fbpx

ଗଛରୁ ବୋହୁଛି ଧାର ଧାର ରକ୍ତ: ଜାଣନ୍ତୁ କଣ ରହିଛି କାରଣ (Video)

ନୂଆଦିଲ୍ଲୀ: ଗଛରୁ ଧାର ଧାର ହୋଇ ବହୁଛି ରକ୍ତ । ଆମେ ଜୀବନରେ ବିଭିନ୍ନ ପ୍ରକାର ଗଛ ଦେଖନ୍ତି । କିଛି ଗଛର ଆକାର ଆକୃତି ଆଶ୍ଚର୍ଯ୍ୟ ଲାଗେ ତ କିଛି ଗଛରୁ ମିଳୁଥିବା ଲାଭ ବି ବେଳେବେଳେ ଆଶ୍ଚର୍ଯ୍ୟ କରେ । କିନ୍ତୁ ଆପଣ କେବେ ଗଛ ଦେହରୁ ରକ୍ତ ବୋହୁଥିବା କଥା ଶୁଣିଛନ୍ତି? ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ । ଏମିତି ଏକ ଗଛ ଅଛି ଯାହାକୁ କାଟିଲେ ରକ୍ତ ବାହାରେ ତେବେ ତାହା କେଉଁ ଗଛ ଏବଂ କେମିତି ରକ୍ତ ବାହାରେ ଆସନ୍ତୁ ଦେଖିବା ଆମର ଏହି ସ୍ପେଶାଲ ରିପୋର୍ଟରେ ।

ଗଛର ନାଁ ହେଉଛି ଡ୍ରେଗନ ବ୍ଳଡ଼ ଟ୍ରି । ଲୋକମାନଙ୍କ ମତରେ ଏ ଗଛରେ ଡ୍ରାଗନ ରହୁଛି । ଆଉ କାଟିଦେଲେ ଡ୍ରାଗନର ରକ୍ତ ହିଁ ବୋହୁଛି । ଯଦି ଡ୍ରାଗନ ବ୍ଳଡ଼ ଟ୍ରି ବାବଦରେ ଆମେ କଥା ହୁଅନ୍ତି ତେବେ ଆହୁରି ଏକ ଖାସ କଥା ହେଉଛି ଏ ଗଛକୁ କିଛି ଲୋକ ଡ୍ରେକେନା ସେନାବାରୀ ବି କୁହନ୍ତି । ଆଉ କିଛି ଲୋକ ୟାକୁ ସକୋଟ୍ରା ଡ୍ରାଗନ ଟ୍ରି ନାଁ ରେ ବି ଜାଣନ୍ତି । ତେବେ ଏହା କୌଣସି ମାମୁଲି ଗଛ ନୁହେଁ । ଆଉ ଖାସ ଏଥିପାଇଁ ଏହି ଗଛକୁ ବିଶ୍ୱର ଆଶ୍ଚର୍ଯ୍ୟକର ଗଛ ତାଲିକା ଅନ୍ତର୍ଭୁକ୍ତ କରାଯାଏ । ଏହି ଗଛ ସାଧାରଣତଃ ଅମନ ଦେଶର ସକୋଟ୍ରା ଅଞ୍ଚଳରେ ମିଳୁଥିବାରୁ ୟାକୁ ସକୋଟ୍ରା ଡ୍ରାଗନ ଟ୍ରି କୁହାଯାଏ ।

ବଡ଼ ଛତା ଖୋଲି ହେଲା ଭଳି ଆକାରର ଏ ଗଛରେ ଉପର ଭାଗ ଛଡ଼ା ଅନ୍ୟ କେଉଁଠି ବି ପତ୍ର ନାହିଁ । କେବଳ ସେତିକି ନୁହଁ ଏ ଗଛ ରେ ଛୋଟ ଛୋଟ କୋଳି ବି ହୁଏ । ଯାହାକୁ ପକ୍ଷୀ ମାନେ ଖାଆନ୍ତି । ଏ ଗଛର ଆକାର ଠୁ ଆରମ୍ଭ କରି ପ୍ରକାର ପର୍ଯ୍ୟନ୍ତ ସବୁକିଛି ଭିନ୍ନ । କିନ୍ତୁ ପ୍ରାୟ ସବୁ ଗଛରୁ ରଙ୍ଗହୀନ ତଥା ଧଳା ରଙ୍ଗର ପଦାର୍ଥ କ୍ଷରଣ ହେଉଥିବା ବେଳେ କିଛି କିଛି ଗଛରୁ ବାହାରୁଥବା ତରଳ ପଦାର୍ଥକୁ ଅଠା ଆକାରରେ ବି ବ୍ୟବହାର କରାଯାଏ । ତେବେ ଯେମିତି ମଣିଷ ମାନଙ୍କର କ୍ଷତ ହେଲେ ରକ୍ତ ବାହାରେ ଠିକ ସେମିତି ଗଛ ମାନଙ୍କ ଦେହରେ କ୍ଷତ ହେଲେ ବି ସେମାନଙ୍କ ଦେହରୁ ଜାଇଲେମ ଫୋଲେମ ଏବଂ ଗଛ ପାଇଁ ଆବଶ୍ୟକୀୟ ସଂଚିତ ମିନେରାଲ ବାହାରି ଆସେ । ହେଲେ ରେଡ଼ ରେସିନ ଏବଂ କ୍ରିମସନ ପାଇଁ ଏ ଗଛରୁ ନାଲି ପଦାର୍ଥ କ୍ଷରଣ ହୁଏ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି । ନା ଏ ଗଛ ମାରାତ୍ମକ । ନା ୟାକୁ ଲଗାଇବାରେ କୌଣସି ନିସିଦ୍ଧାଦେଶ ଅଛି । କିନ୍ତୁ ସାଧାରଣତଃ ଏ ଗଛ ପାହାଡ଼ିଆ ଅଞ୍ଚଳରେ ହୁଏ ଏବଂ ଏ ଗଛ ପାହାଡ଼ିଆ ଉଚ୍ଚ ଜାଗାରେ ପାଣିର ସମସ୍ୟା ଦୂର କରିବାରେ ବେଶ ସହାୟକ ବୋଲି ମଧ୍ୟ ବିଶେଷଜ୍ଞ ମାନେ କହିଛନ୍ତି ।

Get real time updates directly on you device, subscribe now.