fbpx
BSKY SKY
BSKY SKY

ମହିନ୍ଦ୍ରା ହୋମ ଫାଇନାନ୍ସ ପକ୍ଷରୁ ଓଡ଼ିଶାର ୪ଟି ଜିଲ୍ଲାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

BSKY

କଟକ: ପରିବେଶର ସବୁଜ ଆବରଣର ଉନ୍ନତି ଏବଂ ଜୈବ ବିବିଧତା ରକ୍ଷା ଉପରେ ଧ୍ୟାନ ରଖି ମହିନ୍ଦ୍ରା ହୋମ ଫାଇନାନ୍ସ ପକ୍ଷରୁ ‘ହରିଆଲି ପ୍ରୋଜେକ୍ଟ’ ଆରମ୍ଭ। ନଭେମ୍ବର ୫ତାରିଖ ଏହା ଓଡିଶାର ୪ଟି ଜିଲ୍ଲାରେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇଛି। ମହିନ୍ଦ୍ରା ହୋମ ଫାଇନାନ୍ସର ଆଂଚଳିକ ପରିଚାଳକ ସଞ୍ଜୟ କୁମାର ଦାଶ ନିଜ ବ୍ରାଞ୍ଚର ସମସ୍ତ କର୍ମଚାରୀଙ୍କୁ ନେଇ ବୃକ୍ଷ ରୋପଣ ଯାତ୍ରା ଆରମ୍ଭ କରିଥିଲେ।

ଏହି ପ୍ରୋଜେକ୍ଟ ଅଧୀନରେ କଟକ, ଢେଙ୍କାନାଳ, ଭୁବନ, ଖୋର୍ଦ୍ଧା, ବାଲୁଗାଁ, ନୟାଗଡ଼ ଓ ଖଣ୍ଡପଡ଼ା ଆଦି ଅଞ୍ଚଳରେ ଗୁଡିକରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏଥିସହ ୨ ହଜାର ଚାରା ବିଦ୍ୟାଳୟ ଓ କଲେଜ ମାନଙ୍କୁ ବଣ୍ଟନ କରାଯାଇଛି। ଏହି ଉଦ୍ୟମ ଆମ ସାମାଜିକ ପରିବେଶକୁ ସବୁଜମୟ କରିବା ସହ ଜୈବ ବିବିଧତା ଉପରେ ଗୁରୁତ୍ୱାରୋପ କରୁଥିବା ବେଳେ, ଏହା ପରିବେଶ ସୁରକ୍ଷା କରିବା ଦିଗରେ ଏକ ବଡ ପଦକ୍ଷେପ ଅଟେ।

Get real time updates directly on you device, subscribe now.