fbpx

ଜଣାଶୁଣା ଟ୍ରାଭେଲ ଇନଫ୍ଲୁଏନ୍ସର ଅନଭୀ କାମଦାରଙ୍କ ମୃତ୍ୟୁ: ରିଲ୍ସ ଶୁଟ୍ ବେଳେ ୩୦୦ ଫୁଟ ଗଭୀର ଖାଇ ମଧ୍ୟକୁ ଖସିପଡ଼ିଲେ

ନୂଆଦିଲ୍ଲୀ: ଆସିଛି ଏକ ବଡ଼ ଖବର । ଜଣାଶୁଣା ଟ୍ରାଭେଲ ଇନଫ୍ଲୁଏନ୍ସର ଅନଭୀ କାମଦାରଙ୍କ ମାତ୍ର ୨୬ ବର୍ଷରେ ମୃତ୍ୟୁ ଘଟିଛି । ରିଲ୍ସ ଶୁଟ୍ କରୁଥିବା ସମୟରେ ଏହି ଅଘଟଣ ଘଟିଥିଲା । ମୁମ୍ବାଇରେ ରହିଥିବା ଏହି ଟ୍ରାଭେଲ ଇନଫ୍ଲୁଏନ୍ସର ରିଲ ଶୁଟ୍ କରୁଥିବା ସମୟରେ ଅଚାନକ ତାଙ୍କର ପାଦ ଖସିଯାଇଥିଲା । ଫଳରେ ୩୦୦ ଫୁଟ ଗଭୀର ଖାଇ ମଧ୍ୟକୁ ସେ ଖସିପଡ଼ିଥିଲେ ଓ ତାଙ୍କର ମୃତ୍ୟୁ ଘଟିଥିଲା । ଗତ ୧୬ ତାରିଖରେ ଅନଭୀ ତାଙ୍କର ସାଙ୍ଗସାଥୀଙ୍କ ସହିତ ଝରଣା ବୁଲିବାକୁ ଯାଇଥିଲେ ।

ଖବର ମୁତାବକ, ଅନଭୀ ନିଜର ସାଙ୍ଗସାଥୀଙ୍କ ସହିତ ରାୟଗଡ଼ ଜିଲ୍ଲାର ମାନଗାଓଁ ତାଲୁକା ବୁଲିବାକୁ ଯାଇଥିଲେ । ସେଠାରେ ସେ ଏକ ଛୋଟ ସ୍ପାଇକ ଉପରେ ରିଲ୍ସ ଶୁଟ କରୁଥିବା ସମୟରେ ଅଚାନକ ତାଙ୍କର ପାଦ ଖସିଯାଇଥିଲା । ଫଳରେ ଉକ୍ତ ଦୁର୍ଘଟଣାରେ ସେ ୩୦୦ ଫୁଟ ଗଭୀର ଖାଇ ମଧ୍ୟକୁ ଖସିପଡ଼ିଥିଲେ । ଅନ୍ୟ ତଳକୁ ଖସିପଡ଼ିବା ପରେ ସଙ୍ଗେସଙ୍ଗେ ଉଦ୍ଧାରକାରୀ ଟିମ୍ ସେଠାରେ ପହଞ୍ଚିଥିଲା । ଦ୍ୱିପ୍ରହର ପାଖାପାଖି ୧୨.୩୦ ସମୟରେ ରେସକ୍ୟୁ ଅପରେସନ ଆରମ୍ଭ ହୋଇଥିଲା । ମାତ୍ର ୧୫ ମିନିଟ୍ ମଧ୍ୟରେ ଉଦ୍ଧାରକାରୀ ଦଳ ଅନଭୀଙ୍କ ନିକଟରେ ପହଞ୍ଚିଥିଲା । ସେତେବେଳକୁ ଅନଭୀ ଜୀବିତ ଥିଲେ । ସେ ଧୀରସ୍ୱରରେ କିଛି କହିବାକୁ ଚେଷ୍ଟା କରୁଥିଲେ । ଏହାପରେ ରସି ସହାୟତାରେ ତାଙ୍କୁ ୨୦୦-୨୫୦ ଫୁଟ ଉପରକୁ ନିଆଯାଇଥିଲା । ତା’ପରେ ତାଙ୍କୁ ମନଗାଓଁ ତାଲୁକା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା ।

Get real time updates directly on you device, subscribe now.