ଟ୍ରାଭିସ୍ ହେଡ ରଚିଲେ ଇତିହାସ, ଚାମ୍ପିୟନ୍ସ ଟ୍ରଫିରେ କଲେ ମହାରେକର୍ଡ

ଟ୍ରାଭିସ ହେଡ ନିଜ ବ୍ୟାଟିଂରେ କଲେ ଧମାକା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଥିବା ମ୍ୟାଚ ବର୍ଷା କରାଣରୁ ସ୍ଥଗିତ ରହିଲା। ଏହି କାରଣ ପାଇଁ ଅଷ୍ଟ୍ରେଲିଆ ଟିମ୍ ସେମିଫାଇନାଲରେ ପହଞ୍ଚିବାରେ ସଫଳ ହାସଲ କଲା।

ମ୍ୟାଚ ପୂର୍ବରୁ ଆଫଗାନିସ୍ତାନର ଟିମ ବ୍ୟାଟିଂ କରିଥିଲେ। ସେମାନେ ୫୦ ଓଭରରେ ୨୭୩ ରନର ସ୍କୋର କରିଥିଲେ। ଏହାପରେ ଅଷ୍ଟ୍ରେଲିଆ ମାତ୍ର ୧୨.୫ ଓଭର ଖେଳିପାରିଲା।

ଯେତେବେଳେ ବର୍ଷା ପାଇଁ ଖେଳକୁ ସ୍ଥଗିତ ରଖାଗଲା, ସେହି ସମୟରେ ଅଷ୍ଟ୍ରେଲିଆ ଗୋଟିଏ ୱିକେଟରେ ୧୦୯ ରନ କରିସାରିଥିଲା। ଏହାପରେ ଦୁଇଟି ଟିମକୁ ୧-୧ ନମ୍ବର ଦିଆଗଲା। ଅଷ୍ଟ୍ରେଲିଆ ଟିମ୍ ଗ୍ରୁ-ବିରେ ସେମିଫାଇନାଲରେ ପହଞ୍ଚିଗଲା।

ଟ୍ରାଭିସଙ୍କ ମହାରେକର୍ଡ: ଅଷ୍ଟ୍ରେଲିଆର ଓପନର ଟ୍ରାଭିସ ହେଡ ନିଜ ବ୍ୟାଟିଂରେ ଧମାକା କରିଛନ୍ତି। ଟ୍ରାଭିସ ହେଡ ଧୂଆଁଦାର ବ୍ୟାଟିଂ କରି ୪୦ଟି ବଲରେ ୫୯ ରନ କରିଛନ୍ତି। ସେ ୯ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ।

ଟ୍ରାଭିସ୍ ହେଡ ୧୪୭.୫୦ର ଷ୍ଟ୍ରାଇକ ରେଟ ସହ ରନ କରି ଧମାକା କରିଛନ୍ତି। ହେଡ ନିଜ ଅର୍ଦ୍ଧଶତକୀୟ ଇଂନିସ ସମୟରେ ଏକ କମାଲ ରେକର୍ଡ ନିଜ ନାମରେ କରିଛନ୍ତି।

ଟ୍ରାଭିସ ହେଡ ଚାମ୍ପିୟନ୍ସ ଟ୍ରଫି ଇତିହାରେ ଅଷ୍ଟ୍ରେଲିଆ ପକ୍ଷରୁ ସବୁଠୁ ଦ୍ରୁତ ଅର୍ଦ୍ଧଶତକ କରିଥିବା ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ମ୍ୟାଚରେ ଟ୍ରାଭିସ ୩୪ ବଲରେ ଅର୍ଦ୍ଦଶତକ କରି କମାଲ କରିଛନ୍ତି।

ହେଡ ଏପରି କରି ଡେମିନ ମାର୍ଟିନଙ୍କ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ଡେମିୟନ ମାର୍ଟିନ ୩୫ ବଲରେ ଅର୍ଦ୍ଧଶତକ କରି ଚାମ୍ପିୟନ୍ସ ଟ୍ରଫିରେ କମାଲ କରିଛନ୍ତି।

ହେଡଙ୍କ କମାଲ: ଏହା ବ୍ୟତୀତ ହେଡ ଏକ ଏଭଳି କମାଲ କରିଛନ୍ତି ଯାହାର ଚର୍ଚ୍ଚା ହେଉଛି। ୨୦୨୩ ବର୍ଷଠାରୁ ଏପର୍ଯ୍ୟନ୍ତ ହେଡ ୨୧ଟି ଇଂନିସରେ ବ୍ୟାଟିଂ କରିଛନ୍ତି ଏବଂ ସମୁଦାୟ ୯୦୫ ରନ କରି ସଫଳ ହୋଇଛନ୍ତି। ଏହି ସମୟରେ ସେ ୪ଟି ଅର୍ଦ୍ଧଶତକ ଏବଂ ତିନୋଟି ଶତକ ଲଗାଇଛନ୍ତି।

ସେ ହାରାହରି ୫୩.୨୩ ଏବଂ ଷ୍ଟ୍ରାଇକ ରେଟ ୧୨୯.୧୦ ରହିଛି। ୨୦୨୩ ବର୍ଷର ଆରମ୍ଭରୁ ଏପର୍ଯ୍ୟନ୍ତ ହେଡ ୨୧ଟି ଇଂନିସରେ ଏହା ହେଉଛି ୧୭ତମ ଥର। ହେଡ ଦିନିକିଆ ଇନିଂସରେ ୧୦୦ରୁ ଅଧିକ ଷ୍ଟ୍ରାଇକ ହାରରେ ରନ୍ ସ୍କୋର କରିଛନ୍ତି। ଏହା ବିଶ୍ୱ କ୍ରିକେଟକୁ ଚକିତ କରିଛି।