fbpx

(Video) ଜୋ ବାଇଡେନଙ୍କ ସାମନାରେ Topless ହେଲେ ଟ୍ରାନ୍ସ-ଇନଫ୍ଲୁଏନ୍ସର ରୋଜ ମୋଣ୍ଟୋୟା, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ: ଟ୍ରାନ୍ସଜେଣ୍ଡର ଇନଫ୍ଲୁଏନ୍ସର ରୋଜ ମୋଣ୍ଟୋୟାଙ୍କୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି । ହ୍ୱାଇଟ ହାଉସର ପ୍ରାଇଡ ମନ୍ଥ ସେଲିବ୍ରେସନ ଅବସରରେ ବାଇଡେନଙ୍କ ସାମନାରେ ଟପ୍ ଲେସ୍ ହୋଇ ଯାଇଥିଲେ ରୋଜ ମୋଣ୍ଟୋୟା । ଯାହାପରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସାମନାରେ ଏଭଳି କାଣ୍ଡ କରିବାକୁ ନେଇ ଏବେ ଆଲୋଚନା ଆରମ୍ଭ ହୋଇଯାଇଛି ।

ଭାଇରାଲ ହେଉଥିବା ଏହି ଟିକ୍ ଟକ୍ ଭିଡିଓରେ ଟ୍ରାନ୍ସଜେଣ୍ଟର ଇନଫ୍ଲୁଏନ୍ସର ପ୍ରଥମେ ଜିଲ୍ ବାଇଡେନଙ୍କୁ ଭେଟିଥିଲେ । ଏହାପରେ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ମଧ୍ୟ ସେ ଭେଟି ତାଙ୍କ ସହ ଭିଡିଓ ଉତ୍ତୋଳନ କରିଛନ୍ତି । ଏହି ଭିଡିଓ ଦ୍ୱାରା କ୍ୟାମେରାରେ ସେ ଏଖ ପ୍ରୋ-ଟ୍ରାନ୍ସଜେଣ୍ଡର ବାର୍ତ୍ତା ସେୟାର କରିଥିବା ଦେଖାଯାଇଛି । ଏହାସହିତ ଭିଡିଓରେ ରୋଜ ମୋଣ୍ଟୋୟା କହିଛନ୍ତି ଯେ, ଟ୍ରାନ୍ସ ଅଧିକାର ହେଉଛି ମାନବ ଅଧିକାର । ଏହାପରେ ପ୍ରୋଗ୍ରାମର ଅନେକ ଲୋକଙ୍କ ସହ ମୋଣ୍ଟୋୟା ଭେଟିବା ସହ ଭିଡିଓ କରୁଥିବା ଦେଖିବାକୁ ମିଳିଛି ।

କିନ୍ତୁ ପରେ ଏହି ଭିଡିଓରେ ଦେଖାଯାଇଛି ଯେ, ହ୍ୱାଇଟ ହାଉସର ପ୍ରାଇଡ ମହୋତ୍ସବରେ ଦେଶର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସାମନାରେ ସେ ଏହି ଟ୍ରାନ୍ସେଜେଣ୍ଡର ଇନଫ୍ଲୁଏନ୍ସର ଟପ୍ ଲେସ୍ ହୋଇଛନ୍ତି । ଏହାପରେ ହ୍ୱାଇଟ ହାଉସ ସାମନାରେ ଅନେକ ପୋଜ୍ ଦେଉଛନ୍ତି । ଏହି ଭିଡିଓ ପୋଷ୍ଟ ହେବା ପରେ ଏହାକୁ ତୀବ୍ର ସମାଲୋଚନା ଆରମ୍ଭ ହୋଇଛି । ଏହାକୁ ନେଇ ୟୁଏସଏ ସିଇଓ ଚାର୍ଲି କିର୍କ ମଧ୍ୟ ଟ୍ୱିଟ କରିଛନ୍ତି । ସେ ପୋଷ୍ଟ କରିଛନ୍ତ ଯେ, “ଗ୍ରାଫିକ: ଟ୍ରାନ୍ସ ଟିକଟକ ‘ଇନଫ୍ଲୁଏନ୍ସର’ ରୋଜ ମୋଣ୍ଟୋୟା ହ୍ୱାଇଟ ହାଉସର ପ୍ରାଇଡ ସେଲିବ୍ରେସନରେ ଟପ୍ ଲେସ୍ ହୋଇ ପୋଜ୍ ଦେଇଛନ୍ତି । ତାଙ୍କ ପାଖରେ ଜଣେ ବାୟୋଲୋଜିକାଲ ମହିଳା ମଧ୍ୟ ଠିଆ ହୋଇଛନ୍ତି । ସେ ସର୍ଜରୀ କରି ନିଜ ସ୍ତନକୁ ହଟାଇ ଦେଇଛନ୍ତି ।”

ଏହି ଭିଡିଓକୁ ନେଇ ନେସନାଲ ରିଭ୍ୟୁ କଣ୍ଟ୍ରିବ୍ୟୁଟର ପ୍ରଦୀପ ଜେ. ଶଙ୍କର ମଧ୍ୟ ଟ୍ୱିଟ କରି ,ହାର ପ୍ରତିକ୍ରିୟା ଦେଇଛନ୍ତି । ସେ ଲେଖିଛନ୍ତି ଯେ, ୨୦୨୪ର ପତନ ପାଇଁ ଏହା ହେଉଛି ଜିଓପି କ୍ୟାମ୍ପେନର ଏକ ବିଜ୍ଞାପନ । ତେବେ ଜର୍ଜିଆ, ଓହିଓ, ମିଚିଗାନ୍, ୱିସ୍କନ୍ସିନ ଏବଂ ଆଇୱାରେ ଏହା ଭଲ ପ୍ରଦର୍ଶନ କରିବ ବୋଲି ଭାବୁଥିଲେ ଆପଣ ଭୁଲ କରୁଛନ୍ତି ।

ସୂଚନା ଅନୁସାରେ, ଗତ ଜୁନ ୧୦ ତାରିଖ ପ୍ରାଇଡ ମନ୍ଥ ସେଲିବ୍ରେସନ ପାଇଁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ହ୍ୱାଇଟ ହାଉଓର ଲନ୍ ରେ ଏକ ପାର୍ଟି ରଖିଥିଲେ । ସମଲିଙ୍ଗୀ ତଥା ଟ୍ରାନ୍ସଜେଣ୍ଡର ଲୋକଙ୍କ ଏକତା ପ୍ରଦର୍ଶନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା ।

Get real time updates directly on you device, subscribe now.