କାଲିଠୁ ତ୍ରିରଙ୍ଗା ଯାତ୍ରା, ଅପରେଶନ୍ ସିନ୍ଦୂରର ସଫଳତା ପାଳିବ ସାରା ଦେଶ

ନୂଆଦିଲ୍ଲୀ: ଅପରେଶନ୍ ସିନ୍ଦୂରର ସଫଳତା ନେଇ ଭାଜପା କରିବ ତ୍ରିରଙ୍ଗା ଯାତ୍ରା । ଦେଶବ୍ୟାପୀ ଏହି ଯାତ୍ରା କରାଯିବ ।

କାଲିଠାରୁ ଦେଶବ୍ୟାପୀ ତ୍ରିରଙ୍ଗାଯାତ୍ରା ଆରମ୍ଭ କରାଯିବ । ତ୍ରିରଙ୍ଗା ଯାତ୍ରା ସାରା ଦେଶରେ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଏଥିରେ ଭାଜପା ସାଂସଦ, କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧିମାନେ ଯୋଗ ଦେବେ ।

ପହଲଗାମ୍ ହମଲାର ପ୍ରତିଶୋଧ ନେବା ପାଇଁ ଭାରତ ପକ୍ଷରୁ ଅପରେଶନ୍ ସିନ୍ଦୂର ଆରମ୍ଭ କରାଯାଇଥିଲା ।

ଏହି ଆତଙ୍କବାଦ ବିରୋଦୀ ଅପରେଶନରେ ପାକିସ୍ତାନ ଉପରକୁ ଭାରତ ଏୟାରଷ୍ଟ୍ରାଇକ୍ କରିଥିଲା । ୯ ଆତଙ୍କବାଦୀ ଆଡ୍ଡାକୁ ଧ୍ୱସ୍ତ କରିବା ସହ ୧୦୦ରୁ ଅଧିକ ଆତଙ୍କବାଦୀ ଏହି ଅପରେଶନରେ ପ୍ରାଣ ହରାଇଥିବା କୁହାଯାଉଛି ।

ପାକିସ୍ତାନର ପ୍ରତ୍ୟେକ ମିଶାଇଲ୍ ଓ ଡ୍ରୋନ୍କୁ ଆକାଶରେ ହିଁ ଉଡ଼େଇବାରେ ସଫଳ ହୋଇଥିଲା ଭାରତ ।