fbpx

Flower Show ପାଇଁ ଟ୍ରାଫିକ ପ୍ଳାନ୍: ବେଙ୍ଗଲରୁରେ ଆଜିଠୁ ଆରମ୍ଭ ଲାଲବାଗ୍ ଫ୍ଲାୱାର ଶୋ’

ବେଙ୍ଗଲୁରୁ: ଆଜିଠାରୁ ବେଙ୍ଗଲୁରୁରେ ଆରମ୍ଭ ହେଉଛି ଲାଲବାଗ୍ ଫ୍ଲାୱାର ଶୋ’ । ଫୁଲର ଏହି ନିଆରା ପର୍ବ ଦେଖିବା ପାଇଁ ସହରରେ ଲାଗିବ ଦେଖଣାହାରୀଙ୍କ ଲମ୍ବା ଲାଇନ୍ । ଆଜିଠାରୁ ଏହିପର୍ବ ଆରମ୍ଭ ହୋଇ ଅଗଷ୍ଟ ୧୯ ତାରିଖରେ ଶେଷ ହେବ ଲଲବାଗ୍ ଫ୍ଲାୱାର ଶୋ’ । ତେବେ ଏହି ୧୨ ଦିନ ଟ୍ରାଫିକ ନିୟନ୍ତ୍ରଣ ପାଇଁ ସିଟି ଟ୍ରାଫିକ ପୋଲିସ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି । ତେବେ ରାସ୍ତରେ ଟ୍ରାଫିକ ସମସ୍ୟାକୁ ଏଡ଼ାଇବା ପାଇଁ ଦର୍ଶକ ମାନଙ୍କୁ ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ଏହାଦ୍ୱାରା ପାର୍କିଂ ସମସ୍ୟା ମଧ୍ୟ ଦୂର ହୋଇପାରିବ । ତେବେ ଆସନ୍ତୁ ଜାଣିବା କେଉଁ ରୁଟରେ କିଭଳି ବ୍ୟବସ୍ଥା କରିଛି ସିଟି ଟ୍ରାଫିକ ପୋଲିସ ।

ପାର୍କିଂ କରିବା ସ୍ଥାନ:

  • ଡା. ମାରିଗୌଡ଼ା ରୋଡ୍: ଅଲ-ଅମୀନ୍ କଲେ ପରିସରରେ ପାର୍କିଂ ବ୍ୟବସ୍ଥା କରାଯାଇଛି ।
  • କେ.ଏଚ୍ ରୋଡ୍: ଶାନ୍ତିନଗର ବିଏମଟିସି ମଲ୍ଟି-ଷ୍ଟୋରେ ପାର୍କିଂ(ଉଭୟ ଦୁଇ ଚକିଆ ଏବଂ ଚାରି ଚକିଆ)
  • ଡା. ମାରିଗୌଡ଼ା ରୋଡ୍: ହପ୍ କମ୍ସ ପାର୍କିଂ ଏରିଆ(ଉଭୟ ଦୁଇ ଚକିଆ ଏବଂ ଚାରି ଚକିଆ)
  • ଜେସି ରୋଡ୍: କର୍ପୋରେସନ୍ ପାର୍କିଂ ଏରିଆ(ଉଭୟ ଦୁଇ ଚକିଆ ଏବଂ ଚାରି ଚକିଆ)

ଏହି ସ୍ଥାନରେ ପାର୍କିଂ ମନା:

  • ଡା. ମାରିଗୌଡ଼ା ରୋଡ୍: ଲାଲବାଗ୍ ମେନ୍ ଗେଟ୍ ରୁ ନିମହଂସ ରାସ୍ତାର ଉଭୟ ପାଖରେ ପାର୍କିଂ ମନା
  • କେ.ଏଚ୍ ରୋଡ୍: କେ.ଏଚ୍ ସର୍କଲରୁ ଶାନ୍ତି ନଗର ଜଙ୍କସନ୍ ରାସ୍ତାର ଉଭୟ ପାଖରେ ପାର୍କିଂ ମନା
  • ଲାଲବାଗ୍ ରୋଡ୍: ସୁବୟା ସର୍କଲରୁ ଲାଲବାଗ୍ ମେନ୍ଗେଟ୍ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଖରେ ପାର୍କିଂ ମନା
  • ସିଦ୍ଦୟା ରୋଡ୍: ଉର୍ବସୀ ଥିଏଟର ଜଙ୍କସନ୍ ରୁ ୱିଲସନ୍ ଗାର୍ଡେନ ୧୨କ୍ରସ୍ ରାସ୍ତାର ଉଭୟ ପାଖରେ ପାର୍କିଂ ମନା
  • ବିଟିଏସ ରୋଡ୍: ବିଏମଟିସି ଜଙ୍କସନରୁ ପୋଷ୍ଟ ଅଫିସ ଅଞ୍ଚଳରେ ପାର୍କିଂ ମନା
  • କ୍ରୁମ୍ବିଗାଲ ରୋଡ୍: ରାସ୍ତାର ଉଭୟ ପାଖରେ ପାର୍କିଂ ମନା
    ଏହାବ୍ୟତୀତ ଲାଲବାଗ୍ ୱେଷ୍ଟ ଗେଟ୍ ରୁ ଆର.ଭି ଟିଚର୍ସ କଲେଜ, ଆର.ଭି ଟିଚର୍ସ କଲେଜରୁ ଅଶୋକା ପିଲାର, ଅଶୋକା ପିଲାରରୁ ସିଦ୍ଦପୁରା ଜଙ୍କସନ୍ ପର୍ଯ୍ୟନ୍ତ ମଧ୍ୟ ପାର୍କିଂ କରିବା ପାଇଁ ବାରଣ କରାଯାଇଛି ।

Get real time updates directly on you device, subscribe now.