fbpx
BSKY SKY
BSKY SKY

ଭାରତରେ କେବେଠୁ ଟ୍ୱିଟର ବ୍ଲୁ ଟିକ୍ ପାଇଁ ଦେବାକୁ ପଡିବ ଚାର୍ଜ ? ସୂଚନା ଦେଲେ ଏଲନ ମସ୍କ

BSKY

ନୂଆଦିଲ୍ଲୀ: ଏଲନ ମସ୍କ ଟ୍ୱିଟର ଅଧିଗ୍ରହଣ କରିବା ପରେ ଟ୍ୱିଟରେ ବ୍ଲୁ ଟିକ୍ ଚର୍ଚ୍ଚାରେ ରହିଛି। କାରଣ ୟୁଜର୍ମାନଙ୍କୁ ଏବେ ଏଥିପାଇଁ ଚାର୍ଜ ଦେବାକୁ ପଡିବ। ଭାରତୀୟ ଟ୍ୱିଟର ୟୁଜର୍ସ ମାନଙ୍କୁ ବ୍ଲୁ ଟିକ ପାଇଁ ଚାର୍ଜ କେବେଠୁ ଦେବାକୁ ପଡିବ ଏନେଇ କୌଣସି ସୂଚନା ମିଳି ନଥିଲା। ତେବେ ଭାରତୀୟ ମାନଙ୍କୁ କେତେଦିନ ଭିତରେ ଏହି ଚାର୍ଜ ଦେବାକୁ ପଡିବ ସେ ନେଇ ସୂଚନା ଦେଇଛନ୍ତି ନିଜେ ଟ୍ୱିଟର ଏଲନ ମସ୍କ।

ଟ୍ୱିଟର ବ୍ଲୁ ଟିକ୍ ପାଇଁ ଭାରତୀୟ ମାନଙ୍କୁ କେବେଠୁ ଚାର୍ଜ ଦେବାକୁ ପଡିବ ଏ ନେଇ ଜଣେ ଭାରତୀୟ ଏଲନ ମସ୍କଙ୍କୁ ପ୍ରଶ୍ନ କରି ଟ୍ୱିଟ କରିଥିଲେ। ସେ ପଚାରିଥିଲେ ଯେ, ‘ଭାରତରେ ଟ୍ୱଟର ବ୍ଲୁ ରୋଲ ଆଉଟକୁ କେବେ ଆଶା କରାଯିବ।’ ଏଲନ ମସ୍କ ଏହାର ଉତ୍ତର ଦେଇ ଟ୍ୱିଟ କହିଥିଲେ ଯେ, ‘ଆଶା କରାଯାଉଛି ଏକ ମାସ ମଧ୍ୟରେ ଏହି ରୋଲ ଆଉଟ କରାଯିବ।’ ସୂଚନା ଅନୁସାରେ ବ୍ଲୁ ଟିକ ଥିବା ୟୁଜର ମାନଙ୍କୁ ୮ଡଲାର ବ୍ୟୟ କରିବାକୁ ପଡିବ। ତେବେ ଆଜିଠାରୁ ୟୁରୋପ ମହାଦେଶ ଏବଂ ଅନ୍ୟ କିଛି ଦେଶରେ ଆରମ୍ଭ ହେବାକୁ ଯାଉଛି ଏହି ପ୍ଲାନ। ବ୍ଲୁ ଟିକ ସୁବିଧା ପ୍ରଥମେ ଅପେଲ ବ୍ୟବହାରକାରୀଙ୍କୁ ମିଳିବ।

ତେବେ ବ୍ଲୁ ଟିକ ହେଉଛି ଟ୍ୱିଟର ବ୍ୟବହାରକାରୀଙ୍କ ପ୍ରୋଫାଇଲରେ ଥିବା ନାମ ପାଖକୁ ବ୍ଲୁ ରଙ୍ଗର ଷ୍ଟାର ମଝିରେ ଏକ ଠିକ ଚିହ୍ନ। ଯାହାକି ଆପଣଙ୍କ ଏକାଉଣ୍ଟକୁ ଏକ ପ୍ରତିଷ୍ଠିତ ଆଇଡି ରୂପରେ ବିବେଚନା କରିଥାଏ । ଏନେଇ କିଛି ଦିନ ପୂର୍ବରୁ ଟ୍ୱିଟର ମାଲିକ ଏଲନ ମସ୍କ ବ୍ଲୁ ଟିକ ପାଇଁ ମାସିକ ୮ଡଲାର ଚାର୍ଜ ଲାଗିବ ବୋଲି ସୂଚନା ଦେଇଥିଲେ। ଏହି ୮ଡଲାର ଫିସକୁ ସେ ୫ଟି ଦେଶ ମଧ୍ୟରେ ସୀମିତ ରଖିଥିଲେ। ସେହି ଦେଶ ଗୁଡିକ ହେଉଛି, ଆମେରିକା,କାନାଡା, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଏବଂ ଇଂଲଣ୍ଡ। ଏହି ଦେଶ ଗୁଡିକ ମଧ୍ୟରେ ଭାରତ ନଥିଲା। ହେଲେ ଖୁବ ଶିଘ୍ର ଏହା ଭାରତରେ ହେବାକୁ ଯାଉଛି।

Get real time updates directly on you device, subscribe now.