭାରତରେ ଦୈନନ୍ଦିନ ଲୋକେ ଟ୍ରାଫିକ ଚାଲାଣ କଟିବା ସମସ୍ୟା ଦେଇ ଗତି କରୁଛନ୍ତି । ବେଳେବେଳେ ଆମ ଅଜାଣତରେ ବି ଚାଲାଣ କଟିଯାଇଥାଏ । କଣ ଆପଣଙ୍କ ସହ ଏହା ଘଟିଛି କି, ବିନା ଦୋଷରେ ଟ୍ରାଫିକ ପୋଲିସ ଆପଣଙ୍କ ଚାଲାଣ କାଟିଦେଇଛନ୍ତି କି? ଏଭଳି ପରିସ୍ଥିତିରେ କିପରି ବଞ୍ଚିବେ ଆସନ୍ତୁ ଜାଣିବା ।

ଲୋକ ଅଦାଲତ ମାଧ୍ୟମରେ ଆପଣ ଚାଲାଣକୁ ସଂପୂର୍ଣ୍ଣ ଭାବେ କାଟିପାରିବେ । ଲୋକ ଅଦାଲତ ଜରିଆରେ ପେଡିଙ୍ଗ ବା ପୁରୁଣା ମାମଲା ଏବଂ ବିବାଦକୁ ସମାଧାନ କରାଯାଇପାରିବ । ନେସନାଲ ଲିଗାଲ ସର୍ଭିସ ଅଥରିଟୀ ପକ୍ଷରୁ ଲୋକ ଅଦାଲତର ତାରିଖର ଘୋଷଣା କରାଯାଇଛି । ୧୪ ସେପ୍ଟେମ୍ବରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ବସିବାକୁ ଯାଉଛି, ଯେଉଁଥିରେ ଆପଣ ଚାଲାଣ ସହ ଜଡିତ ମାମଲାକୁ ସମାଧାନ କରିପାରିବେ । ତେବେ ଆସନ୍ତୁ ଜାଣିବା କିପରି..

ସମସ୍ତ କାଗଜପତ୍ର ଦାଖଲ କରନ୍ତୁ: ଆପଣ ଟ୍ରାଫିକ ଚାଲାଣ ସମ୍ବନ୍ଧୀୟ ସମସ୍ତ ଆବଶ୍ୟକୀୟ ଆଇନଗତ ଡକ୍ୟୁମେଣ୍ଟକୁ ଦାଖଲ କରିବାକୁ ହେବ । ଏହା ବ୍ୟତୀତ ଯେକୌଣସି ବିଜ୍ଞପ୍ତି କିମ୍ବା ଯୋଗାଯୋଗ ମଧ୍ୟ ଅନ୍ତର୍ଭୂକ୍ତ କରନ୍ତୁ ।

ହେଲପ ଡେସ୍କ: ଲୋକ ଅଦାଲତ ପାଇଁ ହେଲପ ଡେସ୍କ ମଧ୍ୟ ସ୍ଥାପିତ କରାଯାଇଥାଏ । ଏହା ଆପଣଙ୍କୁ ଅଦାଲତରେ କିପରି ମାମଲା ଦାଖଲ କରିବେ ସେଥିପାଇଁ ମାର୍ଗଦର୍ଶନ କରିଥାଏ ।

ମାମଲାର ରେଜିଷ୍ଟ୍ରେସନ ଆବଶ୍ୟକ: ଲୋକ ଅଦାଲତରେ ମାମଲା ଦାଖଲ କରିବା ପାଇଁ ଆପଣଙ୍କୁ ନିଜ ବାଇକ କିମ୍ବା କାରର ରେଜିଷ୍ଟ୍ରେସନ ନମ୍ବର ଦେବାକୁ ପଡିପାରେ । ଏହା ଆପଣଙ୍କ ଯାନ ବିରୋଧରେ ଜାରି କରାଯାଇଥିବା ପେଣ୍ଡିଙ୍ଗ ଚାଲାଣର ଡିଟେଲ୍ସ ଜାଣିବାକୁ ସାହାଯ୍ୟ କରିଥାଏ ।

ପ୍ରଥମେ ଆପଏଣ୍ଟମେଣ୍ଟ ବୁକ କରନ୍ତୁ: ବର୍ତ୍ତମାନ ଆପଣଙ୍କ ପାଇ ଆଗାମୀ ପଦକ୍ଷେପ ଅପଏଣ୍ଟମେଣ୍ଟ ବୁକ କରିବାକୁ ହେବ । ଅପଏଣ୍ଟମେଣ୍ଟ ମୁତାବକ ଆପଣଙ୍କୁ ଲୋକ ଅଦାଲତ ଯାଇପାରିବେ । ଆପଏଣ୍ଟମେଣ୍ଟ ମୁତାବକ ଆପଣଙ୍କୁ ନିର୍ଦ୍ଧାରିତ ଡେଟରେ ଲୋକ ଅଦାଲତରେ ହାଜର ହେବାକୁ ପଡିବ ।

Get real time updates directly on you device, subscribe now.