ଦିଲ୍ଲୀରେ ଚିକିତ୍ସିତ ହେଉଛନ୍ତି ଉତ୍ତମ, ଏପଟେ ମନ୍ଦିରରେ ଜଳୁଛି ୧୦୮ ଦୀପ
ଅଭିନେତା ଉତ୍ତମ ମହାନ୍ତିଙ୍କ ଆସୁ ଆରୋଗ୍ୟ କାମନା କରିଛନ୍ତି ହଜାର ହଜାର ପ୍ରଶଂସକ। ମା ଅମ୍ୱିକାଙ୍କ ମନ୍ଦିରରେ ଜାଳିଛନ୍ତି ୧୦୮ ମାନସିକ ଦୀପ। ଶୀଘ୍ର ସୁସ୍ଥ ହୋଇ ଓଡ଼ିଶା ଫେରିବେ ଉତ୍ତମ ମହାନ୍ତି ସମସ୍ତଙ୍କ ଆଶା।
ଭୁବନେଶ୍ୱର: ଉତ୍ତମଙ୍କ ପାଇଁ ମନ୍ଦିରରେ ଜଳିଲା ୧୦୮ ଦୀପ। ଓଲିଉଡ଼ର ଆଗ ଧାଡିର ଅଭିନେତା ଉତ୍ତମ ମହାନ୍ତି। ସେ ଏବେ ଗମ୍ଭୀର ରୋଗରେ ପୀଡ଼ିତ। ଯେଉଁଥିପାଇଁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ଦିଲ୍ଲୀର ମେଦାନ୍ତ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଛି।
ଆଉ ତାଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ପରିବାର ସମେତ କୋଟି କୋଟି ପ୍ରଶଂସକ। ସେଥିପାଇଁ ତ ତାଙ୍କ ଶୁଭ ମନାସି ଜାଳିଛନ୍ତି ୧୦୮ ଦୀପ। କିପରି ଉତ୍ତମ ଶୀଘ୍ର ଭଲ ହୋଇ ଘରକୁ ଫେରିବେ ଆଉ ପୂର୍ବ ପରି ଦର୍ଶକଙ୍କୁ ସୁନ୍ଦର ସୁନ୍ଦର ଫିଲ୍ମ ଭେଟି ଦେବେ ସେନେଇ ପ୍ରାର୍ଥନା ମଧ୍ୟ କରିଛନ୍ତି।
ଜଳିଲା ୧୦୮ ଦୀପ: ତେବେ ଉତ୍ତମଙ୍କ ଦେହ ଅସୁସ୍ଥ ଖବର ଜଣା ପଡିବା ପରେ ପୁରା ଫିଲ୍ମ ଇଣ୍ଡଷ୍ଟ୍ରିରେ କଳା ବାଦଲ ଘୋଟି ଯାଇଥିଲା। ସମସ୍ତଙ୍କ ତୁଣ୍ଡରେ ଗୋଟିଏ ଶବ୍ଦ ଉତ୍ତମ ଭଲ ହୋଇଯିବେ।
ଆଉ ଏଥିରୁ କେମିତି ବା ବାଦ୍ ପଡିବେ ତାଙ୍କ ଗାଁ ଲୋକ ଆଉ ଆତ୍ମୀୟ ସୌଜନ୍ୟ। ହଁ ୪-୫ ଦିନ ଧରି ଉତ୍ତମ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆଉ ତାଙ୍କ ଶୀଘ୍ର ସୁସ୍ଥତା ମନାସି ମଙ୍ଗବାର ଦିନ ତାଙ୍କ ଜନ୍ମମାଟିରେ ମାଙ୍କ ମନ୍ଦିରରେ ଜଳାଯାଇଛି ୧୦୮ ଦୀପ।
ଉତ୍ତମଙ୍କ ଘର: ଯଦି ଦେଖିବା ଅଭିନେତା ଉତ୍ତମ ମହାନ୍ତିଙ୍କ ପୈତୃକ ଘର ହେଉଛି ବାରିପଦା। ଆଉ ସେ ଲିଭର ସିରୋସିସ୍ ଭଳି ଗମ୍ଭୀର ରୋଗରେ ପୀଡିତ ହୋଇ ଏବେ ଚିକିତ୍ସିତ ହେଉଛନ୍ତି।
ତେଣୁ ତାଙ୍କ ଆସୁ ଆରୋଗ୍ୟ କାମନା କରି ମଙ୍ଗଳବାର ଉତ୍ତମ ମହାନ୍ତିଙ୍କ ଜନ୍ମମାଟି ବାରିପଦା ମା’ଅମ୍ବିକାଙ୍କ ମନ୍ଦିରରେ ଅଭିରାମ ଅଭିନୟ ଅନୁଷ୍ଠାନ ଓ ଉତ୍କଳ ସାମ୍ବାଦିକ ସଂଘ ମୟୂରଭଞ୍ଜ ଶାଖା ଆନୁକୂଲ୍ୟରେ ସନ୍ଧ୍ୟାରେ ୧୦୮ ପ୍ରଦୀପ ପ୍ରଜ୍ଜଳନ କରାଯାଇଛି।
ଏହାସହ ମନ୍ଦିର ପରିସରରେ ଉତ୍ତମ ପ୍ରେମୀମାନେ ଏକତ୍ରିତ ହୋଇ ତାଙ୍କ ପାଇଁ ମା’ଅମ୍ବିକାଙ୍କ ଆଶୀର୍ବାଦ କାମନା କରି ପ୍ରାର୍ଥନା କରିଥିଲେ।