ନୀଳଗିରିରେ ଆଦିବାସୀ ମହିଳାଙ୍କୁ ମାଡ଼ ମରାଯିବା ଘଟଣା: ସରକାରଙ୍କୁ ଲେଖାଶ୍ରୀଙ୍କ ଟାର୍ଗେଟ୍
ଆଦିବାସୀ ମହିଳାଙ୍କୁ ମାଡ଼ମରା ଘଟଣାକୁ ନେଇ ରାଜ୍ୟରେ ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇଲେ ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର। ଗତ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାର ଦେଲେ ଉଦାହରଣ।
ଭୁବନେଶ୍ୱର: ଡିସେମ୍ବର ୨୬ ତାରିଖରେ ନୀଳଗିରିରେ ଦୁଇ ଆଦିବାସୀ ମହିଳାଙ୍କୁ ମାଡ଼ ମାରିବା ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ଲେଖାଶ୍ରୀ। ରାଜ୍ୟରେ ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇଲେ ବିଜେଡିର ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର।
ଏ ଭିଡିଓ ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ। ୩ ଜଣ ଯୁବକ ଏହି ମହିଳା ମାନଙ୍କୁ ଅତ୍ୟାଚାର କରିଛନ୍ତି। ଗଛରେ ବାନ୍ଧି, ଜୋତାରେ ପିଟିଛନ୍ତି। ଏ ଘଟଣା ବିଷୟରେ ଜାଣିବା ପାଇଁ ବିଜେଡିର ତଥ୍ୟ ଅନୁସନ୍ଧାନକାରୀ ଟିମ ସେଠି ପଂହଁଚିଥିଲେ।
ବିଜେପିକୁ ଟାର୍ଗେଟ୍: ଜାଣିବାକୁ ପାଇଥିଲେ କି ଯେଉଁମାନେ ପୀଡିତ ସେମାନେ ଆଦିବାସୀ ଏବଂ ଯେଉଁମାନେ ମାଡ଼ ମାରିଛନ୍ତି ସେମାନେ ଅଣଆଦିବାସୀ। ବିଜେପି ସରକାର ସମୟରେ ଏଭଳି ଘଟଣା ସରକାରଙ୍କ ମୁଖା ଖୋଲୁଛି।
ସେ ଘଟଣାରେ ମୁଖ୍ୟ ଅଭିଯୁକ୍ତ ବାଦଲ ପଣ୍ଡା, ରେମୁଣା ଥାନାରେ କେସ ଅଛି। କିନ୍ତୁ ଏ ଯାଏ ତାଙ୍କୁ ବନ୍ଧା ଯାଇନାହିଁ। ସ୍ଥାନୀୟ ସାଂସଦ, ବିଧାୟକଙ୍କ ସହ ବାଦଲଙ୍କ ଗୁଡାଏ ଫଟୋ ରହିଛି।
ପୋଲିସ ଉପରେ ପ୍ରଶ୍ନ: ଏ ବାଦଲ ପଣ୍ଡା କାହା ସାହାସରେ ଏଭଳି ଘଟଣା ଘଟାଇଛନ୍ତି। ସେ ଘଟଣାକୁ ନିଜେ ବାଦଲ ପଣ୍ଡା ଲାଇଭ କରିଛନ୍ତି, ଯାହା ଆହୁରି ଲଜ୍ୟାଜନକ। କାହିଁକି ପୋଲିସ ଏ ଯାଏ କାର୍ଯ୍ୟାନୁଷ୍ଠାନ ନେଉ ନାହିଁ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଲେଖାଶ୍ରୀ।
ରେମୁଣା, ବାଲେଶ୍ୱର ଓ ନୀଳଗିରିର ବିଧାୟକ ବିଜେପି କିନ୍ତୁ କାହିଁକି ଥରେ ଭେଟିଲେ ନାହିଁ। ସାଂସଦ କାହିଁକି ଭେଟିଲେ ନାହିଁ। ଖୋଦ ଗତକାଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭତି ପରିଡା ବାଲେଶ୍ୱର ଯାଇଥିଲେ କିନ୍ତୁ ସେ ପ୍ରତିକ୍ରିୟାରେ କହିଛନ୍ତି ମୁଁ କିଛି ଜାଣିନାହିଁ।
ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ପ୍ରଶ୍ନ: ଏହା ଦର୍ଶାଉଛି ସେ କେତେ ମହିଳାଙ୍କ ପ୍ରତି ସମ୍ବେଦନଶୀଳ। ଗୃହ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ହାତରେ ରହିଛି ହେଲେ ମୁଖ୍ୟମନ୍ତ୍ରୀ ନିରବ କାହିଁକି? ମୁଖ୍ୟମନ୍ତ୍ରୀ ନିଜେ ଆଦିବାସୀ ହୋଇ ବି ଚୁପ୍ ଅଛନ୍ତି। ଗତ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାକୁ ମଧ୍ୟ ଉଦାହରନ୍ ଦେଇଛନ୍ତି ଲେଖାଶ୍ରୀ।
ବିଜେଡିର ଦାବି ତୁରନ୍ତ ଏ ବାବଦରେ ହସ୍ତକ୍ଷେପ କରି ଅଭିଯୁକ୍ତଙ୍କୁ ଧରନ୍ତୁ, ବିଜେଡି ମହିଳା କମିଶନର ଯିବ, ମାନବ ଅଧିକାରୀ କର୍ମୀ ଅଫିସ ଯିବ। ଏ ବାବଦରେ ଫେରାଦ ହେବ ବୋଲି କହିଛନ୍ତି ଲେଖାଶ୍ରୀ।