fbpx
BSKY
BJD MC SKY
BJD MS SKY

ସାଧାରଣ ଲୋକଙ୍କୁ ଝଟକା, ଏଣିକି Ola-Uber ଓ ଅଟୋରେ ଯାତ୍ରା କରିବା ପଡ଼ିବ ମହଙ୍ଗା

ନୂଆଦିଲ୍ଲୀ: ନୂଆବର୍ଷ ଲୋକଙ୍କ ପାଇଁ କିଛି ଭଲ ସୁବିଧା ନେଇ ଆସିଥିବା ବେଳେ କିଛି ଲୋକଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି କରିବ । ପୂର୍ବରୁ ଲୋକମାନେ କେବଳ ପେଟ୍ରୋଲ-ଡିଜେଲର ଦରଦାମ୍ ବୃଦ୍ଧି ଯୋଗୁଁ ଚିନ୍ତିତ ଥିଲେ, କିନ୍ତୁ ଏବେ ଆଉ ଏକ ଜିନିଷ ଲୋକଙ୍କ ସମସ୍ୟାକୁ ଆହୁରି ବଢ଼ାଇଦେବ । ଜାନୁଆରୀ ୧ରୁ ଲୋକଙ୍କୁ ଶକ୍ତ ଝଟକା ଲାଗିବାକୁ ଯାଉଛି, କାରଣ ନୂଆବର୍ଷରୁ ଅନେକ ଜିନିଷ ଓ ସର୍ଭିସଗୁଡ଼ିକ ଉପରେ ଟ୍ୟାକ୍ସ ବଢ଼ିବାକୁ ଯାଉଛି । ବର୍ତ୍ତମାନ ସୁଦ୍ଧା ଅନେକ ଜିନିଷକୁ ଏହି ପରିସର ବାହାରେ ରଖାଯାଇଥିଲା । କିନ୍ତୁ ବର୍ତ୍ତମାନ ସେମାନଙ୍କୁ ଟ୍ୟାକ୍ସଯୋଗ୍ୟରେ ଅନ୍ତର୍ଭୁକ୍ତ କରାଯାଉଛି । ଏହି ଖବର Ola-Uber ବ୍ୟବହାରକାରୀଙ୍କ ପାଇଁ ରଖିଛି ।

ତେବେ ୨୦୨୧ରେ ଜିଏସଟି କାଉନସିଲ ଟ୍ୟାକ୍ସକୁ ନେଇ ଅନେକ ନିଷ୍ପତ୍ତି ନେଇଛି । ଏଥିରେ ୧୦୦୦ ଟଙ୍କାରୁ କମ୍ ରେଡିମେଡ ପୋଷାକ ଓ ଜୋତା ଉପରେ ଜିଏସଟିର ରେଟ୍ ୫ ପ୍ରତିଶତ ବଢ଼ାଇ ୧୨ % କରାଯାଇଛି । ସେହିପରି ଅନଲାଇନ୍ ଖାଦ୍ୟ ଅର୍ଡର ଉପରେ ରେଷ୍ଟୁରାଣ୍ଟ ବ୍ୟତିତ ଡେଲିଭରୀ ସର୍ଭିସ ପ୍ରଦାନକାରୀଙ୍କ ଠାରୁ ଟ୍ୟାକ୍ସ ଆଦାୟ ହେବ । ଏହା ବ୍ୟତିତ ଆପ୍ ଆଧାରିତ କ୍ୟାବ୍ ସର୍ଭିସ୍ ପ୍ରଦାନକାରୀଙ୍କ ମାଧ୍ୟମରେ ବୁକ୍ ହୋଇଥିବା ଅଟୋ ଭଡ଼ା ଉପରେ ଜିଏସଟି ଆଦାୟ କରିବାକୁ ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.