fbpx

(Video) ଭୟଙ୍କର ଦୃଶ୍ୟ; ପାହାଡ଼ ଉପରେ ଖସିପଡ଼ିଲା ବିଶାଳ ପଥର: ଦୁଇ ଖଣ୍ଡ ହୋଇଗଲା ଟ୍ରେନ

ଏକ ଛୋଟ ବିରତୀ ପରେ ପୁଣି ଇରେ ଟ୍ରେନ ଦୁର୍ଘଟଣା ମାମଲା ସାମନାକୂ ଆସିଛି । ପୁଣି ଥରେ ଟ୍ରେନ ଉପରେ ପଡ଼ିଛି ଏକ ବିରାଟ ବିପଦ । ତାଳଚେରରୁ ସସମ୍ବଲପୁର ଅଭିମୁଖେ ଯାଉଥିବା ଏକ ଟ୍ରେନ ଦୁର୍ଘଟଣାର ଶିକାର ହୋଇଛି  ପାହାଡ଼ିଆ ରାସ୍ତା ଦେଖି ଅତିକ୍ରମ କରୁଥିବା ବେଳେ ଟ୍ରେନ ଉପରେ ହଠାତ୍ ଗୁଡ଼ାଏ ପଥର ଲଦି ହୋଇ ପଡ଼ିଛି ଏହି ଟ୍ରେନ ଉପରେ । ପାହାଡ଼ ଉପରେ ଥିବା କିଛି ପଥର ଟ୍ରେନ ଉପରେ ଅଜାଡ଼ି ହୋଇ ପଡ଼ିଛନ୍ତି । ଯାହା ଫଳରେ ଏକ ଝଟଣାସ୍ଥଳରେ ଏକ ବିରାଟ ଦୁର୍ଘଟଣା ହେବା ନେଇ ଆଶଙ୍କା କରାଯାଉଛି ।

ସୂଚନା ଅନୁସାରେ, ଆଜି ସକାଳେ ତାଳଚେରରୁ ସମ୍ବଲପୁର ଅଭିମୁଖେ ବାହାରିଥିଲା ଏହି ମାଲବାହୀ ଟ୍ରେନ । କିନ୍ତୁ ଶରଧାମୁଣ୍ଡା ମଧ୍ୟ ଦେଇ ଯାଉଥିବା ବେଳେ ପାଖ ପାହାଡ଼ରୁ ଅଚାନକ ପଥର ବୃଷ୍ଟି ହୋଇଛି । ପାହାଡ଼ ଉପରୁ ଖସି ଆସି ଏହି ମାମଲବାହୀ ଗାଡ଼ିରେ ପିଟି ହୋଇଛି ଏହି ବିଶାଳ ଆକୃତିର ପଥର ଖଣ୍ଡ । ଯାହା ଫଳରେ ଟ୍ରେନଟି ଭାରସାମ୍ୟ ହରାଇ ଟ୍ରାକରୁ ଖସି ଯାଇଥିବା ଦେଖାଯାଇଛି । ଟ୍ରେନର ଇଞ୍ଜିନ ଲାଇନଚ୍ୟୁତ ହୋଇ ତଳକୁ ମାଡ଼ି ଆସିଛି । ତେବେ ଏକ ବଡ଼ ଦୁର୍ଘଟରା ଘଟିବା ପୂର୍ବରୁ ଏହାକୁ ନିୟନ୍ତ୍ରଣକୁ ଆଣିବାରେ ସଫଳ ହୋଇଛନ୍ତି ଟ୍ରେନର ଲୋକୋ ପାଇଲଟ । ଫଳରେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛି ଏହି ମାଲବାହୀ ଟ୍ରେନ ।

ଟ୍ରେନ ଦୁର୍ଘଟଣା ନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ବରିଷ୍ଠ ରେଲୱେ ଅଧିକାରୀ । ଏହି ଦୁର୍ଘଟଣା ପରେ ଟ୍ରାକରୁ ପଥରକୁ ହଟାଯାଇ ଟ୍ରେନ ଚଳାଚଳ ସ୍ୱାଭାବିକ କରିବା ପାଇଁ ଚେଷ୍ଟା ଜାରି ରହିଛି । କିନ୍ତୁ ଲଗାଣ ବର୍ଷା ଯୋଗୁଁ ଏହା କଷ୍ଟକର ହୋଇ ପଡ଼ିଥିବା ବେଳେ ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ ଜାରି ରହିଛି । ତେବେ ଖୁବଶୀଘ୍ର ପଥର ହଟାଇ ଟ୍ରାକକୁ ଗାଡ଼ିର ଇଞ୍ଜିନ ଆଣିବା ପାଇଁ ଚେଷ୍ଟା କରାଯାଉଛି ।

Get real time updates directly on you device, subscribe now.