(VIDEO) ଛାତି ଥରାଇଦେଲା ଦୁର୍ଘଟଣା, ବଞ୍ଚିବା ପାଇଁ ଚିତ୍କାରରେ ଫାଟି ପଡ଼ୁଥିଲା ସ୍ଥାନ, ଦ୍ରୁତ ଗତି ଟ୍ରେନ ଦେଲା ବସ୍କୁ ଧକ୍କା
ଦୁର୍ଘଟଣାର ଭୟଙ୍କର ଭିଡିଓ
ମେକ୍ସିକୋ: ମେକ୍ସିକୋରେ ଏକ ମର୍ମନ୍ତୁଦ ଦୁର୍ଘଟଣା। ଏକ ମାଲବାହୀ ଟ୍ରେନ୍ ଏକ ଡବଲ୍-ଡେକର ବସ୍କୁ ଦେଲା ଧକ୍କା। ଏହି ଛାତି ଥରାଇଦେବା ଭଳି ଦୁର୍ଘଟଣାରେ ୧୦ ଜଣ ମୃତ୍ୟୁ ହୋଇଥିବା ବେଳେ ୪୧ ଜଣ ଆହତ ହୋଇଛନ୍ତି।
ରାଜଧାନୀ ମେକ୍ସିକୋ ସିଟିରୁ ପ୍ରାୟ ୧୦୦ କିଲୋମିଟର ଉତ୍ତର-ପଶ୍ଚିମରେ ଅବସ୍ଥିତ ଆଟଲାକୋମୁଲକୋ ସହରରେ ସୋମବାର ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
मालगाड़ी से टकराई डबल डेकर बस, 10 की मौत
मेक्सिको के सेंट्रल एरिया में एक दर्दनाक हादसे में कम से कम 10 लोगों की मौत हो गई. ये हादसा तब हुआ, जब एक मालगाड़ी ने डबल डेकर बस को टक्कर मार दी. इस हादसे का वीडियो भी सामने आया है.#Mexico | #Video | #CCTVVideo pic.twitter.com/IggZua6KVM
— NDTV India (@ndtvindia) September 9, 2025
ଦୁର୍ଘଟଣାର ଭୟଙ୍କର ଭିଡିଓ
ସ୍ଥାନୀୟ ଗଣମାଧ୍ୟମ ଦ୍ୱାରା ପ୍ରସାରିତ ସିସିଟିଭି ଫୁଟେଜରେ ଦେଖାଯାଉଛି ଯେ ବସ୍ଟି ରେଳ ଟ୍ରାକ୍ ପାର ହେବାକୁ ଚେଷ୍ଟା କରୁଥିବା ସମୟରେ ହାଇ-ସ୍ପିଡ୍ ଟ୍ରେନ୍ଟି ଧକ୍କା ଦେଇଥିଲା।
ଭିଡିଓରେ କ୍ରସିଂ ଗେଟ୍ଗୁଡ଼ିକ ଦେଖାଯାଉନାହିଁ, ଯେତେବେଳେ ଅନ୍ୟ ଯାନଗୁଡ଼ିକ ଅଟକି ରହିଥିଲା। ଏବଂ ଏହି ସମୟରେ ଡବଲ ଡେବ ବସ୍ ଟ୍ରାକ୍ ପାର ହେଉ ଥିଲା। ଦ୍ରୁତ ଗତିରେ ଆସୁଥିବା ମାଲବାହୀ ଟ୍ରେନ ବସକୁ ଧକ୍କା ଦେଇଥିଲା।
ନାଗରିକ ସୁରକ୍ଷା ଅଧିକାରୀ ଆଡ୍ରିଆନ୍ ହର୍ନାଣ୍ଡେଜ୍ କହିଛନ୍ତି, ଦୁର୍ଘଟଣାରେ ୪୧ ଜଣ ଆହତ ହୋଇଛନ୍ତି … ଏବଂ ୧୦ ଜଣଙ୍କ ମୃତ୍ୟୁ ହୋଇଛି।
ପୋଲିସ ହେପାଜତରେ ଡ୍ରାଇଭର
ଏହା ସହିତ, ସେ ଏହା ମଧ୍ୟ କହିଛନ୍ତି ଯେ ଆହତମାନଙ୍କ ମଧ୍ୟରୁ ଚାରି ଜଣଙ୍କ ଅବସ୍ଥା ଗୁରୁତର। ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଫଟୋରେ ଆହତ ଯାତ୍ରୀମାନେ ବସ୍ରୁ ବାହାରୁଥିବା ଦେଖାଯାଇଛି।
ଯେତେବେଳେ ଘଟଣାସ୍ଥଳରୁ ଫଟୋରେ ବସ୍ର ଛାତ ଏବଂ ପଛ ଭାଗ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ଦେଖାଯାଉଛି। ଏହି ମାମଲାରେ ବସ୍ ଡ୍ରାଇଭରଙ୍କୁ ଗିରଫ କରାଯାଇଛି।