fbpx

ଆପଣଙ୍କର ଏହି ସବୁ ଅଭ୍ୟାସ ଥିଲେ ହୋଇଯାଆନ୍ତୁ ସତର୍କ ? ନଚେତ୍ ଦୁର୍ବଳ ହୋଇଯିବ ହାଡ

ଆମେ ସୁସ୍ଥ ସବଳ ରହିବାକୁ ହେଲେ ପ୍ରଥମେ ଆମ ଶରୀର ଏବଂ ଖାସ କରି ଆମ ହାଡକୁ ଶକ୍ତ ଏବଂ ସୁସ୍ଥ ରଖିବାକୁ ପଡିଥାଏ । କିନ୍ତୁ ଅନେକ ସମୟରେ ଆମର ଖାରାପ ଜୀବନଶୈଳୀ ଏବଂ ଭୁଲ୍ ଖାଦ୍ୟ ଅଭ୍ୟାସ ହେତୁ ଆମର ହାଡଗୁଡିକ ଦୁର୍ବଳ ହୋଇଯାଏ । ଯେଉଁ କାରଣରୁ କୌଣସି ଛୋଟ ଆଘାତ ଲାଗିଲେ ଆମ ହାଡ ଭାଙ୍ଗି ଯିବାର ସମ୍ଭାବନା ମଧ୍ୟ ରହିଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ଆମର କେଉଁ ଖରାପ ଅଭ୍ୟାସ କାରଣରୁ ଆମ ହାଡ ଦୁର୍ବଳ ହୋଇଥାଏ ।

ହାଡ ଦୁର୍ବଳ ହେବାର କାରଣ:

୧. ମୃଦୁ ପାନୀୟର ବ୍ୟବହାର: ଆଜିକାଲି ଥଣ୍ଡା ପାନୀୟ, ଏବଂ କୋଲଡ୍ରିଙ୍ଗସ୍ ଆଦିର ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ଆମେ ପ୍ରାୟତଃ ବିବାହ, ଜନ୍ମଦିନ ଭଳି ପାର୍ଟୀରେ ପିଇଥାନ୍ତି । କିନ୍ତୁ ବିଶେଷଜ୍ଞମାନଙ୍କ ମତରେ, ଏହାକୁ ଅଧିକ ପରିମାଣରେ ସେବନ କରିବା ଦ୍ୱାରା ଏହା ଆମ ଶରୀର ପାଇଁ ବିପଦ ସୃଷ୍ଟି କରିଥାଏ । ଖାସ କରି ଏହା ଆମ ହାଡକୁ ଦୁର୍ବଳ କରିଦେଇଥାଏ । କାରଣ ଏହିପରି ପାନୀୟରେ ଫସଫେଟ୍ ଅଧିକ ପରିମାଣରେ ରହିଥାଏ । , ଯାହା ଶରୀରରୁ କ୍ୟାଲସିୟମକୁ ହ୍ରାସ କରିଥାଏ । ତେଣୁ ଏହି ମୃଦୁ ପାନୀୟଠାରୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ ।

୨. ଅଧିକ ଚିନ୍ତା କରିବା: ବିଶେଷଜ୍ଞମାନଙ୍କ ମତରେ ଶରୀର, ମନ ଏବଂ ହାଡକୁ ସୁସ୍ଥ ଓ ମଜବୁତ୍ ରଖିବାକୁ ହେଲେ ମାନସିକ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ । କାରଣ ମାନସିକ ଚିନ୍ତା ଶରୀରରେ ହରମୋନ୍ କର୍ଟିସୋଲ୍ ବୃଦ୍ଧି କରିବାରେ ଲାଗିଥାଏ । ଯେଉଁ କାରଣରୁ ଶୌଚ ମାଧ୍ୟମରେ ଶରୀରରୁ କ୍ୟାଲସିୟମ୍ ବାହାରି ଯାଇଥାଏ । ଫଳରେ ଏହା ଶରୀରରେ ଅନେକ ସମସ୍ୟା ସୃଷ୍ଟି କରିବା ସହ ହାଡକୁ ମଧ୍ୟ ଦୁର୍ବଳ କରିଦେଇଥାଏ ।

୩. ପୃଷ୍ଟିକର ଖାଦ୍ୟ ସେବନ ନକରିବା: ଶାରୀରିକ ସୁସ୍ଥତା ଏବଂ ମଜବୁତ ହାଡ ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ପୃଷ୍ଟିକର ଖାଦ୍ୟ ଖାଇବା ଆବଶ୍ୟକ । ତେଣୁ ଯେଉଁ ବ୍ୟକ୍ତିମାନେ ଏହି ଖାଦ୍ୟ କମ୍ ଗ୍ରହଣ କରିଥାନ୍ତି ସେମାନଙ୍କ ହାଡ ଦୁର୍ବଳ ହୋଇଥାଏ । ଏଥି ସହିତ ଶରୀରରେ କ୍ୟାଲସିୟମର ଅଭାବ ମଧ୍ୟ ଦେଖା ଦେଇଥାଏ ।

୪. ଅଧିକ ଚା ଏବଂ କଫି ପିଇବା : ଭାରତରେ ଅନେକ ଲୋକ ଚା କିମ୍ବା କଫି ପିଇବାକୁ ଖୁବ ଭଲ ପାଇଥାନ୍ତି । ଖାସ କରି ସକାଳେ ଏବଂ ସନ୍ଧ୍ୟାରେ ଲୋକେ ଅଧିକ ମାତ୍ରାରରେ ଏହାକୁ ସେବନ କରିଥାନ୍ତି । କିନ୍ତୁ ବିଶେଷଜ୍ଞମାନଙ୍କ ମତରେ ଅଧିକ ଚା କିମ୍ବା କଫି ସେବନ କରିବା ଦ୍ୱାରା ଆମ ହାଡ ଦୁର୍ବଳ ହୋଇଯାଏ । କାରଣ ଏଥିରେ କଫିନ୍ ଅନେକ ପରିମାଣରେ ରହିଥାଏ । ଯାହାକି ଶରୀରରେ କ୍ୟାଲସିୟମର ଆବଶ୍ୟକତା ଏବଂ ପରିମାଣକୁ କମାଇଦିଏ । ଫଳରେ ହାଡ ଦୁର୍ବଳ ହୋଇଯାଏ, ତେଣୁ ଚା ଏବଂ କଫି ଠାରୁ ଯଥା ସମ୍ଭବ ଦୂରେଇ ରହିବା ଆବଶ୍ୟକ ।

Get real time updates directly on you device, subscribe now.